ETV Bharat / state

ନକଲି O2 ଔଷଧ ଲିଙ୍କ୍‌ରେ ଭୋପାଳ: ମାଷ୍ଟର ମାଇଣ୍ଡ ଫେରାର, ୧୦ ଲକ୍ଷ ଟଙ୍କାର ଔଷଧ ଜବତ

author img

By

Published : Apr 2, 2023, 9:24 PM IST

ମଧ୍ୟପ୍ରଦେଶ ଭୋପାଳ ଯାଏଁ ଲମ୍ବିଛି ନକଲି ଓ2 ଔଷଧର ଚେର । ଏହାର ମାଷ୍ଟର ମାଇଣ୍ଡ ଫେରାର ଥିବା ବେଳେ ୧୦ ଲକ୍ଷ ଟଙ୍କାର ନକଲି ଔଷଧକୁ ଜବତ କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ନକଲି ଓ2 ଔଷଧର ଭୋପାଳ ଲିଙ୍କ୍ । କିଛି ଦିନ ତଳେ କଟକରେ ଚିହ୍ନଟ ହୋଇଥିବା ଓ2 ନକଲି ଔଷଧର ଲିଙ୍କ ଖୋଜିବା ଲାଗି ଏକ ସ୍ବତନ୍ତ୍ର ଟିମ୍ ମଧ୍ୟପ୍ରଦେଶର ଭୋପାଳ ଏବଂ ବିହାରର ମୁଜ୍ଜଫରପୁରରେ ଚଢାଉ କରିଥିଲା । ଏହି ଖୋଳତାଡ଼ ବେଳେ ଭୋପାଳରେ ମଧ୍ୟ ନକଲି ଔଷଧର ଚେର ପହଞ୍ଚିଥିବା ଜଣାପଡ଼ିଛି । ଏହି ଅପରାଧିକ କାର୍ଯ୍ୟର ମାଷ୍ଟର ମାଇଣ୍ଡ ଫେରାର ଥିବା ବେଳ ପୋଲିସ ୧୦ ଲକ୍ଷ ଟଙ୍କାର ନକଲି ଔଷଧକୁ ଜବତ କରିଛି ।

ନକଲି ଔଷଧ କାରବାର ମାମଲାରେ ଡ୍ରଗସ କଣ୍ଟ୍ରୋଲ ବିଭାଗ, ଏସଟିଏଫ ମିଳିତ ଭାବରେ ଚଢାଉ କରିଥିଲେ। ଏହି ସମୟରେ ବିହାର ମୁଜ୍ଜଫରପୁରରୁ ୧୦ ଲକ୍ଷ ଟଙ୍କାର ନକଲି ଓ2 ଔଷଧକୁ ଜବତ କରାଯାଇଛି । ଏହି ନକଲି ଔଷଧ ଓ2 ଟାବଲେଟର ମୁଖ୍ୟ ଅପରାଧୀ ହେଉଛି ମୁଜ୍ଜଫରପୁରର ମନୀଷ କୁମାର । କିନ୍ତୁ ଚଢାଉ ସମୟରେ ଏସଟିଏଫ ହାତରୁ ଖସି ପଳାଇଥିଲା ମାଷ୍ଟର ମାଇଣ୍ଡ । ଡ୍ରଗ୍ ଲାଇସେନ୍ସ ନଥିବା ଅନ୍ୟ ସଂସ୍ଥାକୁ ଯୋଗାଇ ଦିଆଯାଉଥିଲା ନକଲି ଔଷଧ । ଏନେଇ ଏହି ଟିମ୍ ପୁରୀଘାଟ ଥାନା ଅଧିକାରୀଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି।

ବିହାରର ମୁଜ୍ଜଫରପୁରର ଡ୍ରଗ କଣ୍ଟ୍ରୋଲ୍ ଅଧିକାରୀଙ୍କ ସହାୟତାରେ ଏହି ଟିମ୍ ମନୀଷ କୁମାରଙ୍କ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ସନ୍ଦେହଜନକ ଔଷଧ ଜବତ କରିଛି । ଏପଟେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି ଯେ, ନକଲି ଓ2 ଔଷଧର ଭୋପାଳ ଲିଙ୍କ ବାହାରିବା ପରେ ସ୍ଵତନ୍ତ୍ର ଡ୍ରଗସ ଟିମ୍ ଧର୍ମଦେବ ପୁହାଣ, ତୁଷାର ରଞ୍ଜନ ପାଣିଗ୍ରାହୀ ଓ ହରିପ୍ରୀୟା ମଲ୍ଲିକ ସେଠାକୁ ଗସ୍ତ କରିଥିଲେ । ମିଳିଥିବା ସୂଚନା ଅନୁସାରେ କିଛି ମାସ ତଳେ କଟକରେ ନକଲୀ ଓ-ଟୁ ମେଡିସିନ ଜବତ ହୋଇଥିଲା । ଏହି ମାମଲାରେ ଏସଟିଏଫ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ମିଳିତ ଭାବେ ଭୋପାଳ, ମଧ୍ୟପ୍ରଦେଶ ଓ ବିହାରର ମୁଜ୍ଜଫରପୁର ଅଞ୍ଚଳରେ ଚଢାଉ କରିଥିଲା ।

ଏହା ବି ପଢନ୍ତୁ- କଟକରେ ନକଲି O-2 ଔଷଧ କାରବାର ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ମୁଜ୍ଜଫରପୁର ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ପୋଲିସ ସହାୟତାରେ ମନୀଷ କୁମାରଙ୍କ ଘରୁ ବିପୁଳ ପରିମାଣର ନକଲି ଔଷଧ ଜବତ ହୋଇଥିଲା । ସେଠାରୁ ଫେରିବା ପରେ ଏହି ଘଟଣାର ତଦନ୍ତ କରୁଥିବା ପୁରୀଘାଟ ପୋଲିସକୁ ଆହୁରି ଅଧିକ ତଥ୍ୟ ଦେଇଛି ଡ୍ରଗସ କଣ୍ଟ୍ରୋଲ ବିଭାଗ । କିଛି ମାସ ତଳେ ବରଗଡ଼ ଓ ଝାରସୁଗୁଡ଼ାରୁ ମଧ୍ୟ ଜବତ ହୋଇଥିଲା ନକଲି ମେଡିସିନ। ଯାହାର ଚେର ଓଡ଼ିଶାରୁ ଉତ୍ତରପ୍ରଦେଶ ଯାଏଁ ଲମ୍ବିଥିଲା । ଏହି ଘଟଣାରେ ୩୦୦ରୁ ଅଧିକ ନକଲି ଔଷଧ ପେଟିକୁ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ସାଢେ ୭ କୋଟି ଟଙ୍କା ଥିଲା ।

ହିମାଚଳ ପ୍ରଦେଶ ଅଞ୍ଚଳରେ ଏଗୁଡ଼ିକ ତିଆରି ହେବା ପରେ ବାରଣାସୀ ଆସୁଥିଲା । ସେଠାରୁ ଓଡିଶା, ବିହାର, ପଶ୍ଚିମବଙ୍ଗ ସହ ହାଇଦ୍ରାବାଦକୁ ପଠାଯାଉଥିଲା । ଓଡ଼ିଶାରୁ ନକଲି ଔଷଧ ଧରା ହେବା ଚେର ଖୋଜିବାକୁ ଉତ୍ତରପ୍ରଦେଶ ସରକାରଙ୍କ ସହଯୋଗ ଲୋଡ଼ିଥିଲା ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରିବା ସହ ଉତ୍ତର ପ୍ରଦେଶର ସ୍ବାସ୍ଥ୍ୟ ବିଭାଗର ସଚିବଙ୍କୁ ସହଯୋଗ ପାଇଁ ଚିଠି ଲେଖିଥିଲେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.