ଦ୍ବିତୀୟ ଥର ପାଇଁ EDରେ ଶ୍ରଦ୍ଧାଞ୍ଜଳି, ଏଥର ସ୍କାନରରେ ବୟଫ୍ରେଣ୍ଡ ଲିଙ୍କ୍

author img

By

Published : Nov 25, 2022, 8:48 AM IST

Updated : Nov 25, 2022, 11:00 AM IST

ପୁଣି ଥରେ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଖୁବ ଶୀଘ୍ର ଖୋଲିବ ଅର୍ଚ୍ଚନା କଳା ସାମ୍ରଜ୍ୟ ଓ ଅର୍ଥ କାରବାରର ଗୁମର । ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ଅନ୍ୟପଟେ ଇଡିର ସ୍କାନରରେ ଶ୍ରଦ୍ଧାଞ୍ଜଳିର ପୁରୁଷ ବନ୍ଧୁ। ଅଧିକ ପଢନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate) । ଖୁବଶୀଘ୍ର ଖୋଲିବ ଅର୍ଚ୍ଚନା କଳା ସାମ୍ରାଜ୍ୟ ଓ ଅର୍ଥ କାରବାରର ଗୁମର । ଜଣଙ୍କ ପରେ ଜଣଙ୍କୁ ସମନ କରି ତଥ୍ୟ ହାସଲ କରୁଛି ଇଡି । ପୁଣି ଥରେ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି(Shradhanjali Behera Appears Second time in ED) । ପୂର୍ବରୁ ଅକ୍ଷୟ ପରିଜାଙ୍କ ସହ ମୁହାଁମୁହିଁ ଜେରା କରାଯିବା ପରେ ଆଜି ପୁଣି ଥରେ ପଚରାଉଚରା ଆରମ୍ଭ କରିଛି ଇଡି । ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ।

ଦ୍ବିତୀୟ ଥର ପାଇଁ EDରେ ଶ୍ରଦ୍ଧାଞ୍ଜଳି

ଅର୍ଚ୍ଚନା ନାଗ ମାମଲା ଇଡି ହାତକୁ ନେବା ପରେ ତଦନ୍ତକୁ ଜୋରଦାର କରିଛି । ପ୍ରଥମେ ଅର୍ଚ୍ଚନାଙ୍କ ବାପାଙ୍କୁ ଜେରା କରିବା ପରେ ଜଗବନ୍ଧୁଙ୍କ ଭାଇଙ୍କୁ ଜେରା କରିଥିଲା ଇଡି । ଏହାପରେ ଜଣେ ବ୍ୟବସାୟୀ ଓ ଅର୍ଚ୍ଚନା ଚଳାଉଥିବା କାର ଶୋ ରୁମର ମାଲିକକୁ ପଚରାଉଚରା କରାଯାଇଥିଲା । ଗତ ବୁଧବାର ଦ୍ବିତୀୟ ଥର ପାଇଁ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଅର୍ଚ୍ଚନାର ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିକୁ ମୁହାଁମୁହଁ ଜେରା କରିଥିଲା ଇଡି । ଗୁରୁବାର ଇଡିରେ ଢେଙ୍କାନାଳ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ ହାଜର ହୋଇ ତଥ୍ୟ ରଖିଥିଲେ । ଏହା ପରେ ଆଜି ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହେବା ପରେ ଶ୍ରଦ୍ଧାଞ୍ଜଳିକୁ ପଚରାଉଚରା କରାଯାଉଛି । ଅନ୍ୟପଟେ ଇଡି ସ୍କାନରକୁ ଆସିଛନ୍ତି ଶ୍ରଦ୍ଧାଞ୍ଜଳିର ପୁରୁଷ ବନ୍ଧୁ । ଯେକି ଶ୍ରଦ୍ଧାଞ୍ଜଳିକୁ ସାଥ ଦେଇଥିଲେ ନା ନାହିଁ ସେନେଇ ଇଡି ଯାଞ୍ଚ ପାଇଁ ଶ୍ରଦ୍ଧାଞ୍ଜଳିକୁ ଦ୍ବିତୀୟ ଥର ପାଇଁ ଡକାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ସାମିଲ ଥିବା ସାମ୍ନାକୁ ଆସିଥିଲା । ଶ୍ରଦ୍ଧାଞ୍ଜଳି ଜରିଆରେ ଅର୍ଚ୍ଚନା କରୁଥିଲା ବ୍ଲାକମେଲର ଡିଲ । ଯାହାକୁ ନେଇ ଇଡି ସ୍କାନରକୁ ଆସିଥିଲା ଶ୍ରଦ୍ଧାଞ୍ଜଳି । ବୁଧବାର ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପରିଜାଙ୍କୁ ଜେରା କରାଯାଇଥିଲା । କିନ୍ତୁ ଜେରା ପରେ ଇଡି ଅଫିସରୁ ବାହାରି ଗଣମାଧ୍ୟମକୁ ଏଡାଇ ଚାଲିଯାଇଥିଲେ ଶ୍ରଦ୍ଧାଞ୍ଜଳି । ପ୍ରଥମ ଦିନ ପଚାରାଉଚରା ସମୟରେ ଇଡି ସାମ୍ନାରେ ଅନେକ ତଥ୍ୟ ରଖିଥିଲେ ଅର୍ଚ୍ଚନା ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳି । ଅର୍ଚ୍ଚନା ତାକୁ ବ୍ୟବହାର‌ କରୁଥିଲା ବୋଲି ଇଡିକୁ ଦେଇଥିଲେ ସଫେଇ । କିନ୍ତୁ ଅର୍ଚ୍ଚନା ଠାରୁ ଏଥିପାଇଁ ଶ୍ରଦ୍ଧାଞ୍ଜଳି ଟଙ୍କା ନେଉଥିବା ସନ୍ଦେହ କରୁଛି ଇଡି ।

ଅର୍ଚ୍ଚନା ନାଗ ବ୍ଲାକମେଲ କରି ବହୁ ବଡ ବଡିଆଙ୍କ ଠାରୁ ଟଙ୍କା ଆଦାୟ କରୁଥିଲା । କିନ୍ତୁ ଏହି ଅପରାଧରେ ଶ୍ରଦ୍ଧାଞ୍ଜଳିକୁ ଯଦି ଚାପ ପକାଇ ସାମିଲ କରାଯାଉଥିବା ସତରେ ଜଣାପଡେ ତେବେ ଶ୍ରଦ୍ଧାଞ୍ଜଳି ପାଇଁ ଏତେଟା ଅଡୁଆ ହୋଇନପାରେ । ଯଦି ଅର୍ଚ୍ଚନା ସହ ମିଳି ଶ୍ରଦ୍ଧାଞ୍ଜଳି ଅପରାଧ କରି କିଛି ଅର୍ଥ ହାସଲ କରିଥିବେ ବା ବ୍ଲାକମେଲ କରି ଟଙ୍କା ଆଦାୟ କରିଥିବେ ତେବେ ତାଙ୍କ ପାଇଁ ଅଡୁଆ ବଢିପାରେ ।

ଶ୍ରଦ୍ଧାଞ୍ଜଳିକୁ ବହୁ କଷ୍ଟରେ ଖୋଜିବା ପରେ ସମନ ପଠାଇ ଜେରା କରୁଛି ଇଡି । ଇଡି କେସରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥାଇ ମଧ୍ୟ ଏଯାବତ ଗିରଫ କରାଯାଇନାହିଁ । ଇଡି ପଚରାଉଚରା ବେଳେ ଯଦି ସେଭଳି କିଛି ତଥ୍ୟ ପାଏ ତେବେ ଶ୍ରଦ୍ଧାଞ୍ଜଳି ପାଇଁ ମଧ୍ୟ ଅଡୁଆ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 25, 2022, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.