ଜଗଦଲପୁର ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ଦେହାନ୍ତ

author img

By

Published : Sep 13, 2022, 1:17 PM IST

Updated : Sep 13, 2022, 1:49 PM IST

ଜଗଦଲପୁର ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ଦେହାନ୍ତ

ଜଗଦଲପୁର ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅସୁସ୍ଥ ଅନୁଭବ କରିବା ପରେ ସିଆରପିଏଫ ଯବାନ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ପଢନ୍ତୁ

ବରଗଡ: CRPF କ୍ୟାମ୍ପରେ ଯବାନଙ୍କ ସନ୍ଦେହ ଜନକ ମୃତ୍ୟୁ । ବରଗଡ଼ ଜିଲ୍ଲା ଜଗଦଲପୁର ଠାରେ ଥିବା ସିଆରପିଏଫ କ୍ୟାମ୍ପରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ମୃତ୍ୟୁ ହୋଇଥିବା ଯବାନ ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶ ମୋରେନା ଜିଲ୍ଲାର ୪୬ ବର୍ଷୀୟ ସଞ୍ଜୟ କୁମାର ।

ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳରେ CRPF ଯବାନମାନେ କ୍ୟାମ୍ପ କରି ରହିଆସୁଛନ୍ତି । ତେବେ ଜଗଦଲପୁର ଠାରେ ଥିବା ସିଆରପିଏଫ ଯବାନଙ୍କ କ୍ୟାମ୍ପରେ ସଞ୍ଜୟ କୁମାର ରହୁଥିବା ବେଳେ ଆଜି ସକାଳ ୫ଟା ସମୟରେ ବାଥରୁମ ଯିବା ସମୟରେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣ ଯୋଗୁଁ ଯବାନଙ୍କ ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି । ପଦ୍ମପୁର ଠାରେ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ଗ୍ରାମକୁ ପଠାଯିବ ବୋଲି ସୂଚନା ରହିଛି ।

ଜଗଦଲପୁର ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ଦେହାନ୍ତ

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ବନ କର୍ମଚାରୀ, 2 ଲକ୍ଷ ଟଙ୍କା ଜବତ

ଗତ ଜୁଲାଇ ମାସରେ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ଥିବା ଜଣେ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଯବାନଙ୍କର ମୃତ୍ୟୁ ହୋଇଥିଲା । ସିଆରପିଏଫ୍ 189 ବାଟାଲିୟନରେ କାର୍ଯ୍ୟରତ ଥିବା ଯବାନ ଅନିଲ କୁମାର ସିହ୍ନା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମାଓ ପ୍ରବଣ ଖପ୍ରାଖୋଲରେ ନିୟୋଜିତ ଥିଲେ ।

ଯବାନଙ୍କ ମୃତଦେହର ବ୍ୟବଚ୍ଛେଦ ପରେ ତାଙ୍କୁ ବଲାଙ୍ଗୀରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯାଇଥିଲା । ବିହାର ରାଜ୍ୟର ଗନ୍ଵା ଗ୍ରାମର ଅନିଲ କୁମାର ସିହ୍ନା 1990ରୁ ସିଆରପିଏଫରେ କାର୍ଯ୍ୟରତ ଥିଲେ । ତାଙ୍କ ମର ଶରୀରକୁ ଟ୍ରେନ ଯୋଗେ ତାଙ୍କ ପୈତୃକ ଗାଁକୁ ପଠାଇ ଦିଆଯାଇଥିଲା ।

Last Updated :Sep 13, 2022, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.