ETV Bharat / state

ମାଲକାନଗିରି ଜିଲ୍ଲାକୁ ମିଳିଲା DDUPSP ପୁରସ୍କାର

author img

By

Published : May 17, 2022, 6:09 PM IST

ମାଲକାନଗିରି ଜିଲ୍ଲାକୁ ମିଳିଲା DDUPSP ପୁରସ୍କାର
ମାଲକାନଗିରି ଜିଲ୍ଲାକୁ ମିଳିଲା DDUPSP ପୁରସ୍କାର

ମାଲକାନଗିରି ଜିଲ୍ଲା ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡି ହେଇଛି। ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ରେ ମାଲକାନଗିରି ଜିଲ୍ଲାର ମାଥିଲି ପଞ୍ଚାୟତ ସମିତିର କତ୍ତାପାଲୀ ଗ୍ରାମ ପଞ୍ଚାୟତକୁ, ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି । ଅଧିକ ପଢନ୍ତୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡି ହେଇଛି। ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ରେ ମାଲକାନଗିରି ଜିଲ୍ଲାର ମାଥିଲି ପଞ୍ଚାୟତ ସମିତିର କତ୍ତାପାଲୀ ଗ୍ରାମ ପଞ୍ଚାୟତକୁ, ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି । ସେହିପରି ମାଲକାନଗିରି ଜିଲ୍ଲାର ମାଲକାନଗିରି ପଞ୍ଚାୟତ ସମିତିକୁ ଓଡିଶାର ୩୧୪ ପଞ୍ଚାୟତ ସମିତି ମଧ୍ୟରୁ ଜିପିଡିପିରେ ଶ୍ରେଷ୍ଠ ପଞ୍ଚାୟତ ସମିତି ଭାବରେ ପୁରସ୍କୃତ କରାଯାଇଛି। ଏହାସହ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଏହି ଉତ୍ତମ କାର୍ଯ୍ୟ ଏବଂ ଜନସେବାକୁ ସ୍ବୀକୃତି ଦେଇ ମାଲକାନଗିରି ଜିଲ୍ଲାର ମାଲକାନଗିରି ପଞ୍ଚାୟତ ସମିତି ଓଡିଶାରେ ଶ୍ରେଷ୍ଠ ଜିଲ୍ଲା ଭାବେ ପରିଗଣିତ ହୋଇଛି।

ମାଲକାନଗିରି ଜିଲ୍ଲାକୁ ମିଳିଲା DDUPSP ପୁରସ୍କାର
ମାଲକାନଗିରି ଜିଲ୍ଲାକୁ ମିଳିଲା DDUPSP ପୁରସ୍କାର

ସେହିଭଳି ଦିନ ଦୟାଲ ପଞ୍ଚାୟତ ସଶକ୍ତିକରଣ ଅଭିଯାନ (Deen Dayal Upadhyay Panchayat Sashaktikaran Puraskar-DDUPSP) ରେ ଓଡିଶାର ୬ ହଜାର ୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ କେବଳ ୮ ଟି ଗ୍ରାମ ପଞ୍ଚାୟତ DDUPSP ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ମାଲକାନଗିରି ଜିଲ୍ଲାର ୨ ଗୋଟି ଗ୍ରାମ ପଞ୍ଚାୟତ ସମସ୍ତ ଯୋଜନାରେ ଭଲ କାମ ପାଇଁ ମନୋନୀତ ହୋଇଛନ୍ତି।

କୁଟୁନିପାଲ୍ଲୀ ଗ୍ରାମ ପଞ୍ଚାୟତ ମାଥିଲି ପଞ୍ଚାୟତ ସମିତିର ପ୍ରଥମ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଏଥିପାଇଁ ପଞ୍ଚାୟତ ସମିତିକୁ ମିଳିବ ୧୨ ଲକ୍ଷ ଟଙ୍କା ପୁରସ୍କାର ରାଶି । ଏହାବାଦ ଦଳପତିଗୁଡା ଗ୍ରାମ ପଞ୍ଚାୟତ ଦ୍ବିତୀୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିପାଇଁ ପୁରସ୍କାର ବାବଦକୁ ୮ ଲକ୍ଷ ପୁରସ୍କାର ରାଶି ମିଳିବ ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.