କୋଟିଆରେ ଓଡିଶା ଆୟୋଜନ କରିବ ବିଶାଳ ପୌଷ୍ଟିକ ଆହାର ମହୋତ୍ସବ

author img

By

Published : Sep 24, 2021, 6:52 PM IST

Kotia

ଆନ୍ଧ୍ର ସରକାରଙ୍କୁ ଏହାର କଡା ଜବାବ ଦେବାପାଇଁ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରାଯିବାକୁ ଉଦ୍ୟମ କରାଯାଉଛି । ଓଡିଶା ତରଫରୁ ମଧ୍ୟ କୋଟିଆରେ ଏକ ବିଶାଳ ପୌଷ୍ଟିକ ମହୋତ୍ସବ ଆୟୋଜନ କରାଯିବ ବୋଲି କୋରାପୁଟ ଡିଆରଡିଏ ପ୍ରକଳ୍ପ ଅଧିକାରୀ ପ୍ରବୀର ନାୟକ କହିଛନ୍ତି । ଅଧିକ ପଢନ୍ତୁ..

କୋରାପୁଟ: ଓଡିଶା ତରଫରୁ ବାରମ୍ବାର ବାରଣ କରିବା ସତ୍ତ୍ବେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ତାଙ୍କ ସରକାରଙ୍କ କାର୍ଯ୍ୟକ୍ରମ କରିଆସୁଛନ୍ତି । ଗତକାଲି କୋଟିଆ ସମେତ ବିଭିନ୍ନ ଗ୍ରାମରେ ଆନ୍ଧ୍ର ସରକାରଙ୍କ ଦ୍ବାରା ପୌଷ୍ଟିକ ଆହାର ମହୋତ୍ସଵ ପାଳନ କରାଯାଇଛି ।

କୋଟିଆରେ ଓଡିଶା ଆୟୋଜନ କରିବ ବିଶାଳ ପୌଷ୍ଟିକ ଆହାର ମହୋତ୍ସବ

ଆନ୍ଧ୍ର ସରକାରଙ୍କୁ ଏହାର କଡା ଜବାବ ଦେବାପାଇଁ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରାଯିବାକୁ ଉଦ୍ୟମ କରାଯାଉଛି । ଓଡିଶା ତରଫରୁ ମଧ୍ୟ କୋଟିଆରେ ଏକ ବିଶାଳ ପୌଷ୍ଟିକ ମହୋତ୍ସବ ଆୟୋଜନ କରାଯିବ ବୋଲି କୋରାପୁଟ ଡିଆରଡିଏ ପ୍ରକଳ୍ପ ଅଧିକାରୀ ପ୍ରବୀର ନାୟକ କହିଛନ୍ତି । ଆଜି କୋରାପୁଟରେ ଜିଲ୍ଲାସ୍ତରୀୟ ପୌଷ୍ଟିକ ମହୋତ୍ସବରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି । ତେବେ ହୋଇଥିବା କାର୍ଯ୍ୟକ୍ରମରେ ଶିଶୁ ଓ ମହିଳାଙ୍କ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯାଇଥିଲା । ମହିଳା ଓ ଶିଶୁ କିପରି ପୌଷ୍ଟିକ ଆହାର ସେବନ କରିବେ ସେ ସଂପର୍କରେ ଏକ ଖାଦ୍ୟ ପ୍ରଦର୍ଶନୀ ଏବଂ ବିସ୍ତୃତ ଆଲୋଚନା କରାଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.