ସ୍ନାତକ ରେଜଲ୍ଟ; କୋରାପୁଟ ସରକାରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କମାଲ

author img

By

Published : Sep 18, 2021, 10:46 PM IST

Berhampur university degree result published koraput govt college 7 students university topper

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ରେଜଲ୍ଟ ଫଳାଫଳରେ କୋରାପୁଟ ସରକାରୀ ମହାବିଦ୍ୟାଳୟ ଛାତ୍ରାଛାତ୍ରୀ ଟପ ଟେନର ସ୍ଥାନ ପାଇଛନ୍ତି । 7 ଜଣ ବିଶ୍ବବିଦ୍ୟାଳୟର ଟପ ଟେନ ମଧ୍ୟରେ ରାଙ୍କ ରଖିବା ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରାପୁଟ : ପ୍ରକାଶିତ ହୋଇଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ଫଳାଫଳ। ଏହି ଫଳାଫଳରେ ଟପଟେନରେ ସ୍ଥାନ ପାଇଛନ୍ତି କୋରାପୁଟ ସରକାରୀ ମହାବିଦ୍ୟାଳୟ ୭ ଛାତ୍ରଛାତ୍ରୀ । ଯାହା କୋରାପୁଟ ମହାବିଦ୍ୟାଳୟ ପାଇଁ ଗର୍ବ ଆଣିଦେଇଛି ।

ଟପ ଟେନରେ କୋରାପୁଟ ସରକାରୀ ମହାବିଦ୍ୟାଳୟର 7 ଛାତ୍ରଛାତ୍ରୀ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ସ୍ନାତକ ପରୀକ୍ଷାରେ ବହୁବର୍ଷ ପରେ କୋରାପୁଟର ସରକାରୀ ମହାବିଦ୍ୟାଳୟର 7 ଜଣ ବିଶ୍ବବିଦ୍ୟାଳୟର ଟପ ଟେନ ମଧ୍ୟରେ ରାଙ୍କ ରଖିବା ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦୀର୍ଘ ଦିନ ପରେ ବିଶ୍ବବିଦ୍ୟାଳୟର ଟପ ଟେନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ଥାନ ପାଇଥିବାରୁ ଖୁସିର ମାହୋଲ ଦେଖାଦେଇଛି । ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଗଣିତରେ ତପଶ୍ବିନୀ ସାହୁ , ଶିକ୍ଷା ବିଭାଗରେ ସୀମାଞ୍ଚଳ ଦାସ ଓ ପ୍ରିୟଙ୍କା ଖରା କମର୍ସ ରେ ସର୍ବାଧିକ ମାର୍କ ରଖି ଟପର ହୋଇଥିବା ବେଳେ ଅନ୍ୟାନ୍ୟ ବିଭାଗରୁ 4 ଜଣ ଛାତ୍ରଛାତ୍ରୀ ସେମାନଙ୍କ ବିଷୟରେ ବିଶ୍ବବିଦ୍ୟାଳୟର ଟପ ଟେନ ତାଲିକାରେ ସ୍ଥାନ ପାଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶୁଭେନ୍ଦୁ ପାଢ଼ୀ ଜଣାଇଛନ୍ତି ।

ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ସଂଖ୍ୟା ବହୁତ କମ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ ମହାବିଦ୍ୟାଳୟରେ ଉପସ୍ଥିତ ଅଧ୍ୟାପକଙ୍କ ସହଯୋଗ, ପରିବାରର ପ୍ରୋତ୍ସାହନ ଓ ବ୍ୟକ୍ତିଗତ ସାଧନା ସେମାନଙ୍କ ପାଇଁ ସଫଳତା ଆଣିଦେଇଛି ।

ତେବେ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି କରିବା ପାଇଁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ଏହା ସହ ତାଙ୍କ ଭବିଷ୍ୟତ ଉଜ୍ବଳ କାମନା କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.