ETV Bharat / state

ସାଉଥ ଇଣ୍ଡିଆ କମ୍ପାନୀ ନାଁରେ ପାଣ୍ଡିଆନ ଏଠି ରାଜ କରୁଛନ୍ତି: ମୋହନ ମାଝୀ

author img

By

Published : Jun 19, 2023, 9:48 PM IST

ମୋହନ ଅଭିଯୋଗ କରିଛନ୍ତି କେଉଁଝର କାର୍ଯ୍ୟକ୍ରମ ଆଗରୁ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ, 16 ଜଣ ବିଧାୟକ 6 ସଚିବ ଆଗରୁ ଯାଇ ପ୍ରୋଗ୍ରାମ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଥିଲେ । ନିଜକୁ ଚୌକିଦାର କହୁଥିବା ବବି ବାବୁ ଘାସ ଉଠିଥିଲେ, ତାକୁ ଉଠେଇ କରି ଫିଙ୍ଗି ଦେଉଥିଲେ । ଅଧିକ ପଢନ୍ତୁ

ସାଉଥ ଇଣ୍ଡିଆ କମ୍ପାନୀ ନାଁରେ ଭି.କେ ପାଣ୍ଡିଆନ ଏଠି ରାଜ କରୁଛନ୍ତି: ମୋହନ ମାଝୀ
ସାଉଥ ଇଣ୍ଡିଆ କମ୍ପାନୀ ନାଁରେ ଭି.କେ ପାଣ୍ଡିଆନ ଏଠି ରାଜ କରୁଛନ୍ତି: ମୋହନ ମାଝୀ

ସାଉଥ ଇଣ୍ଡିଆ କମ୍ପାନୀ ନାଁରେ ଭି.କେ ପାଣ୍ଡିଆନ ଏଠି ରାଜ କରୁଛନ୍ତି: ମୋହନ ମାଝୀ

ଭୁବନେଶ୍ବର: ଇଷ୍ଟ ଇଣ୍ଡିଆ କମ୍ପାନୀ ଦୁଇ ଶହ ବର୍ଷ ଶାସନ କରିଥିଲା । ଏବେ ସାଉଥ ଇଣ୍ଡିଆ କମ୍ପାନୀ ନାଁରେ ଭିକେ ପାଣ୍ଡିଆନ ଆସି ଏଠି ରାଜ କରୁଛନ୍ତି । 5T ସଚିବଙ୍କ ବିଭିନ୍ନ ଜିଲ୍ଲାର ଗସ୍ତକୁ ନେଇ ଆଜି ପୁଣି ଟାର୍ଗେଟ କଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ। ମୋହନ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ଭଳି ଭିକେ ପାଣ୍ଡିଆନଙ୍କ ମିନିଟ ଟୁ ମିନିଟ ପ୍ରୋଗ୍ରାମ ଆସୁଛି। କେଉଁଝର କାର୍ଯ୍ୟକ୍ରମ ଆଗରୁ, 2 ଜଣ କ୍ୟାବିନେଟ ମନ୍ତ୍ରୀ, 16 ଜଣ ବିଧାୟକ 6 ସଚିବ ଆଗରୁ ଯାଇ ପ୍ରୋଗ୍ରାମ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ପାୱାର ଅଫ ଆଟର୍ଣ୍ଣିଂ ଦେଇ ଦେଲେ କି? ଇନଚାର୍ଜ ସିଏମ ବା ସୁପର ସିଏମ ହେଲେ କି ? ମୋହନ କହିଛନ୍ତି ପାଣ୍ଡିଆନ ଗୋଟେ ଗୋଟେ ଜନସଭାରେ ଦଶ ଦଶ ହଜାର ଲୋକଙ୍କୁ ସମ୍ବୋଧନ କରୁଛନ୍ତି । ଜଣେ ଅଫିସର ଅସମ୍ବିଧାନିକ ପଦ୍ଧତିରେ ଭାଷଣ, ଜନସେବା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓଡ଼ିଶାର। ଯଦି ତାଙ୍କର ରାଜନୀତି କରିବାର ଇଛା, ଚାକିରୀରୁ ଇସ୍ତଫା ଦେଇ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୋଇ ସଭା କରିବାର କୌଣସି ପ୍ରତିବନ୍ଧକ ନାହିଁ । ଗତକାଲି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଯେଉଁଭଳି କହିଲେ, ତାହା କଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଛି କି? ଏହାର ଜବାବ ଦେବ କି ସରକାର ।

ମୋହନ ଅଭିଯୋଗ କରିଛନ୍ତି କେଉଁଝର କାର୍ଯ୍ୟକ୍ରମ ଆଗରୁ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ, 16 ଜଣ ବିଧାୟକ 6 ସଚିବ ଆଗରୁ ଯାଇ ପ୍ରୋଗ୍ରାମ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଥିଲେ । ନିଜକୁ ଚୌକିଦାର କହୁଥିବା ବବି ବାବୁ ଘାସ ଉଠିଥିଲେ, ତାକୁ ଉଠେଇ କରି ଫିଙ୍ଗି ଦେଉଥିଲେ । ଜନପ୍ରତିନିଧିମାନେ ଯଦି ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ କରିବେ ତେବେ ଏହା କେଉଁ ଗଣତନ୍ତ୍ରିକ ପ୍ରକ୍ରିୟା?

ମୋହନ ଆହୁରି କହିଛନ୍ତି ଏବେ ଶୁଣିବାକୁ ପାଉଛୁ ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ଥିବାରୁ, ତାଙ୍କ ବଦଳରେ ପାଣ୍ଡିଆନ କାର୍ଯ୍ୟକ୍ରମ କରୁଛନ୍ତି । ପାଣ୍ଡିଆନଙ୍କୁ ପାୱାର ଅଫ ଆଟର୍ଣ୍ଣିଂ ଦେଇଦେଲେ ନାହିଁ ମୁଖ୍ୟମନ୍ତ୍ରୀ। ଇନଚାର୍ଜ ସିଏମ ବା ସୁପର ସିଏମ କରି ଦାୟିତ୍ବ ଦିଅନ୍ତୁ । ଓଡିଶାରେ ଦକ୍ଷିଣ ଭାରତ କଣ୍ଟ୍ରାକ୍ଟର, ଆଇଏଏସ ଅଫିସର ପଶିଲେ । ଆଉଟ ସୋର୍ସିଂଙ୍ଗରେ କାମ କଲେ । ଏଠି ସାଉଥ ଇଣ୍ଡିଆ କମ୍ପାନୀ ଚାଲିଛି। କେତେଦିନ ଚାଲିବ? ଏହାର ଶେଷ ପରିଣାମ ଆସିବ । ଓଡିଶାବାସୀ ଜବାବ ଦେବେ । ମୁଖ୍ୟମନ୍ତ୍ରୀ ଯଦି ଯାଇପାରୁନାହାନ୍ତି, କ୍ୟାବିନେଟ ମନ୍ତ୍ରୀଙ୍କୁ ପଠାଇ ପାରିଥାନ୍ତେ, କିନ୍ତୁ ସରକାରୀ କର୍ମଚାରୀକୁ ପଠାଇବା ଏବଂ ସେ ଭାଷଣ ଦେବା ଏହା କେଉଁ ଗଣତନ୍ତ୍ରିକ ପ୍ରକ୍ରିୟାରେ ଆସିଲା ? ଗଣତନ୍ତ୍ରର ହତ୍ୟା ହୋଇଛି । ଲିଖିତ ଆକାରରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି କି ସଚିବ ଯିବେ ଏବଂ ସଭାକୁ ସମ୍ବୋଧନ କରିବେ ବୋଲି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.