ETV Bharat / state

କୋରାପୁଟରେ ନାହିଁ ସମ୍ପୂର୍ଣ୍ଣ ଲକଡାଉନର ଯୋଜନା: ଜିଲ୍ଲାପାଳ

author img

By

Published : Apr 19, 2021, 9:29 PM IST

ଲକଡାଉନ ଭୟରେ ବଜାରରେ ଦେଖିବାକୁ ମିଳୁଛି ଗହଳି, କୋରାପୁଟରେ ସମ୍ପୂର୍ଣ୍ଣ ଲକଡାଉନର ଯୋଜନା ନଥିବା ସ୍ପଷ୍ଟକଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ....

କୋରାପୁଟରେ ନାହିଁ ସମ୍ପୂର୍ଣ୍ଣ ଲକ ଡାଉନର ଯୋଜନା : ଜିଲ୍ଲାପାଳ
କୋରାପୁଟରେ ନାହିଁ ସମ୍ପୂର୍ଣ୍ଣ ଲକ ଡାଉନର ଯୋଜନା : ଜିଲ୍ଲାପାଳ

କୋରାପୁଟ: କୋଭିଡ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ସପ୍ତାହନ୍ତ ସଟଡାଉନ । ଏହି କ୍ରମରେ କୋରାପୁଟ ଜିଲ୍ଲାରେ ମଧ୍ୟ ସପ୍ତାହନ୍ତ କର୍ଫ୍ୟୁ କଡାକଡି ପାଳନ କରାଯାଇଛି । କିନ୍ତୁ ଜିଲ୍ଲାରେ କୋଭିଡ କଟକଣାକୁ ନେଇ ଜିଲ୍ଲାବାସୀ ସଚେତନ ନ ଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଆଜି ଗଳି କନ୍ଦି ଦୋକାନ ବଜାର ଜନଗହଳିରେ ପରିପୂର୍ଣ୍ଣ ହୋଇଉଠିଥିଲା । ଏପରିକି ଲୋକେ ପରସ୍ପର ମଧ୍ୟରେ ଭୌତିକ ଦୂରତା ରଖିବା ମଧ୍ୟ ଭୁଲିଯାଇଥିବା କିଛି ସ୍ଥାନରେ ପରିଲକ୍ଷିତ ହୋଇଥିଲା । ଏହି ସମସ୍ତ ଅବ୍ୟସ୍ତତା ପଛରେ କିଛି ଅପପ୍ରଚାରର ହାତ ରହିଥିବା ଜିଲ୍ଲାପାଳ ଅବଦଲ ଅକ୍ତର ଅନୁମାନ କରିଛନ୍ତି ।

କୋରାପୁଟରେ ନାହିଁ ସମ୍ପୂର୍ଣ୍ଣ ଲକ ଡାଉନର ଯୋଜନା : ଜିଲ୍ଲାପାଳ

ବର୍ତମାନ କୋରାପୁଟ ଜିଲ୍ଲାର ସହରାଞ୍ଚଳରେ ଲଗାଯାଇଥିବା ସପ୍ତାହନ୍ତ କରଫ୍ୟୁକୁ ଆସନ୍ତା ଦିନ ଗୁଡିକରେ ସମ୍ପୂର୍ଣ୍ଣ କର୍ଫ୍ୟୁରେ ରୂପାନ୍ତରିତ କରାଯିବ ବୋଲି ସହର ବଜାରରେ ଅପପ୍ରଚାର କରାଯାଉଥିବା ଯୋଗୁଁ ଲୋକଙ୍କ ଭିତରେ ଏପରି ଭୟ ସୃଷ୍ଟି ହୋଇଛି । ଫଳରେ ଲୋକେ ଭୟଭୀତ ହୋଇ ବଜାରରୁ ଆବଶ୍ଯକତା ଠାରୁ ଅଧିକା ସାମଗ୍ରୀ କିଣିବା ପାଇଁ ଭିଡ ଜମାଉଥିବା ଦେଖିବାକୁ ମିଳୁଛି ବୋଲି ଆଶଙ୍କା କରିଛନ୍ତି ଜିଲ୍ଲାପାଳ । ତେବେ ରାଜ୍ୟ ସରକାରଙ୍କର ବା ଜିଲ୍ଲା ପ୍ରଶାସନର ସେପରି କୌଣସି ଯୋଜନା ନଥିବା ସେ ସ୍ପଷ୍ଟ ମଧ୍ୟ କରିଛନ୍ତି । ଏପରି ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.