ETV Bharat / state

ଟ୍ରକରେ ପିଟି ହେଲା ବାଇକ, ଚାଲିଗଲା 3 ଜୀବନ

author img

By

Published : Aug 6, 2023, 9:06 AM IST

ମୟୂରଭଞ୍ଜ ଦରି ଗ୍ରାମରେ ସଡକ ଦୁର୍ଘଟଣା । ଏକ ଟ୍ରକକୁ ବାଇକ ଧକ୍କା ଦେବାରୁ 3 ମୃତ । ଅଧିକ ପଢନ୍ତୁ

accident in mayurbhanj
accident in mayurbhanj

accident in mayurbhanj

ରାଇରଙ୍ଗପୁର: ମୟୂରଭଞ୍ଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚଳନ୍ତା ଟ୍ରକରେ ବାଇକ ପିଟି ହେବାରୁ 3 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତିନି ମୃତକ ହେଉଛନ୍ତି କାଠକରଞ୍ଜିଆ ଗ୍ରାମର ଶଙ୍କର ନାଏକ, ଲିପୁ ନାଏକ ଓ ଏକଲବ୍ୟ ନାଏକ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଟ୍ରକ ସହ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର(ଅଗଷ୍ଟ 5) ରାତିରେ ଦରି ଗ୍ରାମ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ମୃତ ତିନି ଯୁବକ ଏକ ବାଇକ ଯୋଗେ କେଉଁ ଆଡେ ଯାଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଯାଉଥିବା ବାଇକଟି ଏକ ଟ୍ରକ ସହ ପିଟି ହୋଇ ଯାଇଥିଲା । ଫଳରେ ୩ ଜଣ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ସେଠାରୁ ଫେରାର ହୋଇ ଯାଇଥିଲା । ମୃତ ତିନି ଜଣ ବାଇକ ଆରୋହୀ କାଠକରଞ୍ଜିଆ ଗ୍ରାମର ବୋଲି ଜଣାପଡ଼ିଛି । ଏନେଇ ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା । ଏଥି ସହିତ ଦୁର୍ଘଟଣାର ତଦନ୍ତ ଜାରି ରଖିଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଧରିବାକୁ ପ୍ରୟାସ ଜାରି ରଖିଛି ପୋଲିସ । ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ଟ୍ରକ ଧକ୍କାରେ ସ୍କୁଟି ଚାଳକ ମୃତ, ଦୁର୍ଘଟଣା ଘଟାଇଥିବା ଗାଡ଼ି ଜାଳିଦେଲେ ଉତ୍ୟକ୍ତ ଲୋକେ

ଅଗଷ୍ଟ 4 ତାରିଖରେ କେନ୍ଦୁଝର 49 ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଦୁଇଟି ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଲୁହା ଚାଦର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଅନ୍ୟ ଏକ ଟ୍ରକ । ଫଳରେ କୌଣସି କାରଣରୁ ଟ୍ରକଟି ଜଳି ଯାଇଥିଲା । ଟ୍ରକକୁ ବାହାରି ନପାରି ଜୀଅନ୍ତା ଜଳି ଯାଇଥିଲେ ଡ୍ରାଇଭର । ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ଓ ଅଗ୍ନିଶମ ବାହିନୀ ।

ଗତ ଜୁଲାଇ 26 ତାରିଖ ଦିନ ବଲାଙ୍ଗୀରର ମଧ୍ୟାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ୍‌ ସ୍କୁଟିକୁ ଧକ୍କା ଦେବାରୁ ଚାଳକଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ବଲାଙ୍ଗୀର ସହର ପାଖ ଖମାର ମୁଣ୍ଡା ଗ୍ରାମର ରବି ନାରାୟଣ ନନ୍ଦ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜାଳି ଦେଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.