ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ସପ୍ତମ ଦିନରେ ଖଚାଖଚ ଭିଡ

author img

By

Published : Nov 21, 2022, 1:29 PM IST

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ସପ୍ତମ ଦିନରେ ଦର୍ଶକଙ୍କ ଖଚାଖଚ ଭିଡ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାଜଧାନୀରେ ଚାଲିଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୨(India International Trade Fair )। ଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଏହି ମେଳାର ଆଜି ଅଷ୍ଟମ ଦିନ । ଗତକାଲି ବାଣିଜ୍ୟ ମେଳାର ସପ୍ତମ ଦିନ ଥିବା ବେଳେ ଶହ ଶହ ଦର୍ଶକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ସର୍ବସାଧାରଣଙ୍କ ପାଇଁ ଏହି ମେଳା ଶନିବାର ଖୋଲାଯିବା ପରେ ଓଡ଼ିଶା ପାଭିଲିୟନ୍‌କୁ ହଜାର ହଜାର ଦର୍ଶକଙ୍କ ସୁଅ ଛୁଟିଛି । ପାଭିଲିୟନ୍‌ର ସୁନ୍ଦର ସାଜସଜ୍ଜାରେ ଆକୃଷ୍ଟ ହୋଇ ଦର୍ଶକମାନେ ବହୁସଂଖ୍ୟାରେ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା ।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ଓଡ଼ିଶା ମଣ୍ଡପକୁ ପରିଭ୍ରମଣ କରିଥିଲେ । ଉପସ୍ଥିତ ବିଭାଗୀୟ ପଦାଧିକାରୀ ମାନଙ୍କ ସହିତ ଆଲୋଚନା ସମୟରେ ଓଡ଼ିଶା ମଣ୍ଡପର ସାଜସଜ୍ଜାକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ଏହା ସହିତ ଚଳିତବର୍ଷ ଅଭିଜ୍ଞତାକୁ ପାଥେୟ କରି ଆଗାମୀ ବର୍ଷରେ ଏହାଠାରୁ ଉନ୍ନତ ଓ ଉତ୍କୃଷ୍ଟ ମାନର କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଗତ ଦିନମାନଙ୍କରେ ଦର୍ଶକମାନଙ୍କ ଉପସ୍ଥିତି, କ୍ରୟ-ବିକ୍ରୟର ସ୍ଥିତି, ବହୁଳ ପ୍ରଚାରପ୍ରସାର ପାଇଁ ଗଣମାଧ୍ୟମ ଜରିଆରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସେ ପଚାରି ବୁଝିଥିଲେ । ଏହା ପରେ ସେ ନିକଟସ୍ଥ ଅନ୍ୟ କେତେକ ରାଜ୍ୟର ମଣ୍ଡପ ବୁଲି ଦେଖିଛନ୍ତି ।

ମଣ୍ଡପର ସାଜସଜ୍ଜା, ପରିପାଟି, କଳାକୃତୀ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଗତ ୧୪ ତାରିଖରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆରମ୍ଭ ହୋଇଯାଇଛି । ଆସନ୍ତା ୨୭ ତାରିଖରେ ଉଦଯାପନ ହେବ। ଚଳିତ ବର୍ଷର ଥିମ ରହିଛି ‘Vocal for Local, Local to Global’ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.