ETV Bharat / state

ଓଡ଼ିଶା ଦଖଲ ପାଇଁ ଅଙ୍କ କଷିବେ ଶାହ, ରାଜ୍ୟ କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ ଜାରି

author img

By

Published : Aug 5, 2023, 3:56 PM IST

Updated : Aug 5, 2023, 4:41 PM IST

୨୦୨୪ ନିର୍ବାଚନରେ ଓଡିଶା ଦଖଲ ପାଇଁ ବିଜେପିର ପ୍ରସ୍ତୁତି । ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ରୁଦ୍ଧଦ୍ବାର ବୈଠକ ଜାରି । ଅଧିକ ପଢନ୍ତୁ

Etv Bharat
Etv Bharat

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶାହଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ବର: ୨୦୨୪ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ତେବେ ଓଡ଼ିଶା ଗସ୍ତରେ ଥିବା ବିଜେପିର ଶୀର୍ଷ ନେତୃତ୍ବ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଦଖଲ ପାଇଁ ଅଙ୍କ କଷିବେ । ଏନେଇ ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହିତ ରୁଦ୍ଧଦ୍ବାର ବୈଠକ ଜାରି ରହିଛି । ଏହି ବୈଠକ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମେ ପଦାଧିକାରୀଙ୍କ ସହ ବୈଠକ ପରେ ସମସ୍ତ ବିଧାୟକ ଏବଂ ସାଂସଦଙ୍କ ସହ ଅମିତ ଶାହ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ- Amit Shah in Odisha: ଗୋଟିଏ ମଞ୍ଚରେ ଶାହ ଓ ନବୀନ; ପରସ୍ପରକୁ କଲେ ପ୍ରଶଂସା

ଶାହ ବିଜେପିର ନୂଆ କୋର କମିଟି ସହ ୨୪ ରଣନୀତି ନେଇ କରିବେ ଆଲୋଚନା । ୩ଟି ବୈଠକରେ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଦଳର ସାଂଗଠନିକ ସ୍ଥିତି, ୨୪ ନିର୍ବାଚନ ପାଇଁ ଗ୍ରାଉଣ୍ଡରେ କିଭଳି ହେବ ଲଢେଇ ? ବିଜେପି ସପକ୍ଷରେ ଲୋକଙ୍କ ଭୋଟ କେମିତି ଆସିବ ? ଏହାକୁ ନେଇ କରିବେ ଆଲୋଚନା । ସେହିପରି ବର୍ଷେ ତଳେ ଶାହ ଦେଇଥିବା ଟାସ୍କର ମଧ୍ୟ ଫିଡବ୍ୟାକ ନେବେ । ଏହାସହ ୨୦୨୪ ଲଢେଇ ପାଇଁ ଦେବେ ଗୁରୁମନ୍ତ୍ର । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଜାରି ରହିବ ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ- Amit Shah Arrives in Odisha: ମଧ୍ୟ ରାତ୍ରିରେ ପହଞ୍ଚିଲେ ଶାହ, ଭେଟି ଦେବେ NH ପ୍ରକଳ୍ପ, ନକ୍ସଲ ଦମନ ନେଇ କରିବେ ଆଲୋଚନା

ରାଜ୍ୟ ବିଜେପି କାର୍ଯ୍ୟାଳୟ ଛାଡ଼ିବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରେ ଲାଉଞ୍ଜରେ ରହିଛି ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟ ବିଜେପି କିଛି ଶୀର୍ଷ ନେତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଶାହ ଏଠାରେ ଆଲୋଚନା କରିବେ । ତେବେ ଆଜି ସରକାରୀ କାର୍ଯ୍ୟକ୍ରମ ଶେଷ ହେବା ପରେ ଶାହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଦଳୀୟ ନେତାମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ବର ଟୁଡୁ, ରାଜ୍ୟ ବିଜେପିର ସହ ପ୍ରଭାରୀ ବିଜୟପାଲ ସିଂହ ତୋମାର, ରାଜ୍ୟ ସଭାପତି ମନମୋହନ ସାମଲ, ଦଳର ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ ନେତା ଉପସ୍ଥିତ ଥିଲେ।

ସୂଚନା ଥାଉ କି ଆଜି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଦିନ ୧୦ଟା ପରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିଲେ ଶାହ । ୫ ଅଗଷ୍ଟ ଗୁରୁତ୍ବ ବାବଦରେ କହିବା ସହ ଆଜିର ଦିନରେ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା ବି ସ୍ମରଣ କରିଥିଲେ ଗୃହମନ୍ତ୍ରୀ । ସାରା ଦେଶରେ ଜାତୀୟ ରାଜପଥ ପ୍ରକଳ୍ପକୁ ମୋଦି ସରକାର ଗୁରୁତ୍ବ ଦେଉଥିବା କଥା ସହ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ସରକାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦି ଓ ଶାହଙ୍କୁ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 5, 2023, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.