ETV Bharat / state

26ରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

author img

By

Published : Mar 6, 2023, 2:21 PM IST

Updated : Mar 6, 2023, 2:43 PM IST

ଆସନ୍ତା 26ରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ନେଇ ସୂଚନା ରହିଛି । ଅଧିକ ପଢ଼ନ୍ତୁ

amit shah to visit odisha
26ରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

26ରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବେନଶ୍ବର: ପୁଣି ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା 26 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ନେଇ ସୂଚନା ରହିଛି । ଭଦ୍ରକରେ ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହ । ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେବେ । ସାଧାରଣ ଲୋକଙ୍କ ସହିତ ଦଳ କିପରି ଯୋଡି ହେବ ସେନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।

ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀ ଭଦ୍ରକ ଓ ଢେଙ୍କାନାଳ ଗସ୍ତ କରିବାର ଯୋଜନା ରହିଛି । ଦୁଇଟି ଜିଲ୍ଲା ବୁଥ ସ୍ତରରେ ବୈଠକ ଓ ସଭାରେ ଉଦବୋଧନ ଦେବା ସହ ଅନ୍ୟାନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ମିଳିଛି । ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏକ ସମାବେଶ କରିବେ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ବିଶେଷ କରି 2024 ଲୋକସଭା ନିର୍ବାଚନ ଥିବାକୁ ଦଳ କିପରି ଲୋକଙ୍କ ପାଖରେ ବୁଥ୍‌ ସ୍ତରରେ ମଜଭୁତ ହେବ ସେ ଦିଗରେ ଫୋକସ କରି ଓଡ଼ିଶା ଗସ୍ତର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଏହା ବି ପଢନ୍ତୁ....ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ: 4 ମୃତ, 3 ଗୁରୁତର

ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକରେ ବିଶାଳ ସମାବେଶ କରିବେ ଶାହ । ପୂର୍ବରୁ ଶାହ 23 ତାରିଖରେ ଆସିବା ନେଇ ଖବର ମିଳିଥିଲା । ମାତ୍ର ତାରିଖରେ ପରିବର୍ତ୍ତନ ହୋଇଛି । 23 ନୁହେଁ 26 ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ।

ଏହା ବି ପଢନ୍ତୁ...ବ୍ରିଟେନରୁ ବିଜେପିକୁ ରାହୁଲଙ୍କ ଟାର୍ଗେଟ, କହିଲେ ସାହସୀ ଓ ଭୀରୁ ମଧ୍ୟରେ ଲଢେଇ ଚାଲିଛି

ଏହା ପୂର୍ବରୁ ଗତବର୍ଷ ଅଗଷ୍ଟ 7 ତାରିଖରେ ଦୁଇଦିନିଆ ଓଡିଶା ଆସିଥିଲେ ଅମିତ ଶାହ । ଏହି ଗସ୍ତରେ ଭୁବନେଶ୍ବର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କଟକର ଇନ୍‌ଡୋର ଷ୍ଟାଡୟମରେ ପ୍ରଜାତନ୍ତ୍ର ଖବରକାଗଜର 75ତମ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ । ଏହା ସହିତ ଭୁବନେଶ୍ବରରେ ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଦ୍ବିତୀୟ ଦିନରେ ଭୁବେଶ୍ବର ସ୍ଥିତ ପ୍ରଭୁ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ମନ୍ଦିରରେ ଜଳାଭିଷେକ କରିଥିଲେ ।

Last Updated : Mar 6, 2023, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.