ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ, ଜାରି ହେବ ଗାଇଡଲାଇନ

author img

By

Published : Nov 22, 2022, 11:02 PM IST

special pet act to implement in Bhubaneswar by BMC so as guideline may introduce

ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ । ରାଜଧାନୀରେ ଖୁବଶୀଘ୍ର ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ ଲାଗୁହେବ । ବିଏମସି ପକ୍ଷରୁ ଏହାକୁ ନେଇ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ । ରାଜଧାନୀରେ ଖୁବଶୀଘ୍ର ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ ଲାଗୁହେବ । ବିଏମସି ପକ୍ଷରୁ ଏହାକୁ ନେଇ ନିଷ୍ପତ୍ତି ନିଆଯାଇଛି । ମହାନଗର ନିଗମ ଆଇନ 2003ର ଧାରା 409(B) ଓ 543(B) ଅନୁଯାୟୀ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇପାରିବ । BMC ପକ୍ଷରୁ ସ୍ବତନ୍ତ୍ର ପେଟ୍‌ ନିୟମ (pet act) ଲାଗୁ କରାଯିବ । ଏହାପୂର୍ବରୁ ଜନମତ ସଂଗ୍ରହ ସହ ବିଭିନ୍ନ ବର୍ଗର ଲୋକ ଓ ସଂସ୍ଥାର କର୍ମକର୍ତ୍ତାଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି ।

ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ, ଜାରି ହେବ ଗାଇଡଲାଇନ

ଆସନ୍ତାକାଲି(ବୁଧବାର) BMCର ପୂର୍ଣ୍ଣାଙ୍ଗ କର୍ପୋରେସନ ବୈଠକ ପୂର୍ବରୁ ଆଜି ମେୟର ଓ କମିଶନରଙ୍କ ଉପସ୍ଥିତିରେ ଚିଠା ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ବୈଠକରେ ପଶୁପ୍ରେମୀ, ପଶୁ ମାଲିକ, ପୋଷା ପଶୁପକ୍ଷୀ ବ୍ୟବସାୟୀ, ପଶୁ ଚିକିତ୍ସକଙ୍କ ସମେତ ବରିଷ୍ଠ ନାଗରିକ ଏହି ବୈଠକରେ ଉପସ୍ଥିତ ଥିଲେ । ସମସ୍ତେ BMCର ଏଭଳି ପଦକ୍ଷେପକୁ ସ୍ବାଗତ କରିବା ସହ ନିଜନିଜ ମତ ଓ ପ୍ରସ୍ତାବ ଦେଇଥିଲେ ।

ପ୍ରସ୍ତୁତ ହୋଇଥିବା ଚିଠା ପ୍ରସ୍ତାବରେ କିଛି ପରିବର୍ତ୍ତନ କରିବା ପାଇଁ ୧୦ ଦିନର ସମୟ ରହିଛି । ଏହାପରେ ସଂଶୋଧିତ ଚିଠା ପ୍ରସ୍ତାବକୁ BMC କର୍ପୋରେସନ ବୈଠକରେ ଆଲୋଚନା କରି ଆଇନରେ ପରିଣତ କରାଯିବ । ବିଏମସି ପେଟ୍‌ ନିୟମରେ ମୁଖ୍ୟତଃ ଗୃହପାଳିତ ପଶୁପକ୍ଷୀଙ୍କ ପଞ୍ଜୀକରଣ ଓ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ନବୀକରଣ, ସେମାନଙ୍କର ଟୀକାକରଣ ସହିତ ପରିବେଶ ଓ ପରିମଳ ଉପରେ ଗୁରୁତ୍ବ ଦିଆଯାଇଛି । ଏଭଳି ନିୟମ ସମସ୍ତଙ୍କ ପାଇଁ ଉପାଦେୟ ହେବ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.