ETV Bharat / state

କୋଟିଆରେ ସୂଚନା ଫଳକ ଲିଭାଇଥିଲା ଆନ୍ଧ୍ର, ପୁଣି ଓଡିଆରେ ଲେଖିଲା କୋରପୁଟ ଜିଲ୍ଲା ପ୍ରଶାସନ

author img

By

Published : Oct 1, 2021, 7:05 AM IST

କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆରେ ଲିଭାଯାଇଥିବା ସୂଚନା ଫଳକରେ ପୁଣି ଥରେ ଓଡିଆ ଭାଷାରେ ଲେଖାଗଲା ସୂଚନା । କିଛି ଦୁର୍ବୃତ୍ତ ସୂଚନା ଫଳକରୁ ଓଡିଆ ଭାଷାକୁ ଲିଭାଇ ଦେଇଥିବା ଦେଖିବାକୁ ମିଳିବା ପରେ ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା। ଅଧିକ ପଢନ୍ତୁ...

କୋଟିଆରେ ଓଡିଆ ସୂଚନା ଫଳକ ଲିଭାଯିବା ଘଟଣା, ପୁଣିଥରେ ଲେଖିଲା କୋରପୁଟ ଜିଲ୍ଲା ପ୍ରଶାସନ
କୋଟିଆରେ ଓଡିଆ ସୂଚନା ଫଳକ ଲିଭାଯିବା ଘଟଣା, ପୁଣିଥରେ ଲେଖିଲା କୋରପୁଟ ଜିଲ୍ଲା ପ୍ରଶାସନ

କୋରାପୁଟ: ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଓଡିଶା ଦ୍ବାରା ସ୍ଥାପିତ ସୂଚନା ଫଳକରୁ ଆନ୍ଧ୍ରପ୍ରଦେଶର କିଛି ଦୁର୍ବୃତ୍ତଙ୍କ ଦ୍ବାରା ଓଡ଼ିଆ ଲେଖାକୁ ଲିଭାଇ ଦିଆଯାଇଥିବା ଅଭିଯୋଗ ହେବା ପରେ କୋରାପୁଟ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେବେ ଆଜି ଉକ୍ତ ଫଳକରେ ପୁନଃର୍ବାର ଓଡିଆ ଭାଷାରେ ସୂଚନା ଲେଖିଛି କୋରାପୁଟ ଜିଲ୍ଲା ପ୍ରଶାସନ।

କୋଟିଆରେ ଓଡିଆ ସୂଚନା ଫଳକ ଲିଭାଯିବା ଘଟଣା, ପୁଣିଥରେ ଲେଖିଲା କୋରପୁଟ ଜିଲ୍ଲା ପ୍ରଶାସନ
କୋଟିଆରେ ଓଡିଆ ସୂଚନା ଫଳକ ଲିଭାଯିବା ଘଟଣା, ପୁଣିଥରେ ଲେଖିଲା କୋରପୁଟ ଜିଲ୍ଲା ପ୍ରଶାସନ

କୋରାପୁଟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଆଜି 3ଟି ଗ୍ରାମରେ ଲିଭାଇ ଦିଆଯାଇଥିବା 4ଟି ଫଳକକୁ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଦ୍ବାରା ପୁଣିଥରେ ଲେଖା ଯାଇଛି। ଇଂଞ୍ଜିନିୟର ଅଜୟରାମ ତରାଇଙ୍କ ଉପସ୍ଥିତିରେ ନେରେଡିବାଲାସା ଗ୍ରାମରେ 2ଟି, ଉପର ସେମ୍ବିରେ ଏବଂ ଅର୍ଜୁବାଲାସା ଗ୍ରାମରେ ଗୋଟିଏ ଲେଖାଏଁ ବୋର୍ଡରେ ଓଡିଆ ଭାଷାରେ ପୁନର୍ଲିଖନ କାର୍ଯ୍ୟ ସମ୍ପନ୍ନ କରାଯାଇଛି ।

କୋଟିଆରେ ଓଡିଆ ସୂଚନା ଫଳକ ଲିଭାଯିବା ଘଟଣା, ପୁଣିଥରେ ଲେଖିଲା କୋରପୁଟ ଜିଲ୍ଲା ପ୍ରଶାସନ
କୋଟିଆରେ ଓଡିଆ ସୂଚନା ଫଳକ ଲିଭାଯିବା ଘଟଣା, ପୁଣିଥରେ ଲେଖିଲା କୋରପୁଟ ଜିଲ୍ଲା ପ୍ରଶାସନ

ଗତକିଛି ମାସ ହେବ ଆନ୍ଧ୍ର- ଓଡିଶା ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଆରେ ସୀମା ବିବାଦ ଲାଗି ରହିଛି। ତେବେ ଆନ୍ଧ୍ର ସରକାର ଗତ କିଛି ଦିନ ହେବ ଉଗ୍ର ବ୍ୟବହାର କରିବା ଅନପ୍ରବେଶ ଜାରି ରଖିଛି। ଆନ୍ଧ୍ର ସରକାରଙ୍କ ଅଧିକାରୀ, ପୋଲିସ ଓ ନେତାମନ୍ତ୍ରୀ ମଧ୍ୟ କୋଟିଆରେ ପଶି ରାଜ୍ୟ ସରକାର ତଥା ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି। ତେବେ ଓଡିଶା ସରକାରଙ୍କ ଆଭିମୁଖ୍ୟ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି ।

କୋଟିଆରେ ଓଡିଆ ସୂଚନା ଫଳକ ଲିଭାଯିବା ଘଟଣା, ପୁଣିଥରେ ଲେଖିଲା କୋରପୁଟ ଜିଲ୍ଲା ପ୍ରଶାସନ
କୋଟିଆରେ ଓଡିଆ ସୂଚନା ଫଳକ ଲିଭାଯିବା ଘଟଣା, ପୁଣିଥରେ ଲେଖିଲା କୋରପୁଟ ଜିଲ୍ଲା ପ୍ରଶାସନ

କୋରାପୁଟରୁ ସି ଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.