ETV Bharat / state

ସାଇବର୍ ସଚେତନତା ପାଇଁ ପୋଲିସର ପ୍ରସ୍ତୁତି ବୈଠକ

author img

By ETV Bharat Odisha Team

Published : Sep 29, 2023, 10:09 AM IST

ସାଇବର ଠକାମୀ ରୋକିବା ନେଇ କୋରାପୁଟ ପୋଲିସ ପକ୍ଷରୁ ଆସନ୍ତା ୨ ତାରିଖରୁ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାକୁ ନେଇ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏସ୍‌ପି ଅଭିନବ ସୋନକାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ସାଇବର୍ ସଚେତନତା ପାଇଁ ପୋଲିସର ପ୍ରସ୍ତୁତି ବୈଠକ
ସାଇବର୍ ସଚେତନତା ପାଇଁ ପୋଲିସର ପ୍ରସ୍ତୁତି ବୈଠକ

ସାଇବର୍ ସଚେତନତା ପାଇଁ ପୋଲିସର ପ୍ରସ୍ତୁତି ବୈଠକ

କୋରାପୁଟ: ସାଇବର ଠକାମୀ ରୋକିବା ନେଇ ଜିଲ୍ଲା ପୋଲିସ ପକ୍ଷରୁ ଆସନ୍ତା ୨ ତାରିଖରୁ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଏସପି ଅଭିନବ ସୋନକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଇବର ଅପରାଧକୁ କିପରି ରୋକା ଯାଇ ପାରିବ ତାହାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସାଇବର ସଚେତନତା କାର୍ଯ୍ୟକ୍ରମକୁ ସୁରୁଖୁରୁରେ କରାଯାଇ ପାରିବ ତାହାକୁ ନେଇ ମଧ୍ୟ ଆଲୋଚନା ହୋଇଛି ।

ତେବେ ବିଭିନ୍ନ ଉପାୟରେ ସାଇବର ଠକମାନେ ଲୋକମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଥାନ୍ତି । ଏହି ଲୁଟରୁ ବର୍ତ୍ତିବାକୁ ହେଲେ ସଚେତନତାର ଆବଶ୍ୟକତା ରହିଛି । କୌଣସି ବ୍ୟକ୍ତି ଫୋନ୍ କରି ବ୍ୟାଙ୍କ ବିବରଣୀ କିମ୍ବା ସିକ୍ରେଟ ପିନ୍, ଏଟିଏମ୍, କ୍ରେଡିଟ କାର୍ଡ ସମ୍ପର୍କିତ ତଥ୍ୟ ମାଗିଲେ ନଦେବାକୁ ପରାମର୍ଶ ଦେଇଛନ୍ତି ଏସପି । ଲୋକଙ୍କୁ ଏଭଳି ଠକେଇରୁ ନିସ୍ତାର ପାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ତାରିଖରେ ଭୁବନେଶ୍ୱରରେ ସଚେତନତା ରଥ ଶୁଭାରମ୍ଭ କରିବାକୁ ଥିବାବେଳେ ଅକ୍ଟବୋର ୨ ରୁ କୋରାପୁଟ ସହରରୁ ସଚେତନତା ରଥ ବାହାରି ବିଭିନ୍ନ ବ୍ଲକ ଗସ୍ତ କରିବ ଓ ଜନ ସାଧାରଣଙ୍କୁ ସାଇବର ଠକେଇ ସମ୍ପର୍କରେ ସଚେତନ କରିବ ବୋଲି ଏସପି ସୂଚନା ଦେଇଥିଲେ ।

ଆସନ୍ତା ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସାଇବର ଠକାମୀ ନେଇ ସଚେତନତା କାର୍ଯ୍ୟକ୍ରମ । ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସଚେତନା କାର୍ଯ୍ୟକ୍ରମ ପାଇଁ ଗୁରୁବାର ଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସିଡିଓ ଗୌରବ ଶିବାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଏସ୍‌ବିଆଇ କୋରାପୁଟ ଶାଖାର ଆଞ୍ଚଳିକ ପ୍ରବନ୍ଧକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଏସ୍‌ପି ଅଭିନବ ସୋନକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସିଡିଓ ଗୌରବ ଶିବାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଏସ୍‌ବିଆଇ କୋରାପୁଟ ଶାଖାର ଆଞ୍ଚଳିକ ପ୍ରବନ୍ଧକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରସ୍ତୁତି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ନାହାକ, ସରକାରୀ କଲେଜ ଅଧ୍ୟକ୍ଷ ଦୀପକ ପଟ୍ଟନାୟକ, ଟିସିଏସଟି ଅଧ୍ୟକ୍ଷ ମଳୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହାମଧ୍ୟ ପଢନ୍ତୁ.. କମିବ ସାଇବର ଅପରାଧ, ଲୋକଙ୍କୁ ସଚେତନ କରୁଛି ଓଡିଶା ପୋଲିସ

ଏହା ବ୍ୟତୀତ ସ୍କୁଲ କଲେଜମାନଙ୍କରେ କୁଇଜ୍ ପ୍ରତିଯୋଗିତା, ସନ୍ଧ୍ୟାକାଳୀନ ଭ୍ରମଣ ସମୟରେ ଲୋକଙ୍କୁ ସଚେତନତା କରାଯିବା ସହ ଗ୍ରାମାଞ୍ଚଳ ମାନଙ୍କରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀମାନଙ୍କ ମାଧ୍ୟମରେ ସଚେତନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି । ଆଜିକାଲି ଅଧିକାଂଶ ଲୋକ ଫେସବୁକ, ଟୁଇଟର ଭଳି ସୋସିଆଲ ମିଡିଆ ବ୍ୟବହାର କରନ୍ତି, ଠକ ଗୋଷ୍ଠୀ ସୋସିଆଲ ମିଡିଆରୁ ବ୍ୟବହାରକାରୀଙ୍କ ତଥ୍ୟ ସଂଗ୍ରହ କରି ଟଙ୍କା ଲୁଟିବା ପାଇଁ ଯୋଜନା କରନ୍ତି ତେଣୁ ନିଜ ପ୍ରୋଫାଇଲ ଲକ୍ କରି ରଖିବାକୁ କୋରାପୁଟ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନ ପରାମର୍ଶ ଦେଇଥିଲେ ।

ଇଟିଭି ଭାରତ, କୋରପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.