ETV Bharat / state

ସିମେଣ୍ଟ କାରଖାନା ନିର୍ମାଣକୁ ବିରୋଧ: ୫ ଜଣଙ୍କୁ ଉଠାଇନେଲା ପୋଲିସ, ଥାନା ଘେରିଲେ ଗ୍ରାମବାସୀ

author img

By

Published : Oct 23, 2022, 9:25 PM IST

ମାଲକାନଗିରି ସଦର ଥାନା ଅନ୍ତର୍ଗତ କତାମାଟେରୁ ଗାଁରେ ଡାଲମିଆ କମ୍ପାନୀ ସିମେଣ୍ଟ କାରଖାନା ନିର୍ମାଣକୁ ବିରୋଧ । ୫ ଆଦିବାସୀ ଯୁବକଙ୍କୁ ଉଠାଇନେଲା ପୋଲିସ । ଏହାର ପ୍ରତିବାଦ କରି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବିରାଟ ଶୋଭାଯାତ୍ରାରେ ଆସି ମାଲକାନଗିରି ଥାନା ଘେରାଉ କରିଛନ୍ତି । ଅଧିକ ପଢ଼ନ୍ତୁ

ସିମେଣ୍ଟ ଫ୍ୟାକ୍‌ଟ୍ରି ନିର୍ମାଣକୁ ବିରୋଧ କରିବାରୁ ୫ ଜଣଙ୍କୁ ଉଠାଇନେଲା ପୋଲିସ, ଥାନା ଘେରିଲେ ଗ୍ରାମବାସୀ
ସିମେଣ୍ଟ ଫ୍ୟାକ୍‌ଟ୍ରି ନିର୍ମାଣକୁ ବିରୋଧ କରିବାରୁ ୫ ଜଣଙ୍କୁ ଉଠାଇନେଲା ପୋଲିସ, ଥାନା ଘେରିଲେ ଗ୍ରାମବାସୀ

ମାଲକାନଗିରି: ଜିଲ୍ଲାର ସଦର ଥାନା ଅନ୍ତର୍ଗତ କତାମାଟେରୁ ଗାଁରେ ଡାଲମିଆ କମ୍ପାନୀ ସିମେଣ୍ଟ କାରଖାନା ନିର୍ମାଣକୁ ବିରୋଧ କରିବାରୁ ୫ ଆଦିବାସୀ ଯୁବକଙ୍କୁ ଉଠାଇନେଲା ପୋଲିସ । ଏହାକୁ ବିରୋଧ କରି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବିରାଟ ଶୋଭାଯାତ୍ରାରେ ଆସି ମାଲକାନଗିରି ଥାନା ଘେରାଉ କରିଛନ୍ତି । ସେମାନଙ୍କୁ ପୋଲିସ ନଛାଡ଼ିବା ଯାଏଁ ଧାରଣା ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ସିମେଣ୍ଟ ଫ୍ୟାକ୍‌ଟ୍ରି ନିର୍ମାଣକୁ ବିରୋଧ କରିବାରୁ ୫ ଜଣଙ୍କୁ ଉଠାଇନେଲା ପୋଲିସ, ଥାନା ଘେରିଲେ ଗ୍ରାମବାସୀ

ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ସଦର ଥାନା ଅନ୍ତର୍ଗତ କତାମାଟେରୁ ଗାଁରେ ଡାଲମିଆ ସିମେଣ୍ଟ କମ୍ପାନୀ ପକ୍ଷରୁ କାରଖାନା ନିର୍ମାଣ କରିବା ପାଇଁ ଯୋଜନା ହୋଇଛି । ତେବେ ସେହି ଅଞ୍ଚଳର ଲୋକଙ୍କର ଜମି ବାବାଦକୁ କ୍ଷତିପୂରଣ ନଦେଉଣୁ କମ୍ପାନୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଏନେଇ ଗତକାଲି(ଶନିବାର) ରାତିରେ ମାଲକାନଗିରି ପୋଲିସ ୫ ଜଣ ଆଦିବାସୀ ଯୁବକଙ୍କୁ ଘରୁ ଉଠାଇନେଇଛି । ଏହି ଘଟଣାକୁ ସ୍ଥାନୀୟ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି ।

ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି(ରବିବାର) ଏକ ବିରାଟ ଶୋଭାଯାତ୍ରାରେ ଥାନାରେ ପହଞ୍ଚି ଗେଟ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ଗ୍ରାମର ଶତାଧିକ ପୁରୁଷ ଓ ମହିଳା । ଗିରଫ ହୋଇଥିବା ୫ ଜଣଙ୍କୁ ପୋଲିସ ନଛାଡିବା ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଆନ୍ଦୋଳନକାରୀ ଘନଶ୍ୟାମ ମାଡକାମି କହିଛନ୍ତି, "ବିକାଶ ନାମରେ ଆମ ଅଞ୍ଚଳରୁ ଆଦିବାସୀଙ୍କୁ ବିସ୍ଥାପିତ କରାଯାଉଛି । ଏଭଳି ଜୋର ଜବର୍‌ଦସ୍ତିରେ ବିକାଶ କରାଯାଏନାହିଁ । ଏଭଳି ହେଲେ ଆମେ କମ୍ପାନୀ କରାଇ ଦେବୁନାହିଁ ।"

ସେହିଭଳି ଆଦିବାସୀ ନେତା ମାଲା ମାଢ଼ି କହିଛନ୍ତି, "କତାମାଟେରୁ ଗାଁରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଜବରଦସ୍ତି ଜନ ଶୁଣାଣି କରାଯାଇ ଏହି ସିମେଣ୍ଟ କାରଖାନା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହା ଦ୍ବାରା ଅନେକ ଲୋକଙ୍କର ଜମିବାଡ଼ି, ଘରଦ୍ବାର ଆଦି ଯାଉଥିବା ବେଳେ ସେମାନଙ୍କୁ କ୍ଷତିପୂରଣ ଦିଆଯିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଏହାସତ୍ତ୍ବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଗତକାଲି ୫ ଜଣ ଆଦିବାସୀ ଯୁବକ ଏହାର ବିରୋଧ କରିଥିଲେ । ତେବେ ପୋଲିସ ସେମାନଙ୍କୁ ସରକାରଙ୍କର ପ୍ରରୋଚନାରେ ଗିରଫ କରିଛି, କି କମ୍ପାନୀର ଦଲାଲ ସାଜି ଆସିଥିଲା, ଏହାର ଉତ୍ତର ଦିଅନ୍ତୁ ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.