ଆନ୍ଧ୍ର ଅଟକାଇଲା ଓଡ଼ିଶାର ଜଳ ଯୋଗାଣ ପ୍ରକଳ୍ପ

ଆନ୍ଧ୍ର ଅଟକାଇଲା ଓଡ଼ିଶାର ଜଳ ଯୋଗାଣ ପ୍ରକଳ୍ପ
କୋଟିଆ ପଞ୍ଚାୟତର ନେରେଡିବାଲାସା ଠାରେ ଓଡିଶା ସରକାରଙ୍କ ତରଫରୁ ଘରେ ଘରେ ପାଣି ଯୋଗାଇବାର ପ୍ରକଳ୍ପକୁ ଆନ୍ଧ୍ରପ୍ରଦେଶର ଅଧିକାରୀ ମାନେ ଆସି ବାଧା ସୃଷ୍ଟି କରିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଛି । ଅଧିକ ପଢନ୍ତୁ
କୋରାପୁଟ: କୋଟିଆ ପଞ୍ଚାୟତର ନେରେଡିବାଲାସା ଠାରେ ଓଡିଶା ସରକାରଙ୍କ ତରଫରୁ ଘରେ ଘରେ ପାଣି ଯୋଗାଇବାର ପ୍ରକଳ୍ପକୁ ଆନ୍ଧ୍ରପ୍ରଦେଶର ଅଧିକାରୀ ମାନେ ଆସି ବାଧା ସୃଷ୍ଟି କରିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଛି । ଗାଁରେ ପାଣି ଟାଙ୍କି ସ୍ଥାପନା କରି ସେଥିରୁ ଘରକୁ ଜଳ ଯୋଗାଇବା ପାଇଁ ରାସ୍ତା ଖୋଳି ପାଇପ ବିଛାଇଥିବା ସମୟରେ ସାଲୁର୍ ମଣ୍ଡଲମର କିଛି ସରକାରୀ ଅଧିକାରୀ ଆସି ରାସ୍ତା ଗୁଡ଼ିକ ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଯୋଗୁଁ ତାକୁ ଖୋଳିବାକୁ ମନା କରିଛନ୍ତି ।
ଏସଂକ୍ରାନ୍ତରେ ସେମାନେ ଏହି କାମ କରୁଥିବା ଠିକାଦାର ବିରୁଦ୍ଧରେ ସାଲୁର୍ ରୁରାଲ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ
