ETV Bharat / state

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ମାମଲାରେ ଆଉ ୨ ଗିରଫ, ଜଣେ ଏବେ ବି ଫେରାର୍‌

author img

By ETV Bharat Odisha Team

Published : Dec 13, 2023, 10:16 PM IST

Woman Gangrape Case: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ପୂର୍ବରୁ ଜଣେ ଗିରଫ ହୋଇଥିବା ବେଳେ ଏବେ ମଧ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଅଧିକ ପଢ଼ନ୍ତୁ

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ମାମଲାରେ ଆଉ ୨ ଗିରଫ
ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ମାମଲାରେ ଆଉ ୨ ଗିରଫ

ଢେଙ୍କାନାଳ: ଭୁବନ ଥାନା ଅଞ୍ଚଳରେ ଗତ ଅକ୍ଟୋବର ମାସରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ଗତକାଲି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗତ ଅକ୍ଟୋବର ୨୧ ତାରିଖରେ ଭୁବନ ଥାନା ଅଞ୍ଚଳରେ ଜନୈକା ମହିଳାଙ୍କୁ ୪ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ସହ ତାଙ୍କ ସ୍ବାମୀଙ୍କ ଫୋନରୁ ଫୋନ୍‌ ପେ ଜରିଆରେ ୧୦ ହଜାର ଟଙ୍କା ନେଇଥିଲେ ଦୁର୍ବୃତ୍ତ । ଏହି ଫୋନ୍‌ ପେ ହିଁ ସେମାନଙ୍କୁ ଧରିବାରେ ଖୋରାକ୍‌ ଯୋଗାଇଥିଲା । ଭୁବନ ପୋଲିସ ଜଣକୁ ଧରିବାକୁ ସକ୍ଷମ ହୋଇଥିବାବେଳେ ଅନ୍ୟ ୩ ଜଣ ଫେରାର ହୋଇଥିଲେ । ତେବେ ଗତକାଲି ଭୁବନେଶ୍ବର ସ୍ବତନ୍ତ୍ର କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍‌ ଅନ୍ୟ ଦୁଇ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ।

ଅନୁଗୋଳ ଜିଲ୍ଲାର ଏକ ମଠରୁ ପ୍ରଦୀପ ସାହୁ (୩୧)ଙ୍କ ସମେତ ଜଣେ ନାବାଳକକୁ ଯାଜପୁର ଜିଲ୍ଲା ପାଣିକୋଇଲ ଅଞ୍ଚଳରୁ କାବୁ କରିଛି ପୋଲିସ । ତେବେ ଦୁଇ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରାଯାଇଛି । ଦୁଇ ଅଭିଯୁକ୍ତ ଗଡ଼ନୃସିଂହପ୍ରସାଦ ଗ୍ରାମର ବୋଲି ଜଣାପଡିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୩ ଜଣ ଗିରଫ ହୋଇଥିବାବେଳେ ଆଉ ଜଣେ ଏବେ ବି ଫେରାର ଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୧ ତାରିଖ ସନ୍ଧ୍ୟାରେ ଜନୈକା ଛାତ୍ରୀ ଜଣକ ଏକ ମେସ୍‌ରୁ ସ୍ବାମୀଙ୍କ ସହିତ ମୋଟରସାଇକେଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ବାରୁଆଁ ଗ୍ରାମ ନିକଟ କାଜୁ ଜଙ୍ଗଲ ନିକଟରେ ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ସେମାନଙ୍କଠାରୁ ଟଙ୍କା ସହିତ ମୋବାଇଲ ଛଡାଇ ନେଇଥିଲେ । ଛାତ୍ରୀଙ୍କ ସ୍ବାମୀଙ୍କୁ ଜଣେ ଦୁର୍ବୃତ୍ତ ଧରିବା ସହିତ ଅନ୍ୟ ତିନି ଜଣ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏନେଇ ପୀଡ଼ିତା ଓ ତାଙ୍କ ସ୍ବାମୀ ଭୁବନ ଥାନାରେ ଅଭିଯୋଗ କରିଥିଲେ । ଘଟଣାକୁ କାମାକ୍ଷାନଗର ଏସ୍‌ଡିପିଓ ପ୍ରଭାସ କୁମାର ତ୍ରିପାଠି ନିଜେ ତଦନ୍ତ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...RAPE: ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ, ଦୁଇ ଅଟକ

ଏହି ଘଟଣାରେ ସେହି ମାସ (ଅକ୍ଟୋବର) ୨୪ ତାରିଖରେ ଜଣେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ଅଭିଯୁକ୍ତକୁ ସେହିଦିନ କୋର୍ଟଚାଲାଣ କରାଯାଇଥିଲା । ତେବେ ଭୁବନ କୋର୍ଟରେ ବେଲ୍‌ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ କାମାକ୍ଷାନଗର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଅଭିଯୁକ୍ତ ଜଣକ ଗଡ଼ନୃସିଂହପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ବାସୁଦେଇପୁର ଗ୍ରାମର ବିକ୍ରମ ଜେନା ବୋଲି ଜଣାପଡିଛି । ତେବେ ଅନ୍ୟମାନେ ଫେରାର ଥିଲେ । ଗତକାଲି ଆଉ ଦୁଇଜଣ ଗିରଫ ହେବାପରେ ଗିରଫଦାରୀ ୩କୁ ବୃଦ୍ଧି ପାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଏବେ ମଧ୍ୟ ଫେରାର ଅଛି । ପ୍ରକାଶ ଯୋଗ୍ୟ, ପୀଡ଼ିତା ଭୁବନରେ ଏକ ଘରୋଇ ମେସ୍‌ରେ ରହି କଲେଜରେ ପାଠ ପଢୁଥିଲେ । ଦଶହରା ଛୁଟିରେ ସ୍ବାମୀଙ୍କ ସହିତ ଘରକୁ ଯାଉଥିଲେ । ସାମାଜିକ ରୀତିନିତୀରେ ଦୁହିଁଙ୍କର ବିବାହ ହୋଇନଥିଲେ ମଧ୍ୟ ଦୁହେଁ କୋର୍ଟରେ ବିବାହ କରିଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.