ETV Bharat / state

5 ରାଜ୍ୟରେ ନିର୍ବାଚନ ଜିତିବା ନେଇ କଂଗ୍ରେସର ଦମ୍ଭୋକ୍ତି, ଶରତ କହିଲେ ଓଡ଼ିଶାରେ ପଡିବ ବଡ଼ ପ୍ରଭାବ

author img

By ETV Bharat Odisha Team

Published : Nov 18, 2023, 7:32 PM IST

5ଟି ରାଜ୍ୟର ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯିବ ବୋଲି କହିଛନ୍ତି ଛତିଶଗଡ଼ ଷ୍ଟାର ପ୍ରଚାରକ ତଥା ଓପିସିସି ସଭାପତି ଶରତ ପଟ୍ଟନାୟକ । ଏହାର ପ୍ରଭାବ ଓଡିଶାରେ ପଡିବ ବୋଲି କଂଗ୍ରେସ ଆଶାବାଦୀ ରହିଛି । ଅଧିକ ପଢନ୍ତୁ

ନିର୍ବାଚନ ଜିତିବା ନେଇ କଂଗ୍ରେସର ଦମ୍ଭୋକ୍ତି
congress on election result

congress on election result

ଭୁବନେଶ୍ବର: 5ଟି ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଜିତିବା ନେଇ କଂଗ୍ରେସର ଦମ୍ଭୋକ୍ତି । 5ଟି ରାଜ୍ୟର ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯିବ ବୋଲି କହିଛନ୍ତି ଛତିଶଗଡ଼ ଷ୍ଟାର ପ୍ରଚାରକ ତଥା ଓପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସ 5ଟି ରାଜ୍ୟରେ ସରକାର ଗଢ଼ିବ ଆଉ ଏହାର ପ୍ରଭାବ ଓଡିଶା ଉପରେ ପଡିବା ନେଇ ସେ ଆଶାବାଦୀ ଅଛନ୍ତି ।

"5 ରାଜ୍ୟର ଫଳାଫଳ କଂଗ୍ରେସ ସପକ୍ଷରେ ଯିବ ଆଉ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡିବ । ଡିସେମ୍ବର 3 ତାରିଖରେ 5ଟି ରାଜ୍ୟ ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ମିଜୋରାମର ନିର୍ବାଚନୀ ଫଳାଫଳ ଘୋଷଣା ହେବ । ଏହାର ଅନୁକୂଳ ପ୍ରଭାବ ଓଡିଶା ରାଜନୀତି ଉପରେ ପଡିବ । ଫଳରେ ଓଡ଼ିଶାରେ କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହେବ । ଆଉ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ" ଆଜି କଂଗ୍ରେସ ଭବନରେ ଏଭଳି ଭବିଷ୍ୟବାଣୀ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।


ତେବେ ଶରତ ଛତିଶଗଡ଼ରେ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିଲେ । ଦୁଇ ପର୍ଯ୍ୟାୟରେ ଶରତ ପଟ୍ଟନାୟକ ରାୟପୁର ଏବଂ ରାୟଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ତେଲେଙ୍ଗାନାରେ କଂଗ୍ରେସ ଭଲ ସ୍ଥିତିରେ ଥିବାବେଳେ BRS ଏବଂ ବିଜେପିକୁ ପଛରେ ପକାଇବାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଭୋଟରଙ୍କ ମୁଡ ପରଖିଥିଲା । ସେହିପରି ଛତିଶଗଡ଼ରେ କଂଗ୍ରେସ ପୁନର୍ବାର କ୍ଷମତା ବଜାୟ ରଖିବ ଏବଂ ଭୁପେଶ ବଘେଲ ସରକାର ଛତିଶଗଡ଼ବାସୀଙ୍କ ବିଶ୍ୱାସ ଜିତିବା ନେଇ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...ଡିସେମ୍ବର 1ରେ କଂଗ୍ରେସ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ

ଏହା ବି ପଢନ୍ତୁ...ମଧ୍ୟପ୍ରେଦଶ, ଛତିଶଗଡ଼ରେ ସରିଲା ମତଦାନ: ଇଭିଏମରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ

ମଧ୍ୟପ୍ରଦେଶରେ ଉଭୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି । ଶିବରାଜ ସିଂ ଚୌହାନଙ୍କ ସହ କମଳ ନାଥଙ୍କ ମୁକାବିଲା ହେଉଛି । କଂଗ୍ରେସ କ୍ଷମତାକୁ ଫେରିବା ନେଇ ଆକଳନ କରିଛନ୍ତି ଜାତୀୟ ଗଣମାଧ୍ୟମ । ସେହିପରି ରାଜସ୍ଥାନରେ ବିଜେପି ଏବଂ କଂଗ୍ରେସ ଭିତରେ ଜୋରଦାର ଲଢେଇ ହେଉଛି । କଂଗ୍ରେସ ଏଥର ପଛରେ ପଡିଯାଇପାରେ ଓ ବିଜେପି ଅଧିକ ସିଟ ହାତେଇବା ନେଇ ଚର୍ଚ୍ଚା ହେଉଛି । ବସୁନ୍ଧରା ରାଜେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପଛରେ ପକାଇପାରନ୍ତି ବୋଲି ବିଭିନ୍ନ ସର୍ଭେ ରିପୋର୍ଟ କହୁଛି । ସେହିପରି ମିଜୋରାମରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ନେଇ ଆଲୋଚନା ହେଉଛି।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.