ଗଞ୍ଜେଇ ସନ୍ଦେହରେ ଚଢାଉ ବେଳେ ପୋଲିସକୁ ମାଡ ମାରିଲେ ଗ୍ରାମବାସୀ

author img

By

Published : May 14, 2022, 10:56 AM IST

Updated : May 14, 2022, 12:41 PM IST

ଗଞ୍ଜେଇ ସନ୍ଦେହରେ ଚଢାଉ ବେଳେ ପୋଲିସକୁ ମାଡ ମାରିଲେ ଗ୍ରାମବାସୀ

ଗଞ୍ଜେଇ ଥିବା ସନ୍ଦେହରେ ମାଟିଖାଲ ଗାଁରେ ଚଢାଉ କରିଥିବା ବେଳେ ପୋଲିସକୁ ଅଟକ ରଖି ମାଡମାରିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

କୋରାପୁଟ: ଗଞ୍ଜେଇ ଥିବା ସନ୍ଦେହରେ ବିଳମ୍ବିତ ରାତିରେ ଗ୍ରାମରେ ଚଢାଉ କରିଥିଲା ପୋଲିସ । ପୋଲିସକୁ ଅଟକ ରଖି ମାଡ ମାରିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗତକାଲି ରାତିରେ ମାଲକାନଗିରି ପୋଲିସ ଗ୍ରାମରେ ଗଞ୍ଜେଇଥିବା ସନ୍ଦେହରେ ପ୍ରବେଶ କରିଥିଲା । ପ୍ରଥମେ ଗାଁର କିଛି ଲୋକଙ୍କ ଘରର କବାଟକୁ ବାଡାଇ ସହ ଘର ଭିତରେ ପଶି ଲୋକଙ୍କୁ ଭୟଭୀତ କରିଥିଲେ । ଯାହାକୁ ନେଇ ଗ୍ରାମବାସୀ ଆତଙ୍କୀତ ହୋଇପଡିଥିଲେ ।

ଗଞ୍ଜେଇ ସନ୍ଦେହରେ ଚଢାଉ ବେଳେ ପୋଲିସକୁ ମାଡ ମାରିଲେ ଗ୍ରାମବାସୀ

ଏହାକୁ ନେଇ ଗ୍ରାମବାସୀ ଏକତ୍ରିତ ହୋଇ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିବାରୁ ଖୋଲା ଆକାଶରେ ୮ରୁ ୧୦ଟି ଗୁଳି ଚଳାଇଥିଲା ପୋଲିସ । କିନ୍ତୁ ଗୁଳି ଶବ୍ଦରେ ଭୟଭିତ ନହୋଇ ଗ୍ରାମବାସୀ ପ୍ରତିବାଦ ଜାରି ରଖିବା ଫଳରେ ପୋଲିସ କର୍ମଚାରୀ ଗ୍ରାମବାସୀଙ୍କ ଆକ୍ରମଣରେ ଛତ୍ର ଭଙ୍ଗ ଦେଇଥିଲେ । ତେବେ ଜଣେ ପୋଲିସ କର୍ମଚାରୀ ଗାଁ ଲୋକଙ୍କୁ ଗାଁ ଲୋକେ କାବୁ କରିନେଇ ମାଡମାରିବା ସହ ୨ଟି ବାଇକକୁ ଜବତ କରିଥିଲେ । ଆଜି ଭୋର ସମୟରେ ପୋଲିସ ପୁଣି ଘଟଣା ସ୍ଥଳକୁ ଯାଇ ଗ୍ରାମବାସୀଙ୍କ ନିକଟରୁ ଅଟକ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।

ତେବେ ପୋଲିସ କର୍ମଚାରୀଙ୍କୁ ମାଲକାନଗିରି ଜିଲ୍ଲା SDPO ମାଟିଖାଲ ଗାଁରେ ଗଞ୍ଜେଇ ରହିଥିବା ନେଇ ଖବର ଦେବା ସହ ରେଡ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାଥିଲି, ଗୋବିନ୍ଦପାଲି ଓ ମାଲକାନଗିରି ପୋଲିସ ମିଳିତ ଭାବରେ ଚଢାଉ କରିଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ଅଟକ ହୋଇଥିଲେ ପୋଲିସ କର୍ମୀ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated :May 14, 2022, 12:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.