ETV Bharat / state

ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ, ଚୁକ୍ତିଭିତ୍ତିକ ବଦଳରେ ନିଯୁକ୍ତ ହେବେ କନିଷ୍ଠ ଶିକ୍ଷକ

author img

By ETV Bharat Odisha Team

Published : Aug 23, 2023, 10:52 AM IST

ରାଜ୍ୟରେ ଶିକ୍ଷକ ନିଯୁକ୍ତି ନିୟମାବାଳୀରେ ସଂଶୋଧନ ହୋଇଛି । ଚୁକ୍ତିଭିତ୍ତିକ ବଦଳରେ କନିଷ୍ଠ ଶିକ୍ଷକ ନିଯୁକ୍ତ ହେବେ । ଅଧିକ ପଢନ୍ତୁ

ଶିକ୍ଷକ ନିଯୁକ୍ତି ନିୟମାବାଳୀ
ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ

ଭୁବନେଶ୍ବର: ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ ହୋଇଛି । କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଚୁକ୍ତିଭିତ୍ତିକ ଶିକ୍ଷକ ବଦଳରେ ନିଯୁକ୍ତ ହେବେ କନିଷ୍ଠ ଶିକ୍ଷକ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର । ଚୁକ୍ତିଭିତ୍ତିକ ଶିକ୍ଷକ ବଦଳରେ ନିଯୁକ୍ତ ହେବେ କନିଷ୍ଠ ଶିକ୍ଷକ (ସ୍କିମେଟିକ୍)। ଏଣିକି CBT(କମ୍ପ୍ୟୁଟର ବେସଡ ଟେଷ୍ଟ) ମାଧ୍ୟମରେ ହେବ ନିଯୁକ୍ତି । କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସିବିଟି ମାଧ୍ୟମରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ । ଏହା ପରେ ଜିଲ୍ଲାପରିଷଦ ସହାୟତାରେ କନିଷ୍ଠ ଶିକ୍ଷକଙ୍କର ନିଯୁକ୍ତି ହେବ । ଏମାନଙ୍କୁ ବାର୍ଷିକ ଚୁକ୍ତିଭିତ୍ତିରେ ରଖାଯିବା ସହ ମୌଳିକ ଶିକ୍ଷାର ପରିଚାଳନା ଦାୟିତ୍ବ ପର୍ଯ୍ୟାୟ କ୍ରମେ ଜିଲ୍ଲାପରିଷଦ ହସ୍ତାନ୍ତର କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତୀ ପ୍ରକାଶ ପାଇଛି ।

ଏହା ସମଗ୍ର ଶିକ୍ଷା ବିଭାଗ ଅଧିନରେ ଆସୁଛି । ତେବେ କେନ୍ଦ୍ର ୬୦ ପ୍ରତିଶତ ଅଂଶ ଏବଂ ରାଜ୍ୟ ସରକାର ୪୦ ପ୍ରତିଶତ ଅଂଶ ରହୁଛନ୍ତି । ତେଣୁ ଏହି ଯୋଜନା ମାଧ୍ୟମରେ ଶିକ୍ଷକମାନେ ନିଯୁକ୍ତି ପାଇବେ । ତେଣୁ ଏମାନଙ୍କୁ ଏବେ ଠାରୁ ସ୍କିମେଟିକ୍ କୁହାଯିବ । ତେଣୁ ଏହି କନିଷ୍ଠ ଶିକ୍ଷକଙ୍କ ପାଇଁ ଯେଉଁମାନେ ଆଶାୟୀ ସେମାନେ ଆବେଦନ କରିବେ । ସେମାନେ ସମସ୍ତେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏନେଇ ମଧ୍ୟ ଓସେପା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାର ଆବେଦନ ପରେ ସିବିଟି ମୋଡରେ ପରୀକ୍ଷା କରାଯିବ। ଏହା ସହ ସେମାନଙ୍କର ମଧ୍ୟ କ୍ୟାରିଅର ମାର୍କକୁ ନେଇ ନିଯୁକ୍ତି କରାଯିବ।

ଏହା ବି ପଢନ୍ତୁ...'ସ୍କୁଲରେ ନାହାଁନ୍ତି ସଂସ୍କୃତ ଶିକ୍ଷକ, କେମିତି ଦେବୁ ବୋର୍ଡ ପରୀକ୍ଷା ?'

ଏହା ବି ପଢନ୍ତୁ...ମାସ ମାସ ଧରି ଖାଲି ପଡିଛି ପଦବୀ, ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାରୋକ ସହ ସ୍କୁଲ୍‌ରେ ପଡ଼ିଲା ତାଲା

ପାଖାପାଖି ୨୦ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରାଥମିକ ଶିକ୍ଷା କ୍ଷେତ୍ରର ନିଯୁକ୍ତି ଦେବା ପାଇଁ ସୂଚନା ମିଳିଛି । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ OSEPA ଏକ ବିଜ୍ଞପ୍ତି ପ୍ରକାଶ କରିବ । ଏଥିରେ ଇଚ୍ଛା ପ୍ରକାଶ କରୁଥିବା ପ୍ରାର୍ଥୀ ଅଧିକ ସୂଚନା ପାଇଁ OSEPA ୱେବସାଇଟ୍ ପରିଦର୍ଶନ କରି ପାରିବେ ସବିଶେଷ ତଥ୍ୟ ହାସଲ କରିପାରିବେ । ତେବେ ବିଜ୍ଞାପନ ପ୍ରକାଶନ ତାରିଖ ସୁଦ୍ଧା ପ୍ରାର୍ଥୀମାନେ 18 ବର୍ଷରୁ କମ ଏବଂ 38 ବର୍ଷରୁ ଅଧିକ ହେବେ ନାହିଁ । ତେବେ ବିଶେଷ ବର୍ଗର ପ୍ରାର୍ଥୀ ଯଥା ଏସଟି, ଏସସି, ଏସଇବିସି ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ ସୀମା 5 ବର୍ଷ ଅଧିକ ରହିଛି । ଏପଟେ PWD ପ୍ରାର୍ଥୀ ମାନଙ୍କ କ୍ଷେତ୍ରରେ ବୟସ ସୀମା ୧୦ ବର୍ଷ ଅଧିକ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.