ETV Bharat / state

Offline Exam Tension: ପ୍ରାଣନାଥ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

author img

By

Published : Feb 19, 2022, 8:50 AM IST

ଅଫଲାଇନ ପରିକ୍ଷାକୁ ବିରୋଧ କରି ଆଜି ଖୋର୍ଦ୍ଧା ପ୍ରାଣ ନାଥ କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ତେବେ ବିନା ପାଠ ପଢାରେ ପରୀକ୍ଷା ହୋଇପାରିବ ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଅଧିକ ପଢନ୍ତୁ

OFFLINE EXAM:  ଖୋର୍ଦ୍ଧା ପ୍ରାଣନାଥ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
OFFLINE EXAM: ଖୋର୍ଦ୍ଧା ପ୍ରାଣନାଥ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଖୋର୍ଦ୍ଧା: ଅଫଲାଇନ ପରିକ୍ଷାକୁ ବିରୋଧ କରି ଖୋର୍ଦ୍ଧା ପ୍ରାଣନାଥ କଲେଜର ମୁଖ୍ୟ ଫାଟକ ସମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଅଫଲାଇନ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଜୋରଦାର ବିରୋଧ । କୋରୋନା ସମୟରେ ଠିକ ଭାବରେ ଅନଲାଇନରେ ପାଠପଢ଼ା ହୋଇନଥିବା ସହ କ୍ଳାସରୁମରେ ପଠାପଢ଼ା ହୋଇନାହିଁ ।

OFFLINE EXAM: ଖୋର୍ଦ୍ଧା ପ୍ରାଣନାଥ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ପିଲମାନଙ୍କ ପାଠପଢାରେ ଅନେକ ସମସ୍ୟା ରହିଥିବା ବେଳେ ବେଳେ ହଠାତ ପରୀକ୍ଷା ହେବାକୁ ନେଇ ବିରୋଧ କରିଛନ୍ତି ଯୁକ୍ତ ତିନି ଛାତ୍ରଛାତ୍ରୀ । ୫-ସେମିଷ୍ଟାର ପରୀକ୍ଷା ବାତିଲ କରାଯାଉ ନଚେତ ଅନଲାଇନରେ ପିଲାମାନଙ୍କ ପରୀକ୍ଷା ହେଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ସୂଚନାଅନୁସାରେ, ଜିଲ୍ଲାର ଖୋର୍ଦ୍ଧା ପ୍ରାଣନାଥ କଲେଜର ଯୁକ୍ତ ତିନିର ଛାତ୍ର ଛାତ୍ରୀ କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅନଲାଇନରେ ପରୀକ୍ଷା କରିବାକୁ ଅଡିବସିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.