ETV Bharat / state

କମିବ ସାଇବର ଅପରାଧ, ଲୋକଙ୍କୁ ସଚେତନ କରୁଛି ଓଡିଶା ପୋଲିସ

author img

By ETV Bharat Odisha Team

Published : Sep 29, 2023, 7:57 AM IST

ସାଇବର ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ । ଅଧିକ ପଢନ୍ତୁ

Police organised Awareness programme
Police organised Awareness programme

Police organised Awareness programme

କଟକ: ରାଜ୍ୟରେ ଚିନ୍ତା ବଢ଼ାଉଛି ସାଇବର ଅପରାଧ । ସ୍ଥିତି ଏମିତି ଯେ, ଟିକେ ଅସାବଧାନତା ରହିଲେ କେତେବେଳେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯିବ ତାହା ଆପଣ ବି ଭାବି ନଥିବେ । ନୂଆନୂଆ ତରିକାରେ ଆକାଉଣ୍ଟରୁ ଟଙ୍କା ଗାୟବ କରିଦେଉଛନ୍ତି ସାଇବର ଅପରାଧି। ଏହି ଅପରାଧୀରୁ ବର୍ତ୍ତିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି କେବଳ ସଚେତନତା। ଆପଣ କେବଳ ସଚେତନ ରହିଲେ ଏହି ଅପରାଧରୁ ବର୍ତ୍ତି ପାରିବେ । ଏହି ଅପରାଧର ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଶେଷକରି ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ସାଇବର ଅପରାଧର ମୁକାବିଲା ପାଇଁ ଓଡ଼ଶା ପୋଲିସ ପକ୍ଷରୁ ରାଜ୍ୟ ବ୍ୟାପି ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ଏହି କ୍ରମରେ କଟକ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ କଟକ ସହରରେ ବ୍ୟାପକ ସ୍ତରରେ ସାଇବର ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ଲୋକଙ୍କଚୁ ସାଇବର ଅପରାଧ ଏବଂ ଏଥିରୁ ନିବୃତ୍ତ ରହିବାର ମାର୍ଗ ବାବଦରେ ଲୋକଙ୍କୁ ଅବଗତ କରାଇବ ପୋଲିସ । ସବୁଠାରୁ ବଡ଼ କଥା ହେଉଛି ସ୍କୁଲ୍‌ ଛାତ୍ରଛାତ୍ରୀ ବି ଅଧିକାଂଶ ସମୟରେ ସାଇବର ଠକେଇର ଶିକାର ହେଉଛନ୍ତି । କାରଣ ସ୍କୁଲ୍‌ ଛାତ୍ରଛାତ୍ରୀ ଆଜିକାଲି ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି। ଆଉ ଭୁଲ ବଶତଃ ଏହାର ସଠିକ ବ୍ୟବହାର ନକରି ସାଇବର ଅପରାଧୀଙ୍କ ଶିକାର ହେଉଛନ୍ତି । ତେଣୁ ସଚେତନତା କରିବାକୁ ସମସ୍ତ ବର୍ଗର ଲୋକ ମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଯିବ ବୋଲି କଟକ ଡିସିପି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆଇନଜୀବୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ କରି ଅର୍ଥ ଠକେଇ ଅଭିଯୋଗ

କେତେବେଳେ କେଉଁ ପରିସ୍ଥିତିରେ କିଏ ସାଇବର ଠକେଇର ଶିକାର ହେବ ତାହା କାହାକୁବି ଜଣାନାହିଁ । ଏବେଠୁ ସାବଧାନ ହୋଇଯାଆନ୍ତୁ ନହେଲେ ଆପଣବି ଛନ୍ଦି ହୋଇପଡିବେ ଅଦୃଶ୍ୟ ଅପରାଧିଙ୍କ ଜାଲରେ। ବିଶେଷକରି ବଡ଼ବଡ଼ିଆଙ୍କୁ ଟାର୍ଗେଟ କରିଥାନ୍ତି ସାଇବର ଅପରାଧୀ । ଯେଉଁମାନେ ବିଶେଷକରି ସଚେତନ ହେଉ ନାହାଁନ୍ତି, ସେମାନେ ହିଁ ଏହି ଅପରାଧର ଶିକାର ହେଉଛନ୍ତି । ଆଉ ସବୁ କିଛି ହରାଉଛନ୍ତି। ଏମିତିକି ଅନେକ ଲୋକଙ୍କର ସବୁ କିଛି ପଳାଉଛି । ଏମିତି ବି ହୋଇଛି ଜଣେ ବାପା ତା ଝିଅ ବାହାଘର ପାଇଁ ବହୁ କଷ୍ଟରେ ସଞ୍ଚିଥିବା ଧନ ବି ପଳାଉଛି । ଆଉ ସେ ବି ଝିଅ ବାହାଘର କରି ପାରିନାହିଁ । ଏହିଭଳି ଅନେକ ଉଦାହରଣ ଏବେ ପ୍ରତ୍ୟେକ ଦିନ ଆପଣ ମାନେ ଜାଣିବାକୁ ପାଉଥିବେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.