କୋଟିଆରେ ଓଡ଼ିଶାର ବିକାଶ କାର୍ଯ୍ୟ ପରଖିଲେ ଆନ୍ଧ୍ର ଅଧିକାରୀ

author img

By

Published : May 27, 2022, 7:11 AM IST

କୋଟିଆରେ ଓଡ଼ିଶାର ବିକାଶ କାର୍ଯ୍ୟକୁ ପରଖିଲେ ଆନ୍ଧ୍ର ଅଧିକାରୀ

ଗତକାଲିର ବଣ୍ଟନ ବିଷୟରେ ଲୋକଙ୍କୁ ପଚାରି ବୁଝିବା ସହିତ ଫଗୁଣସିନେରିରେ ଓଡ଼ିଶା ସରକାରଙ୍କ ବିକାଶ ଯୋଜନାର ଫଳକକୁ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ଵାରା ପଢ଼ାଇ ବୁଝିଥିଲେ । ଅଧିକ ପଢନ୍ତୁ

କୋରାପୁଟ: ବୁଧବାର ଓଡ଼ିଶା ସରକାରଙ୍କ ତରଫରୁ କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀ ଓ ଫଗୁଣସିନେରି ଅଞ୍ଚଳରେ ଗ୍ରାମବାସୀଙ୍କୁ ଉନ୍ନତ ମାନର ଜୀବନ ଜୀବିକା ପାଇଁ ଛେଳି, କୁକୁଡ଼ା ଭଳି ପ୍ରାଣୀଧନ ପାଳନ କରିବା ଦିଗରେ ସଚେତନତା ସୃଷ୍ଟି କରିବା ସହ ହିତାଧିକାରୀଙ୍କୁ ଛେଳି ଓ କୁକୁଡ଼ା ବଣ୍ଟନ କରାଯିବା ପରେ ଗୁରୁବାର ସେହି ଗ୍ରାମ ଗୁଡିକରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ବୃନ୍ଦ ଗସ୍ତ କରିଛନ୍ତି ।

କୋଟିଆରେ ଓଡ଼ିଶାର ବିକାଶ କାର୍ଯ୍ୟକୁ ପରଖିଲେ ଆନ୍ଧ୍ର ଅଧିକାରୀ
କୋଟିଆରେ ଓଡ଼ିଶାର ବିକାଶ କାର୍ଯ୍ୟକୁ ପରଖିଲେ ଆନ୍ଧ୍ର ଅଧିକାରୀ

ବଣ୍ଟନ ବିଷୟରେ ଲୋକଙ୍କୁ ପଚାରି ବୁଝିବା ସହିତ ଫଗୁଣସିନେରିରେ ଓଡ଼ିଶା ସରକାରଙ୍କ ବିକାଶ ଯୋଜନାର ଫଳକକୁ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ଵାରା ପଢ଼ାଇ ବୁଝିଥିଲେ । କୋଟିଆ ନିକଟରେ ଖୋଲାଯାଇଥିବା ପୋଲିସ ଥାନାକୁ ମଧ୍ୟ ସେମାନେ ବାହାରେ ଠିଆ ହୋଇ ଦେଖି ଫେରିଯାଇଥିଲେ । କୋଟିଆ ପଞ୍ଚାୟତର ଫାଟୁସିନେରି ଦେଇ ପ୍ରବେଶ କରି ଆନ୍ଧ୍ର ସରକାରୀ ଅଧିକାରୀ ମାନେ ନେରେଡିବାଲାସା ବାଟ ଦେଇ ଆନ୍ଧ୍ରକୁ ଫେରିଯିବା ପଛରେ କ’ଣ ଯେ ରହସ୍ୟ ରହିଛି ଓ କୋଟିଆକୁ ନେଇ ଆନ୍ଧ୍ରର ଭବିଷ୍ୟତ ରଣନୀତି ଉପରେ ଏହି ଗସ୍ତର କି ପ୍ରଭାବ ପଡ଼ିବ ତାହା ଦେଖିବାକୁ ବାକି ରହିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.