ETV Bharat / state

ଡିସେମ୍ବର 1ରେ କଂଗ୍ରେସ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ

author img

By ETV Bharat Odisha Team

Published : Nov 13, 2023, 8:59 PM IST

ଡିସେମ୍ବର 1ରେ କଂଗ୍ରେସ କରିବ ତୁଳସୀ ଯାତ୍ରା । ଭୁବନେଶ୍ବରରୁ ଶରଧାବାଲି ପର୍ଯ୍ୟନ୍ତ ହେବ ତୁଳସୀ ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେବ ସଂଗୃହୀତ ତୁଳସୀ । ଅଧିକ ପଢନ୍ତୁ

ଡିସେମ୍ବର 1 ରେ କଂଗ୍ରେସ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ
ଡିସେମ୍ବର 1 ରେ କଂଗ୍ରେସ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଡିସେମ୍ବର 1 ରେ କଂଗ୍ରେସ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀଗୃହୀତ ହେବ ତୁଳସୀ
ଡିସେମ୍ବର 1 ରେ କଂଗ୍ରେସ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ

ଭୁବନେଶ୍ବର: ଡିସେମ୍ବର 1ରେ କଂଗ୍ରେସ କରିବ ତୁଳସୀ ଯାତ୍ରା । ଭୁବନେଶ୍ବରରୁ ଶରଧାବାଲି ପର୍ଯ୍ୟନ୍ତ ହେବ ତୁଳସୀ ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେବ ସଂଗୃହୀତ ତୁଳସୀ । ନଭେମ୍ବର 17ରୁ ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟର ହେବ ତୁଳସୀ ସଂଗ୍ରହ । ଏନେଇ ଜିଲ୍ଲା ଓ ବ୍ଲକ ସଭାପତିଙ୍କୁ ଆଜି ଅବଗତ କରିଛି ଦଳ । ଡିସେମ୍ବର ୧ ସୁଦ୍ଧା ଗାଆଁ, ପଞ୍ଚାୟତ, ବ୍ଲକ ଓ ଜିଲ୍ଲାରୁ ତୁଳସୀ ଆସିବ କଂଗ୍ରେସ । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ରତ୍ନଭଣ୍ଡାର ଅଳଙ୍କାର ଗଣତି ଦାବିରେ କଂଗ୍ରେସର ପ୍ରସ୍ତାବିତ ତୁଳସୀ ଯାତ୍ରାର ପ୍ରସ୍ତୁତି ନେଇ ଆଜି ଏହି ଘୋଷଣା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଶରତ କହିଛନ୍ତି, ‘‘ଡିସେମ୍ବର 1ରେ କଂଗ୍ରେସ କରିବ ତୁଳସୀ ଯାତ୍ରା । ଭୁବନେଶ୍ବରରୁ ଶରଧାବାଲି ପର୍ଯ୍ୟନ୍ତ ହେବ ତୁଳସୀ ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେବ ସଂଗୃହୀତ ତୁଳସୀ । ନଭେମ୍ବର 17ରୁ ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟର ହେବ ତୁଳସୀ ସଂଗ୍ରହ । ଜନ ସାଧାରଣ ପଠାଇ ପାରିବେ ସଜ ତୁଳସୀ । କଂଗ୍ରେସ କର୍ମୀ ମଧ୍ୟ ସଂଗ୍ରହ କରିବେ ତୁଳସୀ । ଯଦି କିଏ ଚାହିଁବ ସିଏ ପୋଷ୍ଟ ଜରିଆରେ କଂଗ୍ରେସ ଭବନ ଠିକଣାରେ ପଠାଇ ପାରିବେ । ତୁଳସୀ ସଂଗ୍ରହ ପରେ ଭୁବନେଶ୍ବରରୁ ନେତା କର୍ମୀ ଯିବେ ପୁରୀକୁ । ଡିସେମ୍ବର ୧ ରାଜଧାନୀରୁ ଶ୍ରୀକ୍ଷେତ୍ର ହେବ ତୁଳସୀ ଯାତ୍ରା । ସବୁ ଜିଲ୍ଲାରୁ ଆସିଥିବା ତୁଳସୀ ଧରି ନେତା ଓ କର୍ମୀ ଯିବେ ପୁରୀକୁ । ପୁରୀ ଶରଧାବାଲିରୁ ସଜ ତୁଳସୀ ଧରି ବଡ ଦାଣ୍ଡକୁ ନେତା ଯିବେ ଚାଲି ଚାଲି।’’

ଅଧିକ ପଢନ୍ତୁ- Tulasi Yatra: ସଂକୀର୍ତ୍ତନ ସତ୍ୟାଗ୍ରହ ପରେ କଂଗ୍ରେସ କରିବ ତୁଳସୀ ଯାତ୍ରା

ପିସିସି ସଭାପତି କହିଛନ୍ତି ପୂର୍ବରୁ କଂଗ୍ରେସ ଦଳ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା, ରତ୍ନ ଭଣ୍ଡାର ଖୋଲି ଏହାର ମରାମତି ଏବଂ ଗଣତି କାରିବାକୁ ଦାବି କରିଆସୁଥିଲେ ମଧ୍ୟ ସରକାର ଦୃଷ୍ଟି ଦେଲେନାହିଁ । ସେଥିପାଇଁ ଏବେ ତୁଳସୀ ଯାତ୍ରା ଆରମ୍ଭ କରିବ ଦଳ । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ପାଚେରୀ ସାଜିଛନ୍ତି ରାଜ୍ୟ ସରକାର । ସରକାର ଯେପର୍ଯ୍ୟନ୍ତ କଂଗ୍ରେସ ଦଳର ଦାବୀକୁ ପୂରଣ କରିନାହାନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ । ସେପଟେ ଦଳର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ତୁଳସୀ ଯାତ୍ରା ଫଳରେ ଭକ୍ତଙ୍କ ମଧ୍ୟରେ ଜନଜାଗରଣ ହେବେ । ଏହାର ପ୍ରଭାବ ସରକାରଙ୍କ ଉପରେ ନିଶ୍ଚିନ୍ତ ପଡିବ । ସରକାର କହୁଛନ୍ତି ଜାନୁୟାରୀ 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମାକୁ ଲୋକାର୍ପଣ କରିବେ । ଆମର ପ୍ରଶ୍ନ ହେଉଛି ଏହି ପ୍ରକଳ୍ପର ରୂପରେଖ କଣ । କେତେ ଅର୍ଥ ଏ ବାବଦରେ ଖର୍ଚ ହୋଇଛି, କିଏ ଏହାର ଟେଣ୍ଡର ନେଇଛି ତାହା ସ୍ପଷ୍ଟ କରନ୍ତୁ ସରକାର । ଏହାକୁ ନେଇ ଏକ ଶ୍ଵେତ ପତ୍ର ଜାରି କରନ୍ତୁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.