ETV Bharat / state

ଓଡିଶାରେ ସ୍କୁଲ ଖୋଲିଲା ଆନ୍ଧ୍ର, ତେଲୁଗୁରେ ଶିକ୍ଷାଦାନ ଆରମ୍ଭ

author img

By

Published : Feb 17, 2021, 7:52 PM IST

ଓଡିଶାର କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ଦ୍ବାରା ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଛି । ଗତ କିଛିଦିନ ଧରି ଚର୍ଚ୍ଚାରେ ଥିବା କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମରେ ଖୋଲିଛି ଆନ୍ଧ୍ରର ପ୍ରାଥମିକ ବିଦ୍ୟାଳୟ । ଅଧିକ ପଢନ୍ତୁ...

phatusinery village of kotia
ଫାଟୁସିନେରୀରେ ଖୋଲିଲା ଆନ୍ଧ୍ର ବିଦ୍ୟାଳୟ,ଆରମ୍ଭ ହୋଇଛି ତେଲୁଗୁ ଶିକ୍ଷା

କୋରାପୁଟ: କୋଟିଆରେ ନିର୍ବାଚନ ପରେ ଖୋଲିଲା ଆନ୍ଧ୍ର ବିଦ୍ୟାଳୟ । ଧୀରେ ଧୀରେ ସୀମାବର୍ତ୍ତୀ ଗ୍ରାମରେ ନିର୍ବାଚନ ପରେ ବିଦ୍ୟାଳୟ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛି । ଓଡିଶାରେ ପଶି ତେଲୁଗୁରେ ଶିକ୍ଷା ଆରମ୍ଭ କରିଛି ଆନ୍ଧ୍ର ।

ଫାଟୁସିନେରୀରେ ଖୋଲିଲା ଆନ୍ଧ୍ର ବିଦ୍ୟାଳୟ,ଆରମ୍ଭ ହୋଇଛି ତେଲୁଗୁ ଶିକ୍ଷା

ଓଡିଶାର କୋଟିଆ ପଞ୍ଚୟତରେ ଆନ୍ଧ୍ର ସରକାରଙ୍କ ଦ୍ବାରା ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଛି । ଗତ କିଛିଦିନ ଧରି ଚର୍ଚ୍ଚାରେ ଥିବା କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମରେ ଖୋଲିଛି ଆନ୍ଧ୍ରର ପ୍ରାଥମିକ ବିଦ୍ୟାଳୟ । ଏକ ଛୋଟ ନୁଆଁଣିଆ ଚାଳଛପର ଘରେ ଆରମ୍ଭ କରାଯାଇଥିବା ବିଦ୍ୟାଳୟରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ତେଲୁଗୁରେ ପାଠ ପଢ଼ାଯାଉଥିବା ଅଭିଯୋଗ ହୋଇଛି । ତେବେ କୋଭିଡ କଟକଣା ଯୋଗୁଁ ବର୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ବିଦ୍ୟାଳୟ ଖୋଲିନଥିବା ବେଳେ ଆନ୍ଧ୍ର ତରଫରୁ ଖୋଲାଯାଇଥିବା ଏହି ବିଦ୍ୟାଳୟ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ଜିଲ୍ଲାପାଳ ଅବଦଲ ଅଖତର କହିଛନ୍ତି । ସେହିପରି ଓଡିଶା ରାଜସ୍ବ ଗ୍ରାମର ଗ୍ରାମାବାସୀ ମାନେ ମଧ୍ୟ ଆନ୍ଧ୍ର ନିର୍ବାଚନରେ ସାମିଲ ହୋଇଛନ୍ତି । ଯାହାକୁ ନେଇ କୋରାପୁଟ ପ୍ରଶାସନ ଖୋଳତାଡ ଆରମ୍ଭ କରିଛି ।

ସୂଚନାଥାଉକି ଆନ୍ଧ୍ରପ୍ରଦେଶ ସରକାର ଓଡିଶା ସୀମାରେ ଥିବା କୋରାପୁଟ, ଗଜପତି, ମାଲକାନଗିରି ସମେତ ଗଞ୍ଜାମ ଜିଲ୍ଲାରେ ନିର୍ବାଚନ କରିଥିଲା । ଓଡିଶାର ସୀମାନ୍ତ ଗ୍ରାମ ଗୁଡିକୁ ଆନ୍ଧ୍ର ପ୍ରଶାସନ ଲୋକଙ୍କୁ ପ୍ରଲୋଭନ ଦେଖାଇ ନିଜ ରାଜ୍ୟରେ ମିଶ୍ରଣ କରିବା ପାଇଁ ଅପଚେଷ୍ଟା ଜାରୀ ରଖିଛି । ଆନ୍ଧ୍ର ସୀମାବର୍ତ୍ତୀ ଗ୍ରାମଗୁଡିକରେ ଲୋକଙ୍କ ଶିକ୍ଷା ସ୍ବାସ୍ଥ୍ୟ ସମେତ ବିଜୁଳି, ଅନ୍ୟାନ୍ୟ ଲୋକପ୍ରିୟ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବା ଯୋଗୁଁ ଲୋକେ ମଧ୍ୟ ଆନ୍ଧ୍ରରେ ମିଶିବା ପାଇଁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ବର୍ତ୍ତମାନ କୋଟିଆ ବିବାଦକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଆସନ୍ତା 19 ତାରିଖରେ ଏହି ମାମଲାରେ ଶୁଣାଣୀ ହେବ ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.