ETV Bharat / state

କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଜଙ୍ଗଲ ଜମି ପଟ୍ଟା ବଣ୍ଟନ

author img

By

Published : Jul 20, 2021, 10:54 PM IST

କୋଟିଆ ପଞ୍ଚାୟତର 256 ହିତାଧିକାରୀଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ । ଅଧିକ ପଢନ୍ତୁ...

କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଜଙ୍ଗଲ ଜମି ପଟ୍ଟା ବଣ୍ଟନ
କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଜଙ୍ଗଲ ଜମି ପଟ୍ଟା ବଣ୍ଟନ

କୋରାପୁଟ: କୋଟିଆ ପଞ୍ଚାୟତରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କଲା ଆନ୍ଧ୍ର । ପଞ୍ଚାୟତର ନେରେଡିବାଲାସା, ତଳ ସେମ୍ବୀ ପ୍ରଭୃତି ଗ୍ରାମର 256 ହିତାଧିକାରୀଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ଦିଆଯାଇଛି । ନେରେଡିବାଲାସା ଠାରେ ଆୟୋଜିତ ଏକ ସଭାରେ ପାର୍ବତିପୁରମ ଆଇଟିଡିଏର ପିଓ କୁର୍ମା ନାଥ ଏବଂ ସାଲୁର ବିଧାୟକ ରାଜନ୍ନା ଦୋରା ଉପସ୍ଥିତ ରହି ପଟ୍ଟା ବାଣ୍ଟିବା ସହ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାରୋଟି ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରିବା ପାଇଁ ମଞ୍ଜୁର କରିଛନ୍ତି ।

କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ଏହି ଅବସରରେ ବିଧାୟକ ଦୋରା କହିଛନ୍ତି ଯେ ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ବନ ବିଭାଗ ଭିଲିଆନ ପାଲଟିଛି । ବନ ବିଭାଗ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀଙ୍କୁ ରାସ୍ତା ନିର୍ମାଣ ଲାଗି ମଞ୍ଜୁରୀ ଦେଉନଥିବା ବେଳେ ଓଡିଶା ସରକାରଙ୍କ ଦ୍ବାରା ବିଭିନ୍ନ ରାସ୍ତା ଓ ଭବନ ନିର୍ମାଣ ସମୟରେ ନୀରବ ରହୁଛି ।

ଚଳିତ ମାସରେ ସ୍ଥାନୀୟ ବାସିନ୍ଦାଙ୍କ ଅନୁରୋଧ କ୍ରମେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ସମ୍ପାଦକ ଗଦାଧର ପରିଡାଙ୍କ ଉପସ୍ଥିତିରେ ନେରେଡିବାଲାସା ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଛି । ଯାହାପରେ ଏହି ଅଞ୍ଚଳକୁ ଆନ୍ଧ୍ର ସରକାରଙ୍କ ଅଧିକାରୀଙ୍କ ଗସ୍ତ ବୃଦ୍ଧି ପାଇବା ସହ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଓ ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଆନ୍ଧ୍ର ସରକାର ଏକାଗ୍ର ହୋଇ ପଡିଥିବା ପରିଲକ୍ଷିତ ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.