ETV Bharat / state

Dhamnagar by poll Results: ସତ୍ୟର ଜୟ ହୋଇଛି କହିଲେ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Nov 6, 2022, 8:40 PM IST

ଧାମନଗର ଉପନିର୍ବାଚନରେ ବିଜୟ ପରେ ବିଜେପି ଶିବିରରେ ଉତ୍ସବ । ଧାମନଗରରେ ସତ୍ୟର ଜୟ ହୋଇଛି ଏବଂ ସ୍ବର୍ଗୀୟ ବିଷ୍ଣୁ ସେଠୀଙ୍କ ପ୍ରତି ଧାମନଗରବାସୀଙ୍କର ଥିବା ଭଲ ପାଇବାର ପ୍ରତିଫଳନ ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

Dhamnagar bypoll Results: ସତ୍ୟର ଜୟ ହୋଇଛି କହିଲେ ଧର୍ମେନ୍ଦ୍ର ପ୍ରଧାନ
Dhamnagar bypoll Results: ସତ୍ୟର ଜୟ ହୋଇଛି କହିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ବିଜେଡିକୁ ପଛରେ ପକାଇ ବାଜି ମାରିଛି ବିଜେପି । ଗଣତି ଆରମ୍ଭରୁ ବିଜେଡି ଓ ବିଜେପି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା । କିନ୍ତୁ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ୯,୮୮୧ ଭୋଟରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କଠାରୁ ବିଜୟୀ ହୋଇଛନ୍ତି । ତେବେ ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବରେ ସାମିଲ ହୋଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଧାମନଗରରେ ବିଜେପି ପକ୍ଷରୁ ଉପନିର୍ବାଚନ ଦାୟିତ୍ବ ନେଇଥିଲେ।

Dhamnagar bypoll Results: ସତ୍ୟର ଜୟ ହୋଇଛି କହିଲେ ଧର୍ମେନ୍ଦ୍ର ପ୍ରଧାନ

ଧାମନଗର ଉପନିର୍ବାଚନ ଲାଗି ଦଳର କମାଣ ଧରିଥିଲେ ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ବିଜେଡିର ବରିଷ୍ଠ ନେତୃବୃନ୍ଦ ଧାମନଗରରେ ଦଳୀୟ ପ୍ରାର୍ଥିନୀ ଅବନ୍ତି ଦାସ ୨୫ରୁ ୩୦ ହଜାର ଭୋଟରେ ବିଜୟ ଲାଭ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । କିନ୍ତୁ ଫଳାଫଳ ବିପରୀତ ଆସିଛି । ବିଜେପି ପ୍ରାର୍ଥୀ ତଥା ଧାମନଗରର ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ୯,୮୮୧ ଭୋଟରେ ବିଜୟ ହୋଇଛନ୍ତି । ଫଳାଫଳ ଆସିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛନ୍ତି ଦଳୀୟ ନେତା ଓ କର୍ମୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ସ୍ବର୍ଗୀୟ ବିଷ୍ଣୁ ସେଠୀଙ୍କ ପ୍ରତି ଧାମନଗରବାସୀଙ୍କର ଥିବା ଭଲ ପାଇବାର ପ୍ରତିଫଳନ ହୋଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡ଼ିଆ ଲୋକଙ୍କର ବିଶ୍ବାସ ରହିଛି । ଆଗାମୀ ଦିନରେ ସାରା ରାଜ୍ୟରେ ସତ୍ୟର ଜୟ ହେବ ।" ତେବେ ଦଳର ବିଜୟ ପାଇଁ ସମସ୍ତ ଦଳୀୟ କର୍ମୀଙ୍କୁ ଅକ୍ଳାନ୍ତ ପରିଶ୍ରମ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Dhamnagar bypoll Results: ଭାଙ୍ଗିଲା ଇତିହାସର ଧାରା, 9881 ଖଣ୍ଡ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ

ତେବେ ଭୋଟ ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ କଡା ଟକ୍କର ଲାଗି ରହିଥିବା ବେଳେ ପ୍ରର୍ଯାୟ କ୍ରମେ ଭୋଟର ବ୍ୟବଧାନ ମଧ୍ୟ ବଢିବାରେ ଲାଗିଥିଲା । ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି ଶେଷ ସୁଦ୍ଧା ସୂର୍ଯ୍ୟବଂଶୀ ଲିଡ୍‌ରେ ଥିଲେ । ଶେଷରେ ସେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀନୀ ଅବନ୍ତି ଦାସଙ୍କଠାରୁ ୯,୮୮୧ ଭୋଟରେ ବିଜୟ ଲାଭ କରିଛନ୍ତି । ତେବେ ଚଳିତ ଉପନିର୍ବାଚନ ଫଳାଫଳରେ ରାଜ୍ୟ ରାଜନୀତି ଇତିହାସରେ ପ୍ରଚଳିତ ଧାରାରେ ଏକ ବଡ ବ୍ୟତିକ୍ରମ ଦେଖିବାକୁ ମିଳିଛି । ୨୦୦୯ ମସିହା ପରେ ପ୍ରଥମ ଥର ଓ ୨୦୦୦ ମସିହା ପରେ ଶାସକ ବିଜେଡିକୁ ତୃତୀୟ ଥର ପାଇଁ ଉପନିର୍ବାଚନରେ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ଏହି ନିର୍ବାଚନରେ ବିଜେପିର ବାଜିମାତ ପରେ ବିଜେପି ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.