ETV Bharat / state

ETV Bharat Impact: ଖବର ବାଜିଲା ପରେ ସ୍ୱାସ୍ଥ୍ୟ ବିଭାଗର ଚେତା ଫେରିଲା, ଯଶୋଦାର ଚିକିତ୍ସା ଆରମ୍ଭ, ଗୁଣିଆ କବଳରୁ ଫେରିଲା ଜୀବନ !

author img

By

Published : Nov 1, 2022, 10:33 PM IST

ଚିକିତ୍ସା ବିଜ୍ଞାନର ଚମତ୍କାରିତା ପରେ ବି ଗୁଣିଆ ଭରସାରେ ଲୋକେ । ତେବେ ଏ ସମ୍ପର୍କିତ ଖବର ଇଟିଭି ଭାରତରେ ପ୍ରସାରଣ ହେବା ପରେ ମାଲକାନଗିରି ଜିଲ୍ଲା କୋରୋକୁଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ପୁଷପାଲ୍ଲୀ ଗ୍ରାମରେ ଡାକ୍ତର ଟିମ୍ ଗୁଣିଆ ଘରକୁ ଯାଇ ଯଶୋଦାକୁ ଗୁଣିଆ କବଳରୁ ଆଣିଥିଲେ । ଏଥି ସହ ତାକୁ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଚିକିତ୍ସା ଆରମ୍ଭ କରିଛନ୍ତି ଡାକ୍ତର ଟିମ୍ । ଅଧିକ ପଢନ୍ତୁ

ETV Bharat impact:ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଯୋଶଦାର ଚିକିତ୍ସା ଆରମ୍ଭ
ETV Bharat impact:ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଯୋଶଦାର ଚିକିତ୍ସା ଆରମ୍ଭ

ମାଲକାନଗିରି: ବିଂଶ ଶତାବ୍ଦୀରେ ପାଦ ଥାପିଲାଣି ମଣିଷ ସମାଜ । ମାତ୍ର ଲୋକଙ୍କ ମନରୁ ଏବେବି ଲିଭି ନାହିଁ ଅନ୍ଧ ବିଶ୍ବାସ। ଆଜିକାର ଆଧୁନିକ ଯୁଗରେ ମଧ୍ୟ ଲୋକେ ବିଶ୍ବାସ ରଖିଛନ୍ତି ଗୁଣିଗାରେଡିରେ । ଚିକିତ୍ସା ବିଜ୍ଞାନର ଚମତ୍କାରିତା ପରେ ବି ଗୁଣିଆ ଭରସାରେ ଲୋକେ । ଅଜଣା ରୋଗ ପାଇଁ ମେଡିକାଲ ନୁହେଁ ଗୁଣିଗାରିଡି ଭରସା । ସଚେତନତା ଅଭାବରୁ ଗଡୁଛି ମୁଣ୍ଡ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୋକୁଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ପୁଷପାଲ୍ଲୀ ଗ୍ରାମରେ । ଅଜଣା ରୋଗରେ ଦୁଇ ଭଉଣୀଙ୍କର ମୃତ୍ୟୁ । ଏବେ ତୃତୀୟ ଭଉଣୀର ସ୍ବାସ୍ଥ୍ୟବସ୍ଥା ଗୁରୁତର ।

ETV Bharat impact:ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଯୋଶଦାର ଚିକିତ୍ସା ଆରମ୍ଭ

"ଚିକିତ୍ସା ବଦଳରେ ଗୁଣିଆ ଭରସାରେ ପରିବାର , 2 ଭଉଣୀ ମୃତ" ସମ୍ପର୍କିତ ଖବର ଇଟିଭି ଭାରତରେ ପ୍ରସାରଣ ହୋଇଥିଲା । ଏହା ପରେ ଆକ୍ସନ ମୁଡକୁ ଆସିଥିଲା ସ୍ବାସ୍ଥ୍ୟ ବିଭାଗ । ଗତକାଲି ରାତିରେ କୋରୁକୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଟିମ୍ ଗୁଣିଆ ଘରକୁଯାଇ ଯଶୋଦାକୁ ଗୁଣିଆ କବଳରୁ ଆଣିବା ସହ ତାକୁ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଗୁରୁତରଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଯଶୋଦାଙ୍କ ସ୍ଥିତିରେ ଉନ୍ନତି ଆସିଥିବା ଜଣାପଡିଛି।

ପରିବାର ଲୋକେ ଗୁଣିଆ ଭରସାରେ ରହିଛନ୍ତି । ପୁଷପାଲ୍ଲୀ ଗାଁରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ପରିବାରକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି । ଅଜଣା ରୋଗରେ ୨ ଭଉଣୀ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ଡାକ୍ତରଙ୍କ ନିକଟକୁ ନେଇଥିଲେ । ମାତ୍ର ଔଷଧ ଖାଇବା ପରେ ମଧ୍ୟ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି । ଏହି ଦୁଇ ଭଉଣୀଙ୍କ ପରେ ଆଉ ଏକ ଭଉଣୀ ଅଜଣା ରୋଗରେ ପୀଡ଼ିତ ଥିବା ଜଣାପଡିଥିଲା । ତେବେ ପରିବାରଲୋକେ ଡାକ୍ତରଙ୍କ ଉପରେ ଭରସା ନ କରି ଗୁଣିଆ ନିକଟରେ ଚିକିତ୍ସିତ କରାଉଥିବା ଦେଖିବାକୁ ମିଳିଛି । ତେବେ ପରିବାରଲୋକେ ଡାକ୍ତରଙ୍କ ଉପରେ ଭରସା ନ କରି ଗୁଣିଆ ନିକଟରେ ଚିକିତ୍ସିତ କରାଉଥିଲେ ।

ଏହା ମଧ୍ୟ ପଢନ୍ତୁ-ଚିକିତ୍ସା ବଦଳରେ ଗୁଣିଆ ଭରସାରେ ପରିବାର, ୨ଭଉଣୀ ମୃତ

ସୂଚନା ଅନୁସାରେ, ଗାଁର ଗୋବର୍ଦ୍ଧନ ନାୟକ, ସ୍ବାମୀ ସ୍ତ୍ରୀ ଓ ୪ ଝିଅଙ୍କୁ ଧରି ତାଙ୍କ ହସଖୁସିର ପରିବାର । ହେଲେ ୧୫ ଦିନ ପୂର୍ବରୁ ତାଙ୍କ ପରିବାର ଉପରେ ଆସିଗଲା ବଡ ବିପତ୍ତି । ପ୍ରଥମେ ବଡ ମଝିଆ ଝିଅ ଜୟନ୍ତୀ ନାୟକ (୧୭)କୁ ହାତ, ଗୋଡ ଓ ପେଟ ବ୍ୟଥା ହେବାରୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଆଣି ଚିକିତ୍ସା କରିଥିଲେ । ହେଲେ ସେଠାରେ କିଛିଦିନ ଚିକିତ୍ସା ପରେ ତାଙ୍କର ଶରୀରରେ କୌଣସି ଉନ୍ନତି ନଆସିବାରୁ ଡାକ୍ତର ଜୟନ୍ତୀଙ୍କର କୌଣସି ରୋଗ ନ ଥିବା କହି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ରେଫର କରିଥିଲେ । ହେଲେ ରାସ୍ତାରେ ହିଁ ଜୟନ୍ତୀଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଦାଦନ ଦୁଃଖ, ପୁନେରୁ ଫେରିଲା ଶ୍ରମିକଙ୍କ ମୃତଦେହ

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିରେ କେବେ ଲୋକଙ୍କ ମନରୁ ଏଭଳି ଅନ୍ଧ ବିଶ୍ବାସ ହଟିବ । କାହିଁକି ବାରମ୍ବାର ଘଟୁଛି ଏଭଳି ଘଟଣା । କାହିଁକି ସଚେତନତା କରିବାରେ ବିଫଳ ହେଉଛି ପ୍ରଶାସନ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.