ETV Bharat / state

ଝିଣ୍ଟି ଶାସନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା; ଗରୀବ ହିତାଧିକାରୀଙ୍କୁ ଯୋଜନାରେ ଯୋଡିବା ଲକ୍ଷ୍ୟ

author img

By ETV Bharat Odisha Team

Published : Dec 10, 2023, 7:55 AM IST

Viksit Bharat Sankalp Yatra: ସରକାରୀ ଯୋଜନାରୁ ବଞ୍ଚିତ ଗାଁ ଗହଳିର ହିତାଧିକାରୀମାନେ ଆଉ ରହିବେନି ଉପେକ୍ଷିତ । ଗରିବ ହିତାଧିକାରୀମାନଙ୍କ ଲାଗି କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ । ଅଧିକ ପଢନ୍ତୁ

ଝିଣ୍ଟି ଶାସନରୁ ଆରମ୍ଭ ବିକଶିତ ଭାରତ ସଂକଳ୍ପ ଯାତ୍ରା, ବଞ୍ଚିତ ହିତାଧିକାରୀଙ୍କୁ ଯୋଜନାରେ ଯୋଡିବା ଲକ୍ଷ୍ୟ
ଝିଣ୍ଟି ଶାସନରୁ ଆରମ୍ଭ ବିକଶିତ ଭାରତ ସଂକଳ୍ପ ଯାତ୍ରା, ବଞ୍ଚିତ ହିତାଧିକାରୀଙ୍କୁ ଯୋଜନାରେ ଯୋଡିବା ଲକ୍ଷ୍ୟ

ଝିଣ୍ଟି ଶାସନରୁ ଆରମ୍ଭ ବିକଶିତ ଭାରତ ସଂକଳ୍ପ ଯାତ୍ରା, ବଞ୍ଚିତ ହିତାଧିକାରୀଙ୍କୁ ଯୋଜନାରେ ଯୋଡିବା ଲକ୍ଷ୍ୟ

ନିଆଳି: ଏଣିକି ଗରିବ ଲୋକଙ୍କୁ ପଞ୍ଚାୟତ ଠାରୁ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ ନିକଟରେ ଆଉ ଗୁହାରି କରିବା ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ଏପରି ଏକ ପଦକ୍ଷେପ ନେଇଛନ୍ତି ମୋଦି ସରକାର । ବିକଶିତ ଭାରତ ମାଧ୍ୟମରେ ଗାଁକୁ ଗାଁ ଗଡିବ ବିକାଶ ଯାତ୍ରା ଗାଡି । ସରକାରୀ ଯୋଜନାରୁ ବଞ୍ଚିତ ଗାଁ ଗହଳିର ହିତାଧିକାରୀମାନେ ସିଧା ବିକଶିତ ଭାରତ ଗାଡି ନିକଟରେ ନିଜ ନାମ ପଞ୍ଜିକରଣ କରିବା ସହିତ ନିଜ ସମସ୍ୟା ସମ୍ପର୍କରେ ଜଣାଇପାରିବେ । ଏହି କାର୍ଯ୍ୟକ୍ରମ ଗତ ୧୫ ତାରିଖରୁ ୬ଟି ଜିଲ୍ଲାରେ ଆରମ୍ଭ ହୋଇଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଝିଣ୍ଟି ଶାସନ ପଞ୍ଚାୟତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗଦେଇ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଉଦଘାଟନ କରିବା ସହିତ ଗରିବ ଓ ସରକାରୀ ଯୋଜନାରୁ ହିତାଧିକାରୀ ବଞ୍ଚିତ ରହିବେ ନାହିଁ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଲୋକମାନେ ଚାହୁଁଛନ୍ତି ଓଡିଶାରେ ଡ଼ବଲ ଇଞ୍ଜିନ ସରକାର: ମନମୋହନ ସାମଲ

ଦୀର୍ଘ ବର୍ଷ ଶାସନରେ ଥିବା ବିଜେଡି ଗାଁ ଗହଳିରେ ଗରିବ ହିତାଧିକାରୀମାନଙ୍କୁ ଉପେକ୍ଷିତ କରିଛି କିନ୍ତୁ ମୋଦି ସରକାରରେ ଗରିବ ଦୂରୀକରଣ ଲକ୍ଷ୍ୟ ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଗରିବ ହିତାଧିକାରୀ ଉପକୃତ ହେବେ । ଏହି ଯାତ୍ରା ବିଭିନ୍ନ ପଞ୍ଚାୟତକୁ ଯିବ । ସରକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀମାନଙ୍କ ନାମ ପଞ୍ଜିକରଣ କରାଯିବ ବୋଲି କହିଛନ୍ତି ମନମୋହନ ସାମଲ । ସେ ଆହୁରି କହିଛନ୍ତି ଯେ, ଚିଟଫଣ୍ଡ ଟଙ୍କା ବିଜେଡି ସରକାର ୧୨ ବର୍ଷ ହେଲା ହିତାଧିକାରୀମାନଙ୍କୁ ଦେଇପାରିଲେ ନାହିଁ । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିଲେ ଏ ନେଇ ଗୋଟିଏ ଘଣ୍ଟାରେ ଅଡିନାସନ୍ସ କରିବୁ ।

ରାଜ୍ୟରେ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଢିବା ନେଇ ଦୃଢୋକ୍ତି ବାଢିଛନ୍ତି ରାଜ୍ୟ ବିଜେପି ସଭାପତି । ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଖୋର୍ଦ୍ଧା ଜିଲ୍ଲା ସଭାପତି ଶିବ ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ମହାପାତ୍ର, କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ବରିଷ୍ଠ ବିଜେପି ନେତା ପ୍ରଭାତ କୁମାର ସ୍ବାଇଁ, ମଣ୍ତଳ ସଭାପତି ବିଜୟ ମହାରଣା, ବିଜେପି ନେତା ମାଗୁଣି ଚରଣ ସେଠୀ, ବସନ୍ତ ନାୟକ, କମଳ ଲୋଚନ ଭୋଇ, ବିଶ୍ବ ରଞ୍ଜନ ଜେନା ପ୍ରମୁଖ ଯୋଗଦେଇଥିଲେ ।‌

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.