ମାଲକାନଗିରି ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ମାମଲା, ଭିଜିଲାନ୍ସ ତଦନ୍ତ ଆରମ୍ଭ

author img

By

Published : Sep 18, 2022, 7:32 AM IST

Updated : Sep 18, 2022, 3:30 PM IST

ମାଲକାନଗିରି ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ମାମଲା, ଭିଜିଲାନ୍ସ ତଦନ୍ତ ଆରମ୍ଭ

ମାଲକାନଗିରିରେ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ମାମଲା । ଲୋକୟୁକ୍ତଙ୍କ ନିର୍ଦ୍ଦେଶରେ ତତ୍କାଳୀନ ଜିଲ୍ଲାପାଳଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ମାଲକାନଗିରି: ବହୁଚର୍ଚ୍ଚିତ ମାଲକାନଗିରି ଜିଲ୍ଲାର ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟା ଅନିୟମିତତା ଘଟଣାରେ ଓଡିଶା ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଡା.ୟେଦୁଲା ବିଜୟ(Yeddula Vijay)ଙ୍କ ବିରୁଦ୍ଧରେ ଖୋଳତାଡ କରୁଛି କଟକ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ । ତତ୍କାଳୀନ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ନେଇ ଅଭିଯୋଗ ଆସିଥିଲା । ଏହି ଘଟଣାରେ ଟେଣ୍ଡରରେ ଭାଗ ନେଇଥିବା ଅନ୍ୟ ଲିଜ୍ ଧାରୀମାନେ ବରିଷ୍ଠ ଆଇନଜୀବୀ ନୃସିଂହ ଚରଣ ମହାନ୍ତିଙ୍କ ସହାୟତାରେ ଲୋକାୟୁକ୍ତ(Lokayukta)ଙ୍କ ନିକଟରେ ୟେଦୁଲା ବିଜୟଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ।

ମାଲକାନଗିରି ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ମାମଲା, ଭିଜିଲାନ୍ସ ତଦନ୍ତ ଆରମ୍ଭ

ଏହାମଧ୍ୟ ପଢନ୍ତୁ: ଲମ୍ପି ସ୍କିନ୍ ମୁକାବିଲା: ଖୋଲିଲା କଣ୍ଟ୍ରୋଲ ରୁମ୍, ଜାରି ହେଲା ନମ୍ବର

ଲୋକାୟୁକ୍ତ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଏହାର ତଦନ୍ତ କରିବାକୁ ଓଡିଶା ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଯାହାଫଳରେ କଟକ ଭିଜିଲାନ୍ସ ହେଡକ୍ବାର୍ଟରର ଭିଜିଲାନ୍ସ ଇନ୍ସପେକ୍ଟର ବ୍ରଜକିଶୋର ସାହୁଙ୍କ ନେତ୍ରୁତ୍ବର ଏକ ଟିମ୍ ମାଲକାନଗିରି ଆସି ଖୋଳତାଡ କରିଛି । ଭିଜିଲାନ୍ସ ଟିମ୍ ଏଠାରେ ବିଭିନ୍ନ ଡକ୍ୟୁମେଣ୍ଟ ସଂଗ୍ରହ କରିବା ସହ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିବା ଆଇନଜୀବୀ ଓ ଟେଣ୍ଡର ପ୍ରକ୍ରିୟାରେ ଜଡିତ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛି । କହିରଖୁଛୁ କି, ୨୦୨୧ ବର୍ଷ ଜୁନରେ ତତ୍କାଳୀନ ଜିଲ୍ଲାପାଳ ୟେଦୁଲା ବିଜୟ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନୀକୁ ଜିଲ୍ଲାର ଅନେକ ଲଘୁ ଖଣିଜ ଖଦାନ ଟେଣ୍ଡର ଦେଇଥିବା ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ମାଲକାନଗିରି

Last Updated :Sep 18, 2022, 3:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.