ETV Bharat / state

ଖଲିପତ୍ର ସିଲେଇ ସ୍ୱାବଲମ୍ବୀ ହେଲେ 800 ମହିଳା

author img

By

Published : Mar 8, 2023, 10:45 PM IST

ଅତ୍ୟାଧୁନିକ ଯନ୍ତ୍ରପାତି ଓ ପ୍ରକ୍ରିୟାକୁ ଆଧାର କରି ନିଜକୁ କରୁଛନ୍ତି ସ୍ବାବାଳମ୍ବୀ । ବୈପାରିଗୁଡାର 700 ଜଣ ଓ କୋରାପୁଟ ର 100 ମହିଳାଙ୍କୁ ସ୍ୱାବଲମ୍ବୀ ହେବାରେ ସହାୟକ ହୋଇଛି । ଅଧିକ ପଢ଼ନ୍ତୁ

ସ୍ବାବଲମ୍ବୀ ହେଉଛନ୍ତି ଆଦିବାସୀ ମହିଳା
ସ୍ବାବଲମ୍ବୀ ହେଉଛନ୍ତି ଆଦିବାସୀ ମହିଳା

ସ୍ବାବଲମ୍ବୀ ହେଉଛନ୍ତି ଆଦିବାସୀ ମହିଳା

କୋରାପୁଟ: ସ୍ବାବଲମ୍ବୀ ହେଉଛନ୍ତି ଆଦିବାସୀ ମହିଳା । ଅତ୍ୟାଧୁନିକ ଯନ୍ତ୍ରପାତି ଓ ପ୍ରକ୍ରିୟା କୁ ଆଧାର କରି ନିଜକୁ କରୁଛନ୍ତି ସ୍ବାବାଳମ୍ବୀ । କୋରାପୁଟ ସହର ଠାରୁ ମାତ୍ର ଛଅ କିଲୋମିଟର ଦୂରରେ ଦୂରରେ ସ୍ପ୍ରେଡ଼ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ପ୍ରତିଷ୍ଠିତ ବିଶାଳ ଖଲିପତ୍ର ପ୍ରସ୍ତୁତି କେନ୍ଦ୍ରରେ କର୍ଯ୍ଯକରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳାମାନେ । ବୈପାରିଗୁଡାର 700 ଜଣ ଓ କୋରାପୁଟ ର 100 ମହିଳାଙ୍କୁ ସ୍ୱାବଲମ୍ବୀ ହେବାରେ ସହାୟକ ହୋଇଛି ।

ମହିଳା ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କେନ୍ଦ୍ର ରେ ଦେବା ଆରମ୍ଭ କରିଛନ୍ତି । ସେମାନଙ୍କ ଦ୍ୱାରା ପ୍ରାଥମିକ ଭାବେ କାଠିରେ ସିଲା ଯାଇଥିବା ଖଲି କୁ ଖରାରେ ଶୁଖାଯାଏ । ପରେ ସ୍ପ୍ରେଡ଼ ସଂସ୍ଥା ର ସ୍ବେଚ୍ଛାସେବୀ ଆସି ତାକୁ କୋରାପୁଟ ସ୍ଥିତ ପ୍ରକ୍ରିୟାକରଣ କେନ୍ଦ୍ର ରେ ପହଞ୍ଚାଉ ଥିବା ପ୍ରକଳ୍ପର ସଂଯୋଜକ ସୋନୁ କାନ୍ଦୁଲପଡ଼ିଆ ଜଣାଇଛନ୍ତି । ଏହିପରି ଭାବେ ପ୍ରସ୍ତୁତ ହୋଇଥିବା ଖଲିପତ୍ର କୁ ଶକ୍ତ କାଗଜ ବୋର୍ଡରେ ଅଠା ଦେଇ ଯୋଡ଼ିଦେବା ପରେ ଖଲିକୁ କାଗଜ ବୋର୍ଡ ସହ ଲାଗିଯିବା ପାଇଁ ଏଠାରେ ଥିବା ଆଧୁନିକ ଚାପା ମେସିନ ଯୋଗେ ଉନ୍ନତମାନର ଖାଇବା ପ୍ଲେଟ ତିଆରି ହୋଇପାରୁଥିବା ସ୍ପ୍ରେଡ଼ ସଂଗଠନର ସମ୍ପାଦକ ବିଦ୍ୟୁତ ମହାନ୍ତି ଜଣାଇଛନ୍ତି ।

ଏହି ସମଗ୍ର ପ୍ରକ୍ରିୟାରେ ମହିଳା ମାନେ ଦୁଇଟି ସ୍ତରରେ ଆୟ କରିପାରିବେ । ପ୍ରଥମେ ପତ୍ର ତୋଳିବା ପରେ ତାର ପାଉଣା ପାଉଥିବା ବେଳେ, ପୁଣିଥିରେ ପ୍ରକ୍ରିୟାକରଣ ପରେ ଖଲିପତ୍ର ବିକ୍ରିହେବା ବେଳେ ସେଥିରୁ ମିଳୁଥିବା ଲାଭ ରୁ ଅଂଶ ପାଇପାରିବେ । ବଜାରରେ ପ୍ଲାଷ୍ଟିକ ଖଲି ପ୍ରଚଳନ ହେବା ପରେ ଶାଳ ଓ ଶିଆଳି ପତ୍ରକୁ ନେଇ ସିଲେଇ ହେଉଥିବା ଖଲିପତ୍ରର ଚାହିଦା କମିଯାଇଥିଲା । ଯାହା ଫଳରେ ବୈପାରିଗୁଡା ଅଂଚଳରୁ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଖଲିପତ୍ର କିଣି ନେଉଥିବା ବ୍ୟବସାୟୀ ମଧ୍ୟ ସାତ ବର୍ଷ ପୂର୍ବେ ହିଁ ଏ ଅଂଚଳକୁ ଆସିବା ବନ୍ଦ କରିଦେଇଲେ ।

ତେବେ ଗତ ବର୍ଷକ ପୂର୍ବେ ସ୍ପ୍ରେଡ଼ ସଂଗଠନ ଦ୍ୱାରା ପୁଣିଥରେ ଶାଳ ଓ ଶିଆଳି ପତ୍ରର ଖଲି ପ୍ରସ୍ତୁତ ହେଉଛି । ଫଳରେ କାକଲପଡା ଓ ଖଜୁରିପଦର ଅଂଚଳର ମହିଳାମାନେ ଜଙ୍ଗଲ ରୁ ପତ୍ର ଗୋଟେଇ ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଅପରପକ୍ଷେ କୋରାପୁଟ ସ୍ଥିତ ଖଲିପତ୍ର ପ୍ରସ୍ତୁତ କେନ୍ଦ୍ରରୁ ସିଧାସଳଖ ବଜାରକୁ ନେବା ପାଇଁ ବାଙ୍ଗାଲୋରର କିଛି ବ୍ୟବସାୟୀ ସମ୍ପର୍କ ସ୍ଥାପନ କରିଥିବା ବେଳେ ଏହା ସ୍ଥାନୀୟ ବଜାରର ଆବଶ୍ୟକତା କୁ ମଧ୍ୟ ପୂରଣ କରିବ ବୋଲି ମହାନ୍ତି ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.