ETV Bharat / state

କୋରାପୁଟ ଜିଲ୍ଲା ନିୟନ୍ତ୍ରଣରେ କୋଭିଡ ସ୍ଥିତି

author img

By

Published : Dec 29, 2020, 10:44 PM IST

କୋରାପୁଟ ଜିଲ୍ଲାରେ ନିୟନ୍ତ୍ରଣାଧୀନ ରହିଛି କୋଭିଡ଼ ସ୍ଥିତି । ସୂଚନା ଦେଲା ଜିଲ୍ଲା ପ୍ରଶାସନ । ପଢନ୍ତୁ ଅଧିକ.....

କୋରାପୁଟ ଜିଲ୍ଲାରେ ନିୟନ୍ତ୍ରଣରେ କୋଭିଡ ସ୍ଥିତି
କୋରାପୁଟ ଜିଲ୍ଲାରେ ନିୟନ୍ତ୍ରଣରେ କୋଭିଡ ସ୍ଥିତି

କୋରାପୁଟ: ଜିଲ୍ଲାରେ ନିୟନ୍ତ୍ରଣାଧୀନ ରହିଛି କୋଭିଡ଼ ସ୍ଥିତି । ନିକଟ ଅତୀତରେ ଜିଲ୍ଲାକୁ ଫେରିଥିବା 10 ଜଣ ବ୍ରିଟେନ ଫେରନ୍ତାଙ୍କ ସ୍ବାବ ନମୁନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କର ନମୁନା ନେଗେଟିଭ ଆସିଛି । ଏନେଇ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।

କୋରାପୁଟ ଜିଲ୍ଲାରେ ନିୟନ୍ତ୍ରଣରେ କୋଭିଡ ସ୍ଥିତି

ଜିଲ୍ଲାରେ ପ୍ରତିଦିନ 1500 ବ୍ୟକ୍ତିଙ୍କ ସ୍ବାବ ନମୁନା ପରୀକ୍ଷା ଚାଲିଥିବାବେଳେ ବର୍ତ୍ତମାନ କୋରୋନା ପଜିଟିଭ ସଂଖ୍ୟା ଶୂନ୍ୟ ଏଵଂ ଏକ ଅଙ୍କକୁ ଖସି ଆସିଥିବା ସରକାରୀ ତଥ୍ୟରୁ ଜଣାପଡିଛି । ତେଣୁ ଜୟପୁରସ୍ଥିତ କୋଭିଡ଼ ହସ୍ପିଟାଲ ଓ କୋରାପୁଟ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ଷମ ଥିବା କୋଭିଡ଼ କେୟାର ସେଣ୍ଟରରେ ସ୍ବାବ ପରୀକ୍ଷା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଡାକ୍ତର ବେଉରା କହିଛନ୍ତି ।

କୋଭିଡ଼କୁ ଜିଲ୍ଲାରେ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପଛରେ ଜିଲ୍ଲା ପ୍ରଶାସନର ସୁଚିନ୍ତିତ ଯୋଜନା ସାଙ୍ଗକୁ ବିଭିନ୍ନ ବିଭାଗ ଓ ସାଧାରଣ ଜନତାଙ୍କ ସହଯୋଗ ବିଶେଷ ଭୂମିକା ଗ୍ରହଣ କରିଛି ବୋଲି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.