ETV Bharat / state

ଭୋଟ ଗଣତି ପୂର୍ବରୁ ହାର ମାନିଲା କଂଗ୍ରେସ, ତୃତୀୟରେ ରହିବୁ କହିଲେ ସୁର

author img

By

Published : Nov 4, 2022, 9:24 PM IST

ହାର ମାନିଲା କଂଗ୍ରେସ । ଧାମନଗର ଉପନିର୍ବାଚନ ଭୋଟ ଗଣତି ପୂର୍ବରୁ ହାର ମାନିଲା କଂଗ୍ରେସ । ବିଜେପି ଓ ବିଜେଡି ପ୍ରଚୁର ଟଙ୍କା ବଣ୍ଟି ଥିବାରୁ ସେମାନେ ଆଗରେ ରହିବେ ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ତେବେ କଂଗ୍ରେସ ୨୫ରୁ ୩୦ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିବ ବୋଲି ସେ ଆକଳନ କରିଛନ୍ତି । ଅଧିକ ପଢ଼ନ୍ତୁ

ଭୋଟ ଗଣତି ପୂର୍ବରୁ ହାର ମାନିଲା କଂଗ୍ରେସ, ତୃତୀୟରେ ରହିବୁ କହିଲେ ସୁର
ଭୋଟ ଗଣତି ପୂର୍ବରୁ ହାର ମାନିଲା କଂଗ୍ରେସ, ତୃତୀୟରେ ରହିବୁ କହିଲେ ସୁର

ଭୁବନେଶ୍ବର: ସରିଛି ଧାମନଗର ଉପନିର୍ବାଚନ ପାଇଁ ମତଦାନ । ଆସନ୍ତା ୬ ତାରିଖରେ ଭୋଟ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ଆକଳନ ସାମ୍ନାକୁ ଆସିଛି । ବିଜେପି ଓ ବିଜେଡି ଉଭୟ ଏହି ନିର୍ବାଚନ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିବ । ଏନେଇ ଆକଳନ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଭୋଟ ଗଣତି ପୂର୍ବରୁ ହାର ମାନିଲା କଂଗ୍ରେସ, ତୃତୀୟରେ ରହିବୁ କହିଲେ ସୁର

ଧାମନଗର ଉପନିର୍ବାଚନ ପାଇଁ ଗତକାଲି (ଗୁରୁବାର) ସରିଛି ମତଦାନ ପ୍ରକ୍ରିୟା । ସରକାରୀ ଭାବେ ଏହି ଉପନିର୍ବାଚନରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି । ଆସନ୍ତା ୬ ତାରିଖରେ ଭୋଟ ଗଣତି ପରେ ସେହିଦିନ ଫଳାଫଳ ପ୍ରକାଶ ପାଇବ । ତେବେ ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଫଳାଫଳ ନେଇ ଆକଳନ କରିଛନ୍ତି । ବିଜେଡି 25 ହଜାରରୁ ଊର୍ଦ୍ଧ୍ବ ଭୋଟରେ ଜିତିବ ବୋଲି ଆକଳନ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

ଏହା ମଧ୍ୟ ପଢ଼ନ୍ତୁ...୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି: ପ୍ରମିଳା

ସେହିଭଳି ବିଜେପି ମଧ୍ୟ ପୁଣିଥରେ ଧାମନଗର ହାତେଇବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି । ତେବେ କଂଗ୍ରେସ କିନ୍ତୁ ଏହି ଉପନିର୍ବାଚନ ହାରିଯିବ ବୋଲି ଆକଳନ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଏହା ମଧ୍ୟ ପଢ଼ନ୍ତୁ...ଧାମନଗରରେ ଜିତିବ ବିଜେପି: ପୃଥୀବିରାଜ

ଧାମନଗରରେ ଉପନିର୍ବାଚନ ଜିତିବା ପାଇଁ ବିଜେପି ଓ ବିଜେଡି ବିପୁଳ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ କରିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, "ଧାମନଗରରେ ଭୋଟ ପୂର୍ବଦିନ ପର୍ଯ୍ୟନ୍ତ କଂଗ୍ରେସ ଆଗରେ ଥିଲା । କିନ୍ତୁ ବିଜେଡି ଓ ବିଜେପିର ଟଙ୍କା ବଣ୍ଟା ପ୍ରତିଯୋଗିତା ଯୋଗୁଁ କଂଗ୍ରେସ ପ୍ରାର୍ଥୀ ସେଠାରେ ହାରିଯିବ । ଗୋଟିଏ ଭୋଟକୁ ବିଜେଡି ୫ ହଜାର ଟଙ୍କା ଲେଖାଏଁ ଦେଇଥିବା ବେଳେ ବିଜେପି ୩ ହଜାର ଟଙ୍କା ଲେଖାଏଁ ଦେଇଛି । କିନ୍ତୁ କଂଗ୍ରେସ ତାହା କରି ପାରିଲା ନାହିଁ । ସେଥିପାଇଁ ଆମେ ସେଠାରେ ହାରିବୁ ।" ତେବେ କଂଗ୍ରେସ ଧାମନଗରରେ ୨୫ରୁ ୩୦ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିବ ବୋଲି ଆକଳନ କରିଛନ୍ତି ସୁର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.