ସୁକମାରେ ଆତ୍ମସମର୍ପଣ କଲେ ଶତାଧିକ ମାଓ ସମର୍ଥକ

author img

By

Published : Aug 23, 2021, 10:42 PM IST

ସୁକୁମାରେ ଆତ୍ମସମର୍ପଣ କଲେ ଶତାଧିକ ମାଓ ସମର୍ଥକ

ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଶତାଧିକ ମାଓ ସମର୍ଥକ । ସ୍ବାଗତ କଲେ ଏସପି । ଅଧିକ ପଢନ୍ତୁ...

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଶତାଧିକ ମାଓ ସମର୍ଥକ । ଦିନେ ମାଓବାଦୀଙ୍କୁ ସମର୍ଥନ ଓ ସହଯୋଗ କରୁଥିବା ଏହି ଆଦିବାସୀମାନେ ଆଜି ମୁଖ୍ୟସ୍ରୋତକୁ ଫେରିବା ଲକ୍ଷ୍ୟରେ ସୁକମା ଏସ.ପି.ଙ୍କ ପାଖରେ ଏମାନେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ ପରେ ପୋଲିସ ମଧ୍ୟ ଏମାନଙ୍କୁ ସ୍ବାଗତ କରିଛି ।

ସୁକୁମାରେ ଆତ୍ମସମର୍ପଣ କଲେ ଶତାଧିକ ମାଓ ସମର୍ଥକ

ଦୀର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ଲାଲବାହିନୀ ନିଜ କବଜାରେ ରଖିଥିବାବେଳେ ଯବାନମାନେ ଏ ଅଞ୍ଚଳରେ ଅପରେସନ କରି ସଫଳତା ପାଉ ନ ଥିଲେ। ତେବେ ମାଓବାଦୀଙ୍କ ଭୟ ଓ ପ୍ରଲୋଭନରେ ଦିନେ ଭୁଲ ରାସ୍ତାକୁ ଚାଲିଯାଇଥିବା ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେଡ ଓ ଚିନ୍ତଲନାଡ ଥାନା ଅନ୍ତର୍ଗତ ନାଗାରାମ ଗ୍ରାମର ଶତାଧିକ ଆଦିବାସୀ ଆଜି ମୁଖ୍ୟସ୍ରୋତକୁ ଫେରିଛନ୍ତି ।

ଆତ୍ମସମର୍ପଣକାରୀଙ୍କ ନାମରେ ଥିବା ପୂର୍ବ ମାମଲା ପ୍ରତ୍ୟାହାର କରିବା ସହ ସେମାନଙ୍କ ଗାଁକୁ ରାସ୍ତା ଓ ପାନୀୟ ଜଳ ସହ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇଦେବା ନେଇ ମଧ୍ୟ ସେ ଏସପିଙ୍କ ନିକଟରେ ଦାବି ରଖିଛନ୍ତି । ତେବେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାଲାଗି ପ୍ରତିଶୃତି ଦେଇଛନ୍ତି ସୁକମା ଏସ.ପି. ସୁନିଲ ଶର୍ମା ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.