ଟଙ୍କା ନେଇ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେଉଛି ଅବକାରୀ ବିଭାଗ, ଆଦିବାସୀଙ୍କ ପ୍ରଜାମେଳି

author img

By

Published : Sep 15, 2021, 4:59 PM IST

Updated : Sep 15, 2021, 8:55 PM IST

ଟଙ୍କା ନେଇ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେଉଛି ଅବକାରୀ ବିଭାଗ, ଆଦିବାସୀଙ୍କ ପ୍ରଜାମେଳି

ଟଙ୍କା ନେଇ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି ଅସାଧୁ ଅବକାରୀ ଅଧିକାରୀ ଓ କର୍ମଚାରୀ । ପୁଣି ଚଢାଉ କରି ଆଦିବାସୀଙ୍କୁ କରୁଛନ୍ତି ଗିରଫ । ଏପରି ଅଭିଯୋଗ ଆଣି ବିଭାଗ ବିରୋଧରେ ବର୍ଷିଲା ଆଦିବାସୀ ମହାସଂଘ । ଅଧିକ ପଢନ୍ତୁ...

ମାଲକାନଗିରି: ଜିଲ୍ଲାରେ ଦିନକୁ ଦିନ ଆଦିବାସୀଙ୍କ ପ୍ରତି ଅବକାରୀ ବିଭାଗ ଜୁଲୁମ କରୁଥିବା ଅଭିଯୋଗ କରି ଆଜି ନାକାମାମୁଡି ପଞ୍ଚାୟତର ଖଡିକାଯୋଡି ଠାରେ ଆଦିବାସୀ ମହାସଂଘ ପକ୍ଷରୁ ଏକ ବଡଧରଣର ପ୍ରଜାମେଳିର ଆୟୋଜନ କରିଥିବା ଦେଖିବାକୁ ମିଳିଛି ।

ଟଙ୍କା ନେଇ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେଉଛି ଅବକାରୀ ବିଭାଗ, ଆଦିବାସୀଙ୍କ ପ୍ରଜାମେଳି

ଆଦିବାସୀଙ୍କ ଅଭିଯୋଗ ଅନୁସାରେ, ଜିଲ୍ଲାର ବହୁ ଆଦିବାସୀ ଗାଁରେ ଅବକାରୀ ବିଭାଗ ଜାଣତରେ ଗଞ୍ଜେଇ ଚାଷ କରାଯାଉଛି । ଏପରିକି ଗଞ୍ଜେଇ ଚାଷ କରୁଥିବା ଗ୍ରାମବାସୀଙ୍କ ଠାରୁ ଅବକାରୀ ଅଧିକାରୀ ଏବଂ କର୍ମଚାରୀମାନେ ମୋଟା ଅଙ୍କର ଅର୍ଥ ନେଇ ଗଞ୍ଜେଇ ଚାଷକୁ ପ୍ରୋତ୍ସାହିତ କରି ଆସୁଛନ୍ତି । ଯାହା ଫଳରେ ନିରୀହ ଆଦିବାସୀମାନେ ଗଞ୍ଜେଇ ଚାଷ ପ୍ରତି ଆଗ୍ରହ ଦେଖାଉଛନ୍ତି । ତେବେ ଚାଷ ପରେ ଅମଳ କରି ଗଞ୍ଜେଇକୁ ବିକ୍ରି କରିବା ପାଇଁ ଘରେ ସାଇତି ରଖିଥିବା ସମୟରେ ଅବକାରୀ ବିଭାଗର ଅଧିକାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ଚଢାଉ କରି ବିଭିନ୍ନ ଦଫା ଲଗେଇ ନିରୀହ ଆଦିବାସୀଙ୍କୁ କୋର୍ଟଚାଲାଣ କରୁଥିବା ଅଭିଯୋଗ କରିଛି ଆଦିବାସୀ ମହାସଂଘ । ସେହିପରି କୌଣସି ପରିସ୍ଥିତିରେ ଗଞ୍ଜେଇ ଚାଷ ବନ୍ଦ କରାଯିବ ନାହିଁ ବୋଲି କହିଛନ୍ତି ଆଦିବାସୀ ।

ଆଦିବାସୀଙ୍କ ପ୍ରତି ଏଭଳି ଅତ୍ୟାଚାରର ତୁରନ୍ତ ସମାଧାନ ହେବା ସହ ଏପରି କାର୍ଯ୍ୟରେ ଲିପ୍ତ ଥିବା ଅସାଧୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ମିଛ ମକଦ୍ଦମାରେ ଫସିଥିବା ଆଦିବାସୀଙ୍କୁ ତୁରନ୍ତ ଖଲାସ କରାଯାଉ ବୋଲି ପ୍ରଜାମେଳିରେ ମହାସଂଘ ପକ୍ଷରୁ ଦାବି କରାଇଛି । ସରକାର ଓ ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଦିବାସାୀ । ଅଭିଯୋଗ ନେଇ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ପଚାରିବାରୁ, ଏସବୁ କଥା ସମ୍ପୂର୍ଣ୍ଣ ମିଛ ଏବଂ ଭିତ୍ତିହୀନ ବୋଲି କହିବା ସହ ଅଭିଯୋଗର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated :Sep 15, 2021, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.