ETV Bharat / state

ଗାନ୍ଧୀଙ୍କ ବାର୍ତ୍ତା ନେଇ ସାମ୍ପ୍ରଦାୟିକ ସଦଭାବନା ଅଭିଯାନ ଆରମ୍ଭ

author img

By

Published : Oct 3, 2022, 12:55 PM IST

ବିଶ୍ଵାମିତ୍ର ଜନସେବା ଟ୍ରଷ୍ଟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହୋଇଛି ସାମ୍ପ୍ରଦାୟିକ ସଦଭାବନା ଅଭିଯାନ । ଖୋର୍ଦ୍ଧା ହିନ୍ଦୁ ମୁସଲିମ ଭାଇଚାରାର ଗାଁ କାଇପଦର ପୀର ବାବାଙ୍କ ପୀଠରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବୋଲଗଡ଼ ବ୍ଲକ ମାଣିକାଗୋଡା ଠାରେ ଶେଷ ହେବ । ଅଧିକ ପଢ଼ନ୍ତୁ

ଗାନ୍ଧୀଙ୍କ ବାର୍ତ୍ତା ନେଇ ସାମ୍ପ୍ରଦାୟିକ ସଦଭାବନା ଅଭିଯାନ ଆରମ୍ଭ
ଗାନ୍ଧୀଙ୍କ ବାର୍ତ୍ତା ନେଇ ସାମ୍ପ୍ରଦାୟିକ ସଦଭାବନା ଅଭିଯାନ ଆରମ୍ଭ

ଖୋର୍ଦ୍ଧା: ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ପାଳନ ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ । କିନ୍ତୁ ବିଶ୍ଵାମିତ୍ର ଜନସେବା ଟ୍ରଷ୍ଟ ପକ୍ଷରୁ ନିଆରା ଢଙ୍ଗରେ ଏହି ଦିବସକୁ ପାଳନ କରାଯାଇଛି । ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ପ୍ରଦାୟିକ ସଦଭାବନା ଅଭିଯାନ ଆରମ୍ଭ କରିଛି ଏହି ବିଶ୍ଵାମିତ୍ର ଜନସେବା ଟ୍ରଷ୍ଟ ।

ଗାନ୍ଧୀଙ୍କ ବାର୍ତ୍ତା ନେଇ ସାମ୍ପ୍ରଦାୟିକ ସଦଭାବନା ଅଭିଯାନ ଆରମ୍ଭ

ଗାନ୍ଧୀ ଜୟନ୍ତୀ ଅବସରରେ ବିଶ୍ଵାମିତ୍ର ଜନସେବା ଟ୍ରଷ୍ଟ ପକ୍ଷରୁ ଏହି ସାମ୍ପ୍ରଦାୟିକ ସଦଭାବନା ଅଭିଯାନ ଦୀର୍ଘ ତିନି ଦିନ ବ୍ୟାପି ହେବାକୁ ଥିବା ବେଳେ ଗତକାଲି ହିନ୍ଦୁ ମୁସଲିମ ଭାଇଚାରାର ଗାଁ କାଇପଦର ପୀର ବାବାଙ୍କ ପୀଠରୁ ଆରମ୍ଭ ହୋଇଛି । ଏହି ଯାତ୍ରା ବୋଲଗଡ଼ ବ୍ଲକ ମାଣିକାଗୋଡା ଠାରେ ଶେଷ ହେବ ବୋଲି ଜଣାପଡିଛି । ୭୫ କିଲୋମିଟର ଏହି ଯାତ୍ରା ଗାଁ ଗାଁ ବୁଲି ଗାନ୍ଧୀଙ୍କ ବାର୍ତ୍ତା ପ୍ରଦାନ କରିବ । ହିନ୍ଦୁ ମୁସଲମାନ ଭାଇଚାରାର ଯାତ୍ରା ବାଘମାରୀ ପରିକ୍ରମା କରି ଗଁପୁର ଠାରେ ପହଞ୍ଚିଥିଲା ।

ଅନ୍ନପୂର୍ଣ୍ଣା ଫାଇନାନ୍ସର ପରିଚାଳନା ନିର୍ଦ୍ଦେଶକ ସଂଜୟ ପଟ୍ଟନାୟକ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିଭିନ୍ନ ସଚେତନତା ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ ଧରି ଲୋକମାନଙ୍କୁ ସଚେତନ କରିଥିଲେ । ପରେ କୁଶୁପଲ୍ଳାରେ ରାତ୍ରି ଯାପନ ପରେ ସୋମବାର ସକାଳୁ ଏହି ଯାତ୍ରା ଆରମ୍ଭ ହେବ ବୋଲି ଜଣାପଡିଛି । ବିଶ୍ଵାମିତ୍ର ଟ୍ରଷ୍ଟର ଅଧ୍ୟକ୍ଷ ରାମଶଙ୍କର ନିଜସ୍ବ ପେନସନ ଟଙ୍କାରେ ଏହି ନିଆରା ଯାତ୍ରା କରୁଥିବା ବେଳେ ଗାନ୍ଧୀଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରୀୟ ଯୁବ ସଂଗଠନ ଏଥିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.