ଜଳମଗ୍ନ ପର୍ଯ୍ୟଟନସ୍ଥଳୀ, ଫେରୁଛନ୍ତି ପର୍ଯ୍ୟଟକ

author img

By

Published : Sep 14, 2021, 10:25 PM IST

ଜଳମୟ ପର୍ଯ୍ୟଟନ ସ୍ଥଳୀ, ଫେରିଲେ ପର୍ଯ୍ୟଟକ

ଖୋର୍ଦ୍ଧା ଅଟ୍ରି ଉଷ୍ମ ପ୍ରସବଣ କେନ୍ଦ୍ର ଜଳମଗ୍ନ । ଆସିଥିବା ପର୍ଯ୍ୟଟକ ଫେରିଲେ । ପ୍ରଶାସନର ଅବହେଳାକୁ ଦାୟୀ କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ରାଜ୍ୟରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷାରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଲାଗି ରହିଛି । ଖୋର୍ଦ୍ଧାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଅଟ୍ରି ଉଷ୍ମ ପ୍ରସବଣ ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ପ୍ରତିଦିନ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ପ୍ରଶାସନ କରିନାହିଁ । ଫଳରେ ବହୁ ପର୍ଯ୍ୟଟକ ବୁଲି ନ ପାରି ନିରାଶ ହୋଇ ଫେରିଯିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି ।

ଜଳମୟ ପର୍ଯ୍ୟଟନ ସ୍ଥଳୀ, ଫେରିଲେ ପର୍ଯ୍ୟଟକ

ଲଗାଣ ବର୍ଷା କାରଣରୁ ଅଟ୍ରିରେ ପର୍ଯ୍ୟଟକଙ୍କ ପାଇଁ ଥିବା ଗାଧୁଆ କୁଣ୍ଡ ସମ୍ପୂର୍ଣ୍ଣ ବୁଡି ଯାଇଛି । ବର୍ଷା ପାଣି କିପରି ପର୍ଯ୍ୟଟନସ୍ଥଳୀ ଭିତରକୁ ପ୍ରବେଶ ନ କରିବ ସେଥିପାଇଁ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରା ନ ଯିବା କାରଣରୁ ପ୍ରତିବର୍ଷ ବର୍ଷା ଋତୁରେ ଏଠାରେ ଏମିତି ପାଣି ପଶୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.