ତେନ୍ତୁଳି ସଂଗ୍ରହକାରୀଙ୍କୁ ଜିଲ୍ଲା ପ୍ରଶାସନର ସହାୟତା

author img

By

Published : May 27, 2022, 12:35 PM IST

koraput district administration help to  tamarind collectors

ତେନ୍ତୁଳି ସଂଗ୍ରହକାରୀଙ୍କୁ ଜିଲ୍ଲା ପ୍ରଶାସନର ସହାୟତା । ଅଳ୍ପ ସମୟରେ ଅଧିକ ଉତ୍ପାଦନ ପାଇଁ ଏସଏଚଜି ମହିଳା ଗ୍ରୁପକୁ ତେନ୍ତୁଳିରୁ ମଞ୍ଜି ଛଡ଼ାଇବା ମେସିନ ଦେବାକୁ ପ୍ରଶାସନର ପରାମର୍ଶ । ଅଧିକ ପଢ଼ନ୍ତୁ

କୋରାପୁଟ: ବଣ ପାହାଡ଼ ଘେରା ମଧ୍ୟରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନ ଜୀବିକାରେ ତେନ୍ତୁଳି (Tamarind) ଏକ ଅର୍ଥକାରୀ ଫସଲ ଭାବେ ଗଣାଯାଏ । ତେନ୍ତୁଳିକୁ ସ୍ଥାନୀୟ ହାଟରେ ବିକ୍ରିକରି ଦୁଇ ପଇସା ରୋଜଗାର କରିଥାନ୍ତି ଗ୍ରାମବାସୀ । ଏଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ତେନ୍ତୁଳି ସଂଗ୍ରହକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ବଣ ଜଙ୍ଗଲରୁ ତେନ୍ତୁଳି ସଂଗ୍ରହ କଲା ପରେ ମଧ୍ୟ ସେଥିରୁ ମଞ୍ଜି ବାହାର କରି ବଜାରରେ ବିକ୍ରି କରିବା ସମୟ ସାପେକ୍ଷ ହୋଇଥାଏ ।

ତେନ୍ତୁଳି ସଂଗ୍ରହକାରୀଙ୍କୁ ଜିଲ୍ଲା ପ୍ରଶାସନର ସହାୟତା

ତେଣୁ ମହିଳା ସଂଗ୍ରହକାରୀ ମାନେ କମ ମୂଲ୍ୟରେ ବ୍ୟବସାୟୀଙ୍କୁ ମଞ୍ଜିଥିବା ତେନ୍ତୁଳି ବିକ୍ରି କରୁଛନ୍ତି । କେଭିଆଇସି, ଜିଲ୍ଲା ପ୍ରଶାସନ, କାଫ୍କୋ ଓ ଅରମାସର ମିଳିତ ପ୍ରୟାସରେ ତେନ୍ତୁଳି ସଂଗ୍ରହକାରୀ ସଂସ୍ଥାଗୁଡ଼ିକୁ ତେନ୍ତୁଳିରୁ ମଞ୍ଜି ଛଡ଼ାଇବା ମେସିନ ଦିଆଯିବା ପାଇଁ ପଦକ୍ଷେପ ନିଆଯାଇଛି । ଏନେଇ କୋରାପୁଟ ସ୍ଥିତ କାଫକୋର ବରିଷ୍ଠ ଅଧିକାରୀ ତପନ ମହାପାତ୍ର ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ପଟ୍ଟାଙ୍ଗି, ନାରାୟଣପାଟଣା ଓ ବୋରିଗୁମ୍ମା ବ୍ଲକରେ ଦୁଇଟି ଲେଖାଏଁ ମେସିନ ସ୍ଥାପନା କରାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି । ଏହା ଫଳରେ ମାସକର କାମ ଦୁଇ ଦିନରେ ଶେଷ ହୋଇପାରିବ ଏବଂ ମହିଳାମାନେ ଭଲ ପଇସା ରୋଜଗାର କରିବାକୁ ସକ୍ଷମ ହେବେ । ସେହିପରି ମହିଳା କୁମ୍ଭାର ମାନଙ୍କ ପାଇଁ ବିଦ୍ୟୁତ ଚାଳିତ କୁମ୍ଭାର ଚକ ଓ ମାଟିରୁ ଗୋଡି ବାହାର କରିବା ମେସିନ ଦିଆଯାଉଥିବା ଅରମାସର ଜିଲ୍ଲା ଅଧିକାରୀ ରୋଷନ କାର୍ତ୍ତିକ ଜଣାଇଛନ୍ତି ।

ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ ବ୍ଲକ ଅନ୍ତର୍ଗତ ଝଡିଗୁଡ଼ାର ତିନୋଟି ମହିଳା ଗୋଷ୍ଠୀ ପାଇଁ ଏହି ମେସିନ ଦିଆଯାଉଥିବା ସେ କହିଛନ୍ତି । ଅପରପକ୍ଷରେ ମେସିନର ବ୍ୟବହାର କରି ମହିଳା ମାନେ ଅଧିକ ଉତ୍ପାଦନ କରିପାରିବେ ।

କୋରାପୁଟରୁ, ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.