ETV Bharat / state

୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି: ପ୍ରମିଳା

author img

By

Published : Nov 4, 2022, 5:14 PM IST

୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି । ଧାମନଗର ଉପନିର୍ବାଚନ ଶେଷ ହୋଇଥିବା ବେଳେ ଫଳାଫଳକୁ ନେଇ ଆକଳନ କଲାଣି ବିଜେଡି । ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଦଳ ଜିତିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି: ପ୍ରମିଳା
୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି: ପ୍ରମିଳା

ଭୁବନେଶ୍ବର: ସରିଛି ଧାମନଗର ଉପନିର୍ବାଚନ ମତଦାନ । ନିର୍ବାଚନ ଜିତିବା ନେଇ ପ୍ରମୁଖ ରାଜନୈତିକ ଦଳ ପୂର୍ବାନୁମାନ କଲେଣି । ବିଜେଡି ୨୦ରୁ ୨୫ ଭୋଟ ବ୍ୟବଧାନରେ ଜିତିବ ବୋଲି ଆକଳନ କରୁଛି ବିଜେଡି । ଅବନ୍ତି ଦାସ ବଡ଼ ବ୍ୟବଧାନରେ ଜିତିବେ ବୋଲି କହିଛନ୍ତି ବିଜେଡି ଉପ ସଭାନେତ୍ରୀ ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ (Pramila Malik on result of Dhamnagar Bypoll) ।

୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି: ପ୍ରମିଳା

ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ଧାମନଗର ଉପ ନିର୍ବାଚନରେ ବିଜେଡିର ଫଳାଫଳ ଭଲ ହେବ । ବିଜେଡି ପ୍ରାର୍ଥୀ ଅବନ୍ତି ଦାସ ବହୁ ବ୍ୟବଧାନରେ ବିଜୟ ହେବେ । ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ବିଜେଡ଼ି ଜିତିବ । ମହିଳା, ଯୁବକ, ଛାତ୍ରଙ୍କ ଭୋଟ ବିଜେଡ଼ି ଖାତାକୁ ଆସିଛି । ମହିଳା ଅଧିକ ଭୋଟ ବିଜେଡିକୁ ଦେଇଛନ୍ତି । ସବୁ ମହିଳା ଭୋଟ ବିଜେଡ଼ି ସପକ୍ଷରେ ଯାଇଛି । ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସହିତ ରହିଛି । ଲୋକେ ବିଜେଡିକୁ ଭଲ ପାଉଛନ୍ତି ଓ ସମର୍ଥନ ଦେଉଛନ୍ତି । ଲୋକମାନେ ଯେମିତି ପ୍ରତିଶୃତି ଦେଇଥିଲେ ସେମିତି ଭୋଟ ଆସିଛି ।"

ଏହା ବି ପଢନ୍ତୁ- Dhamnagar bypoll: ଇଭିଏମରେ ସିଲ୍ 5 ପ୍ରାର୍ଥୀଙ୍କ ଭାଗ୍ୟ, 6ରେ ଫଳାଫଳ

ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କର କୌଣସି ପ୍ରଭାବ ପଡିବ ନାହିଁ । ସବୁ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଥାନ୍ତି । ଆଜିର ଭୋଟର ବହୁତ ସଚେତନ । ସେମାନେ ସ୍ବାଧୀନ ପ୍ରାର୍ଥୀଙ୍କୁ କାହିଁକି ଲୋକ ଭୋଟ ଦେବେ । ରାଜୁ ଦାସ ଫ୍ୟାକ୍ଟର୍ କାମ ଦେଇନାହିଁ । ସରକାରୀ ଦଳ କିମ୍ବା ବିରୋଧୀ ଦଳକୁ ଭୋଟର ଭୋଟ ଦିଅନ୍ତି । ସରକାରୀ ଦଳକୁ ଭୋଟ ଦେଲେ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କୁ ମିଳିବ । ନେକ-ଟୁ-ନେକ ଫାଇଟ ହେବନାହିଁ ବୋଲି ପ୍ରମିଳା କହିଛନ୍ତି ।

ଗତ ଗୁରୁବାର ଧାମନଗର ଉପନିର୍ବାଚନ ଲାଗି ମତଦାନ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ଆସନ୍ତା ୬ ତାରିଖରେ ଭୋଟ ଗଣତି ଥିବା ବେଳେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ବାସୀ କାହାକୁ ନିଜ ନେତା ବାଛିଛନ୍ତି ତାହା ସ୍ପଷ୍ଟ ହେବ । ଇଭିଏମ ବାକ୍ସକୁ କଡ଼ା ସୁରକ୍ଷାର ସହିତ ରଖାଯାଇଛି । ନିର୍ବାଚନ ମଣ୍ଡଳୀର ୨୫୨ଟି କେନ୍ଦ୍ରରେ ମତଦାତାମାନେ ଭୋଟ ଦେଇଛନ୍ତି । ମୋଟ ୨ ଲକ୍ଷ ୩୮ ହଜାର ୪୧୭ ଜଣ ଭୋଟର ଥିବାବେଳେ ୬୬.୬୩ ପ୍ରତିଶତ ମତଦାନ ହୋଇଛି । ୨୦୧୪ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୭୩.୪୬ ପ୍ରତିଶତ ରହିଥିଲା । ୨୦୧୯ ଏହି ହାର ୬୬.୦୮ ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.