ETV Bharat / state

ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡ୍ରାଇଭର ଜୀବନ୍ତ ଦଗ୍ଧ

author img

By

Published : Sep 5, 2020, 8:29 AM IST

Updated : Sep 5, 2020, 8:39 AM IST

ଖୋର୍ଦ୍ଧା ଶନିବାର ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଜଳିବା ସହ ଡ୍ରାଇଭର ଜୀବନ୍ତ ଦଗ୍ଧ । ଅଧିକ ପଢ଼ନ୍ତୁ...

truck accident, khurdha road accident, number 16 national highway khurdha, truck driver died, ସଡ଼କ ଦୁର୍ଘଟଣା, ଡ୍ରାଇଭର ଜୀବନ୍ତ ଦଗ୍ଧ, ଖୋର୍ଦ୍ଧା 16 ନମ୍ବର ଜାତୀୟ ରାଜପଥ
ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଡ୍ରାଇଭର ଜୀବନ୍ତ ଦଗ୍ଧ

ଖୋର୍ଦ୍ଧା: ଜିଲ୍ଲାର 16 ନମ୍ବର ଜାତୀୟ ରାଜପଥ ନାଚୁଣି ଫାଣ୍ଡି ନିକଟ ହରିକୁଣ୍ଡ ବରଡି ଛକ ନିକଟରେ ଟ୍ରକକୁ ପଛପଟୁ ପିଟିଲା ଟ୍ରକ । ଦୁର୍ଘଟଣାରେ ଟ୍ରକ ସହ ଜୀବନ୍ତ ଦଗ୍ଧ ହେଲେ ଟ୍ରକ ଭିତରେ ଥିବା ଡ୍ରାଇଭର । ହେଲପର ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଡ୍ରାଇଭର ଜୀବନ୍ତ ଦଗ୍ଧ

ନିଆଁ ଲିଭା କାର୍ଯ୍ୟ ପରେ ଟ୍ରକ ଭିତରୁ ମୃତ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଟ୍ରକଟି ବ୍ରହ୍ମପୁରରୁ ଭୁବନେଶ୍ବର ଆସୁଥିବାର ସୂଚନା ରହିଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ସେନେଇ ନାଚୁଣି ଫାଣ୍ଡି ପୋଲିସ ତଦନ୍ତ କରୁଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Sep 5, 2020, 8:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.