ETV Bharat / state

ଚାଷୀକୁ ଡରାଉଛି ଲଘୁଚାପ ବାତ୍ୟା, ପ୍ରସ୍ତୁତ ରହିଛି କୋରାପୁଟ ଜିଲ୍ଲା ପ୍ରଶାସନ

author img

By ETV Bharat Odisha Team

Published : Dec 3, 2023, 8:18 PM IST

Preparation for Possible Cyclone in Koraput: ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତ ରୂପ ନେଇଛି । ପ୍ରବଳ ବର୍ଷା ଆଶଙ୍କାରେ ଚାଷୀଙ୍କ ମନରେ ଛନକା । ଅଧିକ ପଢ଼ନ୍ତୁ

ଚାଷୀକୁ ଡରାଉଛି ଲଘୁଚାପ ବାତ୍ୟା, ପ୍ରସ୍ତୁତ ରହିଛି କୋରାପୁଟ ଜିଲ୍ଲା ପ୍ରଶାସନ
ଚାଷୀକୁ ଡରାଉଛି ଲଘୁଚାପ ବାତ୍ୟା, ପ୍ରସ୍ତୁତ ରହିଛି କୋରାପୁଟ ଜିଲ୍ଲା ପ୍ରଶାସନ

ଚାଷୀକୁ ଡରାଉଛି ଲଘୁଚାପ ବାତ୍ୟା, ପ୍ରସ୍ତୁତ ରହିଛି କୋରାପୁଟ ଜିଲ୍ଲା ପ୍ରଶାସନ

କୋରାପୁଟ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତ ରୂପ ନେଇଛି । ଏହାସହ ଆନ୍ଧ୍ର-ତାମିଲନାଡ଼ୁ ଆଡ଼କୁ ମୁହାଁଇଥିବାରୁ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା କରାଇବାର ଆଶଙ୍କା ରହିଛି । କୋରାପୁଟ ଜିଲ୍ଲା ଚାଷୀଙ୍କ ମନରେ ପଶିଛି ଛନକା । ଏବେ ଖରିଫ ଋତୁର ଧାନ ଅମଳ ଏବେ ୮୦ ପ୍ରତିଶତ ହୋଇଥିବା ବେଳେ ଜମିରେ ୨୦ ପ୍ରତିଶତ ଧାନ ପଡ଼ି ରହିଛି । ସେହିପରି ମାଣ୍ଡିଆ ୪୦%, ଅଳସୀ ୭୦ %, ଛୋଟ ମାଣ୍ଡିଆ ୬୪ ପ୍ରତିଶତ, ବଡ଼ ମାଣ୍ଡିଆ ୩୦% ପ୍ରତିଶତ ଏବେ ବି ଜମିରେ ପଡ଼ିଛି ।

ଚାଷୀ ଏବେ ଧାନ ଅମଳରେ ମାତିଥିବାବେଳେ ଖଳାରେ ହଜାର ଜହାର କୁଇଣ୍ଟାଲ ଧାନ ପଡି ରହିଛି। ଚଳିତମାସ ୧୪ ତାରିଖରୁ କୋରାପୁଟ ଜିଲ୍ଲାର ୧୦୪ଟି ମଣ୍ଡିରେ ଧାନ କିଣା ହେବାକୁ ରହିଥିବାବେଳେ ୪୧ ହଜାର ୭୩୬ ଧାନ ଚାଷୀ ଆଶା ଆଶଙ୍କାରେ ରହିଛନ୍ତି । ବାତ୍ୟା ରୂପ ନେବାକୁ ରହିଥିବାରୁ ହଠାତ ପାଗ ବଦଳିବା ଆଶଙ୍କା ରହିଛି । ଖରିଫ ଋତୁ ପାଇଁ ଧାନ କିଣା ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବାକୁ ରହି ଥିବାବେଳେ ଧାନ ଅମଳ କରିବାରେ ବ୍ୟସ୍ତ ଚାଷୀ ।

ଏହା ମଧ୍ୟ ପଢନ୍ତୁ... ନାଲି ଓ ହଳଦିଆ କଫି ଫଳ ଦେଉଛି ଭଳିକି ଭଳି ସ୍ବାଦର କଫି, ଚର୍ଚ୍ଚାରେ ବ୍ରାଜିଲିଆନ ୟେଲୋ ବର୍ବନ କଫି

ଏବେ ବି କୋରାପୁଟ ଜିଲ୍ଲାରେ ୮୦ ପ୍ରତିଶତ ଅମଳ ଶେଷ ହୋଇଥିବାବେଳେ ଆହୁରି ୨୦ ପ୍ରତିଶତ ଜମିରେ ପଡିଛି ଫସଲ । ସୋମବାରଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ଆଶଙ୍କା ରହିଥିବା ବେଳେ ପାଚିଲା ଧାନ ଗଜା ହେବା ଆଶଙ୍କା ଦେଖାଦେଇଛି । ତେବେ କୋରାପୁଟ ଜିଲ୍ଲାରେ ୧୪ ତାରିଖରୁ ଧାନ କିଣାଯିବାକୁ ଯୋଜନା ହୋଇଥିବାବେଳେ ଏବେ ଯାଏଁ ଟୋକେନ୍ ଇସ୍ୟୁ ହୋଇ ନଥିବା ଜଣାପଡିଛି । କେବେ ଟୋକନ୍‌ ପ୍ରଦାନ ହେବ ଓ କେବେ ଧାନ କିଣା ଯିବ ତାହାକୁ ନେଇ ନାନା ସଂଶୟ ଦେଖାଦେଇଛି । ଚଳିତମାସ ୧୩ ତାରିଖରୁ କୋରାପୁଟ ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ ହେବ । ଏଥିପାଇଁ ଜିଲ୍ଲାରେ ୧୦୪ଟି ଧାନ ମଣ୍ଡି ଖୋଲା ହେବ ।

କୋରାପୁଟରେ ଅନୁଷ୍ଠିତ ଜିଲ୍ଲା ଧାନ ସଂଗ୍ରହ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଚାଷୀ ଅମଳ କରିଥିବା ସାମଗ୍ରୀକୁ ସାଇତି ରଖିବା ପାଇଁ ପରାମର୍ଶ ଦିଆଯିବା ସହ ସମ୍ଭାବ୍ୟ ବାତ୍ୟାକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିବା ଜିଲ୍ଳାପାଳ ଅବଦଲ ଏମ ଅଖ୍‌ତର୍‌ ଜଣାଇଛନ୍ତି । ପ୍ରବଳ ବର୍ଷା ସହିତ ପବନ ର ବେଗ ଅଧିକ ରହିବାର ସମ୍ଭାବନା ଥିବା ଯୋଗୁଁ ଆନ୍ଧ୍ରପ୍ରଦେଶ ର ସୀମାବର୍ତୀ କୋଟିଆ ଏବଂ ଅନ୍ୟାନ୍ୟ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ପ୍ରଶାସନିକ ପ୍ରସ୍ତୁତି ହୋଇଥିବା ସେ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.