ETV Bharat / state

Teachers Agitation: ଶିକ୍ଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ, ଆନ୍ଦୋଳନ ଜାରି ରହିବ

author img

By

Published : Nov 29, 2022, 4:53 PM IST

ରାଜଧାନୀରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ । ଶିକ୍ଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି । ତେବେ ଆଗକୁ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ସଂଘ । ଅଧିକ ପଢନ୍ତୁ

Teachers Agitation: ଶିକ୍ଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ, ଆନ୍ଦୋଳନ ଜାରି ରହିବ
Teachers Agitation: ଶିକ୍ଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ, ଆନ୍ଦୋଳନ ଜାରି ରହିବ

ଭୁବନେଶ୍ବର: ରାଜଧାନୀରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ । ମିଳିତ ପ୍ରାଥମିକ ଶିକ୍ଷକ ସଂଘ ୩ ଦଫା ଦାବି ନେଇ ରାଜଧାନୀରେ ଧାରଣାରେ ବସିଛନ୍ତି । ତେବେ ଆଜି ସରକାରଙ୍କ ସହ ଶିକ୍ଷକମାନଙ୍କ ଆଲୋଚନା ହୋଇଥିବା ସତ୍ତ୍ବେ ଏହା ବିଫଳ ହୋଇଛି । ଫଳରେ ଏହି ଆନ୍ଦୋଳନ ଆଗାମୀ ଦିନରେ ଜାରି ରହିବ ବୋଲି କହିଛି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ।

ରାଜଧାନୀରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ

ମିଳିତ ପ୍ରାଥମିକ ଶିକ୍ଷକ ସଂଘ କହିଛନ୍ତି, "ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ହୋଇଛି । ତେବେ ଏହି ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିଲାନହିଁ । ମିଳିତ ପ୍ରଥମିକ ଶିକ୍ଷକ ସଂଘର ଯେଉଁ ଷ୍ଟିୟରିଂ କମିଟି ରହିଛି ସେଥିରେ ଆଲୋଚନା କରାଯିବ । ପରବର୍ତ୍ତୀ ସମୟରେ କମିଟି ଯାହା ନିଷ୍ପତ୍ତି ନେବ ସେହି ଅନୁସାରେ କାର୍ଯ୍ୟ କରାଯିବ । ଯଦି ମୁଖ୍ୟମନ୍ତ୍ରୀ ଡାକିବେ ତେବେ ଯିବୁ । ଆମକୁ ଏପର୍ଯ୍ୟନ୍ତ କିଛି ବି ଲିଖିତ ଆକାରରେ ଦେଇନାହାନ୍ତି । ଆଗାମୀ ଦିନରେ ଶିକ୍ଷାଦାନରେ ଯାହା କ୍ଷତି ଘଟିବ ସେଥିପାଇଁ ସରକାର ଦାୟୀ ରହିବେ ।"

ଏହା ବି ପଢନ୍ତୁ- Assembly News: ବାହାରେ ଶିକ୍ଷକଙ୍କ ଗର୍ଜନ, ଗୃହରେ ବିରୋଧୀଙ୍କ ହଙ୍ଗାମା, ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବାଚସ୍ପତିଙ୍କ ରୁଲିଂ

ସୂଚନା ଅନୁଯାୟୀ, ସଂଘର ମୁଖ୍ୟତଃ 3ଟି ଦାବି ରହିଛି । ସେଗୁଡିକ ହେଲା, ୨୦୦୧ ମସିହାରୁ ଯେଉଁ ଠିକା ନିଯୁକ୍ତି ଆରମ୍ଭ ହୋଇଥିଲା, ୨୦୧୩ ମସିହାରୁ ଯେଉଁ ଠିକା ନିଯୁକ୍ତିରେ ଯେଉଁ ଶିକ୍ଷକ ମାନେ ନିଯୁକ୍ତି ପାଇଥିଲେ ସେମାନଙ୍କ ଉପରୁ ଠିକା ନିଯୁକ୍ତି ଉଠାଇଛନ୍ତି ସରକାର । କିନ୍ତୁ ୨୦୦୧ ମସିହାରୁ ଯେଉଁ ଶିକ୍ଷକ ମାନେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ସରକାର ଉପେକ୍ଷା କରିଛନ୍ତି ବୋଲି କହିଛି ସଂଘ । ଦ୍ବିତୀୟ ଦାବି ହେଉଛି କେନ୍ଦ୍ରୀୟ ହାରରେ ସରକାର ଦରମା ଦେଉନାହାନ୍ତି । ପୁରୁଣା ପେନସନର ପୁନଃ ପ୍ରଚଳନ କରିବା ପାଇଁ ଦାବି ରଖିଛି ସଂଘ ।

ଏ ନେଇ ଲୋୟର ପିଏମଜିରେ ସାରା ରାଜ୍ୟରୁ ଅନେକ ଶିକ୍ଷକ ଧାରଣାରେ ବସିଛନ୍ତି । ଦୀର୍ଘ ଦିନ ଧରି ଶିକ୍ଷକ ଏହି ଆନ୍ଦୋଳନ ଜାରି ରଖିଥିବା ବେଳେ ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଏମାନେ ରାଜଧାନୀରେ ଧାରଣାରେ ବସିଛନ୍ତି । ସୋମବାର ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ହଟ୍ଟଗୋଳ କରିଥିଲେ । ଏହାପରେ ବାଚସ୍ପତି ରୁଲିଂ ଦେଇଥିଲେ । ଶିକ୍ଷକ ଆନ୍ଦୋଳନ ଉପରେ ସରକାରଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.