ETV Bharat / state

Amit Shah in Odisha: ଗୋଟିଏ ମଞ୍ଚରେ ଶାହ ଓ ନବୀନ; ପରସ୍ପରକୁ କଲେ ପ୍ରଶଂସା

author img

By

Published : Aug 5, 2023, 3:54 PM IST

Updated : Aug 5, 2023, 4:39 PM IST

ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ । 5 ଅଗଷ୍ଟର ଗୁରୁତ୍ବ ବାବଦରେ କହିବା ସହ ଆଜିର ଦିନରେ ଧାରା 370 ଉଚ୍ଛେଦ ହୋଇଥିବା କଥା ସେ କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା ବି ସ୍ମରଣ କରିଛନ୍ତି ଗୃହମନ୍ତ୍ରୀ । ଅଧିକ ପଢନ୍ତୁ

Amit Shah in Odisha
Amit Shah in Odisha

ଗୋଟିଏ ମଞ୍ଚରେ ଶାହା ଓ ନବୀନ; ପରସ୍ପରକୁ କଲେ ପ୍ରଶଂସା

ଭୁବନେଶ୍ବର: ରାଜ୍ୟରେ 2ଟି ବଡ ଜାତୀୟ ରାଜପଥର ପ୍ରକଳ୍ପର ଲୋକାର୍ପଣ ହୋଇଛି । ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନକ୍ସଲ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ ଅମିତ ଶାହ ଆଲୋଚନା କରିଛନ୍ତି । ଏହି ଅବସରରେ ଏକାଠି ହୋଇଛନ୍ତି ଦେଶର ଦୁଇ ଦିଗଜ ନେତା । ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଅମିତ ରାଜ୍ୟ ସରକାରଙ୍କୁ ତେରଛା ବାଣ ମାରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଉଭୟ ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ଉଭୟ କହିଛନ୍ତି ।

ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ । 5 ଅଗଷ୍ଟର ଗୁରୁତ୍ବ ବାବଦରେ କହିବା ସହ ଆଜିର ଦିନରେ ଧାରା 370 ଉଚ୍ଛେଦ ହୋଇଥିବା କଥା ସେ କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା ବି ସ୍ମରଣ କରିଛନ୍ତି ଗୃହମନ୍ତ୍ରୀ । ସାରା ଦେଶରେ ଜାତୀୟ ରାଜପଥ ପ୍ରକଳ୍ପକୁ ମୋଦି ସରକାର ଗୁରୁତ୍ବ ଦେଉଥିବା କଥା ମଧ୍ୟ ସେ ବଖାଣିଛନ୍ତି । ମାଓବାଦୀ ନିୟନ୍ତ୍ରଣରେ ଓଡିଶା ସରକାର କେନ୍ଦ୍ରର ସହଯୋଗରେ ଭଲ କାମ କରିବା ସହ ନିୟନ୍ତ୍ରଣ କରିପାରିଛି ବୋଲି କହିଛନ୍ତି । ଖାଲି ସେତିକି ନୁହେଁ, ବିପର୍ଯ୍ୟୟ ପରିଚାଳନାରେ ଓଡିଶା ସାରା ଦେଶକୁ ବାଟ ଦେଖାଇଛି ବୋଲି କହିବାକୁ ଅମିତ ପଛାଇ ନାହାଁନ୍ତି । କେନ୍ଦ୍ରର ଯୋଜନା ସହ ନିଜସ୍ବ ଯୋଜନା କରି ଜିରୋ କାଜୁଆଲଟି ମଡେଲ ଆପଣାଇଛି ବୋଲି ମଧ୍ୟ ସେ କହିଛନ୍ତି ।

ଏହାବି ପଢନ୍ତୁ- Amit Shah Arrives in Odisha: ମଧ୍ୟ ରାତ୍ରିରେ ପହଞ୍ଚିଲେ ଶାହ, ଭେଟି ଦେବେ NH ପ୍ରକଳ୍ପ, ନକ୍ସଲ ଦମନ ନେଇ କରିବେ ଆଲୋଚନା

ଆହୁରି ମଧ୍ୟ ସେ କହିଛନ୍ତି ଯେ, ୟୁପିଏ ସରକାର ତୁଳନାରେ ଏନଡିଏ ସରକାର ଓଡିଶାକୁ 6 ଗୁଣା ଅଧିକ ଅନୁଦାନ ଦେଇଛି । 18 ଲକ୍ଷ କୋଟି ଟଙ୍କା ଓଡିଶାକୁ ଦିଆଯାଇଛି ବୋଲି ଉଲ୍ଲେଖ କରିଛନ୍ତି ଗୃହମନ୍ତ୍ରୀ । ପୂର୍ବାଞ୍ଚଳ ରାଜ୍ୟର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କହିଛନ୍ତି । ଏଥିରେ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ ବୋଲି ଗୃହ ମନ୍ତ୍ରୀ ଅମିତ ଶାହ ସ୍ବୀକାର କରିଛନ୍ତି । ବ୍ୟକ୍ତିଗତ ଭାବେ ନବୀନ ପଟ୍ଟନାୟକ ରେକର୍ଡ ସମୟ ଧରି ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବାରୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ଅମିତ ଶାହ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆମେ ସଂଘୀୟ ବ୍ୟବସ୍ଥାରେ ବିଶ୍ବାସ କରୁଛୁ । କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶର ଧାରା ଆଗକୁ ନେଉଛୁ । ସବୁ ପାରାମିଟରରେ ଓଡିଶା ଅନେକ ଆଗକୁ ଯାଇଛି । ନୂଆ ଓଡିଶା ଗଠନ ଦିଗରେ ଆମେ ଆଗେଇ ଚାଲିଛୁ । ଯୋଗାଯୋଗ ଆମ ପାଇଁ ଯଥେଷ୍ଟ ଗୁରୁତ୍ବ ବହନ କରେ । ଗୁରୁପ୍ରିୟା ସେତୁ, ପଶ୍ଚିମ ଓଡିଶାକୁ ଦକ୍ଷିଣ ଓଡିଶାକୁ ସଂଯୋଗ କରିବାକୁ ବିଜୁ ଏକ୍ସପ୍ରେସ ଯୋଗାଯୋଗ କ୍ଷେତ୍ରରେ ଅନେକ ଅବଦାନ ରହିଛି । ପୂର୍ତ୍ତ ବିଭାଗରେ ଆମ ସରକାରଙ୍କ ବଜେଟ 98 ପ୍ରତିଶତ ବଢିଛି । 2000 ମସିହାରେ 280 କୋଟି ବଜେଟ ଥିବା ବେଳେ ଏଥର ଏହା 50 ହଜାର କୋଟିରେ ପହଞ୍ଚିଛି । ଏହି ବର୍ଷ ଆମେ 6500 କିଲୋମିଟର ରାସ୍ତାର ମରାମତି ଓ 300 ନୂଆ ପୋଲ କରିବାକୁ ଲକ୍ଷ୍ୟ ରଖିଛୁ । କିଛି ବର୍ଷ ଭିତରେ ଜୟପୁର ଓ ଉତକେଲାରେ ଦୁଇଟି ବିମାନବନ୍ଦର କାମ ସାରିଛୁ । ମାଲକାନଗିରିରେ ଗ୍ରୀନ ଫିଲଡ଼ ବିମାନବନ୍ଦର କାମ ଚାଲିଛି ବୋଲି ନବୀନ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 5, 2023, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.