ETV Bharat / state

ଖଣିରେ ଅଚାନକ ଚଢାଉ, 6 ଲୁଟେରା ଗିରଫ

author img

By

Published : Aug 4, 2021, 11:26 AM IST

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଓ ଚିଲିକା ଅଞ୍ଚଳରେ ଅହରହ କୋଟି କୋଟି ଟଙ୍କାର କଳା ମୁଗୁନି ପଥର ଚାଲିଥିଲା । ଯାହାକୁ ପଣ୍ଡ କରିଛି ଟାଙ୍ଗୀ ପୋଲିସ । ଅଧିକ ପଢନ୍ତୁ...

ଖଣିରେ ଚଢାଉ; ୩ମେସିନ ଜବତ 6 ଗିରଫ
ଖଣିରେ ଚଢାଉ; ୩ମେସିନ ଜବତ 6 ଗିରଫ

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ବଢୁଛି ଚୋରା କାରବାର । କେଉଁଠି ଗଞ୍ଜେଇ ତ କେଉଁଠି ଚୋରା ପଥର କାରବାର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଓ ଚିଲିକା ଅଞ୍ଚଲରେ ଅହରହ କୋଟି କୋଟି ଟଙ୍କାର କଳା ମୁଗୁନି ପଥର ଚାଲିଥିଲା । ଯାହାକୁ ପଣ୍ଡ କରିଛି ଟାଙ୍ଗୀ ପୋଲିସ ।

ଖଣିରେ ଚଢାଉ; ୩ମେସିନ ଜବତ 6 ଗିରଫ

ଟାଙ୍ଗୀ ଓ ଚିଲିକା ଅଞ୍ଚଳରେ ପଥର ଚାଲାଣ ନେଇ ବାରମ୍ବାର ସ୍ଥାନୀୟ ଜନସାଧାରଣ ବିରୋଧ କରିଥିଲେ । ପୋଲିସ କାରବାରର ଟେର ପାଉ ନଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ତହସିଲଦାର ସ୍ମୃତି ରଞ୍ଜନ ଶତପଥି ଏବଂ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ପୂର୍ବ ଯୋଜନା ମୁତାବକ ରାତି ଅଧିଆ କଇଥପଲ୍ଲା କଳା ମୁଗୁନି ପଥର ଖଣିରେ ପୋଲିସ ବାହିନୀ ସହ ପହଞ୍ଚି ଅଚାନକ ଚଢ଼ାଉ କରିଥିଲେ ।

ଯାହା ଫଳରେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେବାକୁ ଉଦ୍ୟମ କରିଥିଲେ ଖଣି ମାଫିଆ । ପୋଲିସ କୌଶଳ କ୍ରମେ ଘଟଣା ସ୍ଥଳରୁ ୬ଜଣ ଖଣି ଲୁଟେରାଙ୍କୁ ଗିରଫ କରିବା ସହିତ ଗୋଟିଏ ପୋକଲେନ, ଦୁଇଟି କଂପ୍ରେସର ଜବତ କରିଛି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.