ETV Bharat / state

ରଥଯାତ୍ରା ପରଠୁ ଚେକିଂ ଜୋରଦାର, ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ କଟିବ ଫାଇନ୍

author img

By

Published : Jun 9, 2023, 7:50 PM IST

ରଥଯାତ୍ରା ପରଠାରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଚେକିଂ କଡ଼ାକଡ଼ି ହେବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି ପରିବହନ ବିଭାଗ। ଅଧିକ ପଢନ୍ତୁ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ କଟିବ ଫାଇନ୍
ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ କଟିବ ଫାଇନ୍

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ କଟିବ ଫାଇନ୍

ଭୁବନେଶ୍ବର: ଆସନ୍ତା 23 ତାରିଖରୁ କଡ଼ାକଡ଼ି ହେବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଚେକିଂ । ଗାଡ଼ିର ନୂଆ ନମ୍ବର ପ୍ଲେଟ ନଥିଲେ ଗଣିବାକୁ ପଡିବ ମୋଟା ଅଙ୍କର ଫାଇନ୍ । ପ୍ରଥମ ଥର ଧରାପଡିଲେ 5,000 ଦ୍ବିତୀୟ‌ ଥର 10,000 ପର୍ଯ୍ୟନ୍ତ ଫାଇନ ଆଦାୟ ହେବ । ଏନେଇ ଏକ ଅଭିଯାନ ଆରମ୍ଭ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ୨୦୧୯ ଏପ୍ରିଲ 1 ତାରିଖ ପୂର୍ବରୁ ରେଜିଷ୍ଟ୍ରେସନ ହୋଇଥିବା ଗାଡି ଗୁଡିକର ନୂଆ ନମ୍ବର‌ପ୍ଲେଟ ବଦଳାଇବା ପାଇଁ ରାଜ୍ୟ ସରକାର ଲାଗୁ କରିଥିଲେ HSRP ନିୟମ । ଏନେଇ ଗତ ଫେବୃଆରୀ ପର୍ଯ୍ୟନ୍ତ ରହିଥିଲା ଡେଡଲାଇନ୍ । ପର୍ଯ୍ୟାୟ କ୍ରମେ ୦ରୁ ଆରମ୍ଭ କରି ୯ ପର୍ଯ୍ୟନ୍ତ ଶେଷ ଅଙ୍କ ଥିବା ଗାଡିଗୁଡ଼ିକୁ ପର୍ଯ୍ୟାୟ କ୍ରମେ ନମ୍ବର ପ୍ଲେଟ ବଦଳାଇବା ପାଇଁ ସମୟ ଦିଆଯାଇଥିଲା । ଗତ ଫେବୃଆରୀ ମାସ ୨୮ତାରିଖ ଥିଲା ଶେଷ ଧାର୍ଯ୍ୟ ସମୟ ।

ଆସନ୍ତା ୨୦ ତାରିଖରେ ରଥଯାତ୍ରାଥିବା ବେଳେ ଏହାପରଠୁ ପରେ ପରେ ଅର୍ଥାତ୍ ୨୩ ତାରିଖରେ ଚେକିଂ ଜୋରଦାର କରିବାକୁ ଯୋଜନା କରିଛି ରାଜ୍ୟ ପରିବହନ ବିଭାଗ । ପରିବହନ ବିଭାଗର ସୁଚନା ଅନୁସାରେ, ନୂତନ ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୪୦ ଲକ୍ଷ ୯୩ ହଜାର‌ ୬୦୮ଟି ଗାଡି ସ୍ଲଟ ବୁକ୍ କରିଛନ୍ତି । ‌ଏଯାବତ୍ ୩୫ଲକ୍ଷ ୮୭ହଜାର‌ ୫୭୭ଟି ଗାଡି ନୂତନ ହାଇସିକ୍ୟୁରିଟି ନମ୍ବରପ୍ଲେଟ ଲଗାଇ ସାରିଥିବାବେଳେ ଏବେବି ଅନେକ ଗାଡି ନମ୍ବର ପ୍ଲେଟ ବଦଳାଇ ବୁଲୁଥିବା ଦେଖିବାକୁ ମିଳୁଛି ।

ସ୍କୁଟି ବା ଦୁଇ ଚକିଆଠୁ ଆରମ୍ଭ କରି କମର୍ସିଆଲ, ପ୍ରାଇଭେଟ୍, ନନ୍ ଟ୍ରାନ୍ସପୋର୍ଟ ଭଳି ଗାଡ଼ିର ମଧ୍ୟ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ । ତେଣୁ ୨୨ ତାରିଖ ପର୍ଯ୍ୟନ୍ତ ସମୟ ହାତରେ ଥିବାବେଳେ ୨୩ ତାରିଖରୁ ରାଜ୍ୟରେ ଚେକିଂ କଡାକଡି କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ସରକାରୀ, ବେସରକାରୀ ଏବଂ ନନଟ୍ରାନସପୋର୍ଟ ଆଦି ପ୍ରତ୍ୟେକ ଗାଡିରେ ଏହି ସ୍ବତନ୍ତ୍ର ଡିଜାଇନର ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ କରିଛନ୍ତି ସରକାର। ଏହି ନମ୍ବର ପ୍ଲେଟ ଲଗାଇବା ଦ୍ବାରା ଚୋରମାନେ ପୁରୁଣା ନମ୍ବର ପ୍ଲେଟଗୁଡିକ ପରି ସହଜରେ ଅପବ୍ୟବହାର କରିପାରିବେ ନାହିଁ ଫଳରେ ଗାଡି ଚୋରି ହେବାର ଆଶଙ୍କା କମ୍ ରହିବ । HSRP ନମ୍ବର ପ୍ଲେଟ୍‌ଗୁଡିକ ଏକ ଅପସାରଣ ଯୋଗ୍ୟ ବା ସ୍ନାପ୍ ଲକ୍ ସହିତ ଆସିଥାଏ । ଏହାକୁ ଥରେ ବଦଳାଇଲେ ଦ୍ବିତୀୟ ଥର ଫିକ୍ସ କରିବା କଷ୍ଟକର ହୋଇଥିବାରୁ ଏହା ଚୋରଙ୍କ ପାଇ ଅଡୁଆ ହୋଇପାରେ ।

ଏହି ପ୍ଲେଟଗୁଡିକ ଟାମ୍ପର-ପ୍ରୁଫ୍ ଏବଂ ଦୁଇଟି ପୁନଃ-ବ୍ୟବହାରଯୋଗ୍ୟ ଲକ୍ ସ୍କ୍ରୁ ସହିତ ଆସିଥାଏ ।"IND’ ଲେଖା ସହିତ HSRPର ବାମ ପାର୍ଶ୍ୱରେ କ୍ରୋମିୟମ ଆଧାରିତ ଅଶୋକ ଚକ୍ରର ଅଦୃଶ୍ୟମାନ ଚିହ୍ନ ରହିଥାଏ । ଯାନର ପରିଚୟ ନମ୍ବର ଲେଜର୍ ଏନକୋଡେଡ୍ ହୋଇଥାଏ, ଯାହା ସ୍କାନ କରିବା ସହଜ ଏବଂ ଟ୍ୟାମ୍ପରିଂ କରିବା କଷ୍ଟକର ହୋଇଥାଏ । ତେବେ ଏହି ନମ୍ବର ପ୍ଲେଟର ଅନେକ ସିକ୍ୟୁରିଟି ଫିଚର୍ ରହିଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.