ETV Bharat / state

Dhamnagar bypoll Results: ଭାଙ୍ଗିଲା ଇତିହାସର ଧାରା, 9881 ଖଣ୍ଡ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ

author img

By

Published : Nov 6, 2022, 5:48 PM IST

Updated : Nov 6, 2022, 6:56 PM IST

ରାଜ୍ୟରେ ଭାଙ୍ଗିଲା ରାଜନୀତି ଇତିହାସର ଧାରା । 9881 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜୟୀ(BJP Candidate won in Dhamnagar )। ଫଳାଫଳ ଆନୁଷ୍ଠାନିକ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । 2009 ପରେ ପ୍ରଥମ ଓ 2000 ମସିହା ପରେ ଶାସକ ବିଜେଡିର ତୃତୀୟ ଉପନିର୍ବାଚନ ପରାଜୟ । ଫଳାଫଳରେ ଉତ୍ସାହିତ ବିଜେପି ଶିବର । ଅଧିକ ପଢନ୍ତୁ

Dhamnagar bypoll Results: ଭାଙ୍ଗିଲା ଇତିହାସର ଧାରା, ବାଜି ମାରିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ
Dhamnagar bypoll Results: ଭାଙ୍ଗିଲା ଇତିହାସର ଧାରା, ବାଜି ମାରିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ବର: ଚଳିତ ଧାମନଗର ଉପନିର୍ବାଚନରେ ଶାସକ ବିଜେଡିକୁ ପଛରେ ପକାଇ ବାଜି ମାରିଛି ବିରୋଧୀ ବିଜେପି । ଗଣତି ଆରମ୍ଭରୁ ବିଜେଡି ଓ ବିଜେପି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା । ତେବେ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ 9,881 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ଠାରୁ ବିଜୟୀ ହୋଇଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ପ୍ରେସମିଟରେ ସୂଚନା ଦେଇଛନ୍ତି ।

Dhamnagar bypoll Results: ଭାଙ୍ଗିଲା ଇତିହାସର ଧାରା, 9881 ଖଣ୍ଡ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ

ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟରେ ଘୋଷଣା କରିଥିବା ସୂଚନା ଅନୁସାରେ ଗଣତି ପ୍ରକ୍ରିୟା ଶେଷ ହୋଇଛି । ଏଥିରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ଅବନ୍ତୀ ଦାସଙ୍କୁ ମୋଟ 70,470 ଖଣ୍ଡ ଭୋଟ ମିଳିଛି । ସେହିପରି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ 80,351 ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ 3,561, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ 8,153 ଓ ଅନ୍ୟ ଜଣେ ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ମାତ୍ର 497 ଖଣ୍ଡ ଭୋଟ ମିଳିଛି । 650 ଖଣ୍ଡ ଭୋଟ ନୋଟା (NOTA ) ରେ ପଡିଥିବା କାରଣରୁ ନାକଜ ହୋଇଯାଇଛି ।

ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ 9,881 ଖଣ୍ଡ ଭୋଟ ବ୍ୟବଧାନ ଭୋଟରେ ବିଜୟୀ ହୋଇଛନ୍ତି । ମତ ଗଣନାର ଶେଷ ପ୍ରକ୍ରିୟା ଭାବେ 5ଟି ଇଭିଏମ ସହ ଭିବିପ୍ୟାଟକୁ ମିଳାଇବା କାର୍ଯ୍ୟ ଜାରି ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।

ତେବେ ଗଣତି ଶେଷ ପ୍ରର୍ଯ୍ୟାୟ ଆଡକୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜୟୀ ବିଜୟୀ ହେବା ଏକ ପ୍ରକାର ସ୍ପଷ୍ଚ ହୋଇଥିଲା । ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ କଡା ଟକ୍କର ଲାଗି ରହିଥିବା ବେଳେ ପ୍ରର୍ଯାୟ କ୍ରମେ ଭୋଟର ବ୍ୟବଧାନ ମଧ୍ୟ ବଢିବାରେ ଲାଗିଥିଲା । ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି ଶେଷ ସୁଦ୍ଧା ସୂର୍ଯ୍ୟବଂଶୀ ଲିଡ୍‌ରେ ଥିଲେ । ଏହି ଧାରା ବଳବତ୍ତର ରହିଲେ ସୂର୍ଯ୍ୟବଂଶୀଙ୍କ ବିଜୟ ପ୍ରାୟତଃ ସ୍ପଷ୍ଟ ବୋଲି ଅନୁମାନ ହେଉଥିଲା ।

ତେବେ ଚଳିତ ଉପନିର୍ବାଚନ ଫଳାଫଳରେ ରାଜ୍ୟ ରାଜନୀତି ଇତିହାସରେ ପ୍ରଚଳିତ ଧାରାରେ ଏକ ବଡ ବ୍ୟତିକ୍ରମ ଦେଖିବାକୁ ମିିଳିଛି । 2009 ମସିହା ପରେ ପ୍ରଥମ ଥର ଓ 2000 ମସିହା ପରେ ଶାସକ ବିଜେଡିକୁ ତୃତୀୟ ଥର ପାଇଁ ଉପନିର୍ବାଚନରେ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ଏହି ନିର୍ବାଚନରେ ବିଜେପିର ବାଜିମାତ ପରେ ବିଜେପି ଶିବରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଆନୁଷ୍ଠାନିକ ଘୋଷଣା କରିସାରିବା ପରେ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଆରମ୍ଭ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 6, 2022, 6:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.