ETV Bharat / state

ରାୟଗଡା ଜିଲ୍ଲା ପରେ କୋରାପୁଟକୁ ବ୍ୟାପିଲା ହଇଜା !

author img

By

Published : Jul 20, 2022, 5:31 PM IST

ରାୟଗଡା ଜିଲ୍ଲା କାଶୀପୁର ପରେ କୋରାପୁଟକୁ ବ୍ୟାପିଲା ହଇଜା । ମୋଟ 28 ଜଣ ହଇଜାରେ ଆକ୍ରାନ୍ତ ହୋଇଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ରାୟଗଡା ଜିଲ୍ଲା ପରେ କୋରାପୁଟକୁ ବ୍ୟାପିଲା ହଇଜା
ରାୟଗଡା ଜିଲ୍ଲା ପରେ କୋରାପୁଟକୁ ବ୍ୟାପିଲା ହଇଜା

କୋରାପୁଟ : ରାୟଗଡା ଜିଲ୍ଲା କାଶୀପୁର ପରେ କୋରାପୁଟକୁ ବ୍ୟାପିଲା ହଇଜା । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ହାତୀମୁଣ୍ଡା ଗାଁରେ ଝାଡାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଦଶମନ୍ତପୁର ବ୍ଲକର ଛତାଆମ୍ବରେ 11 ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ 32 ବର୍ଷୀୟ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଡମଣି ଜାନି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ ପାଢ଼ୀ ସୂଚନା ଦେଇଛନ୍ତି ।

ରାୟଗଡା ଜିଲ୍ଲା ପରେ କୋରାପୁଟକୁ ବ୍ୟାପିଲା ହଇଜା

ଆଜି ସୁଦ୍ଧା ଦଶମନ୍ତପୁର ବ୍ଲକର ହାତୀମୁଣ୍ଡା , ଛତାଆମ୍ବ , ଡାକାମରା ଓ ଗୁଲିମୁସା ଗାଁରେ ମୋଟ 28 ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏ ପର୍ଯ୍ୟନ୍ତ 15 ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ 12 ଜଣ କୋରାପୁଟ ସ୍ଥିତ ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଓ 6 ଜଣ ନିଜ ନିଜ ଘରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.