ETV Bharat / state

ପୁରୀ ପରିକ୍ରମା ପକଳ୍ପ ଲୋକାର୍ପଣ, ଛୁଟି ଘୋଷଣା ସତ୍ତ୍ବେ ଖୋଲା ରମାଦେବୀ ବିଶ୍ଵବିଦ୍ୟାଳୟ

author img

By ETV Bharat Odisha Team

Published : Jan 17, 2024, 9:03 AM IST

Sri Mandir Parikrama project: ଆଜି ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିଥିବା ବେଳେ ରମାଦେବୀ ବିଶ୍ଵବିଦ୍ୟାଳୟ ବନ୍ଦ ଥିବା ବେଳେ ଖୋଲା ରହିଛି ରମାଦେବୀ ବିଶ୍ଵବିଦ୍ୟାଳୟ । ଅଧିକ ପଢନ୍ତୁ

Sri Mandir Parikrama project
Sri Mandir Parikrama project

ଭୁବନେଶ୍ବର: ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଏନେଇ ସାରା ଓଡିଶା ଉତ୍ସବମୁଖର । ଏନେଇ ଆଜି ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିଥିବା ବେଳେ ରମାଦେବୀ ବିଶ୍ଵବିଦ୍ୟାଳୟ ଖୋଲା ରହିଛି । ସମସ୍ତ କର୍ମଚାରୀଙ୍କ ସମେତ ପିଲାମାନେ ମଧ୍ୟ କଲେଜକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ NAAC ପାଇଁ ପ୍ରସ୍ତୁତି, ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଏବଂ ୟୁନିଭର୍ସିଟି ଓଡିଆ ସାହିତ୍ୟ ପ୍ରତିଯୋଗିତା ଏବଂ ସମ୍ମିଳନୀକୁ ଦୃଷ୍ଟିରେ ରଖି ଆଜି ସମସ୍ତ କାର୍ଯ୍ୟାଳୟ ଖୋଲା ରଖାଯାଇଛି ।

ତେବେ ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ । ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନଟିକୁ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜାନୁଆରୀ ୧୭ ଦିନ ରାଜ୍ୟରେ ଛୁଟି ଘୋଷଣା

ଏହା ମଧ୍ୟ ପଢନ୍ତୁ - ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ, ପ୍ରସ୍ତୁତି ସମୀକ୍ଷା ସହ ଭକ୍ତଙ୍କ ସହ ସେଲଫି ନେଲେ ପାଣ୍ଡିଆନ

ଏପଟେ ମନ୍ତ୍ରୋପୋଚାରଣରେ ଶ୍ରୀକ୍ଷେତ୍ର କମ୍ପୁଛି । ଚତୁପାର୍ଶ୍ବରେ ଜୟ ଜଗନ୍ନାଥରେ ଧ୍ୱନି ଗୁଞ୍ଜରିତ ହେଉଛି । ଗତ 15 ତାରିଖରୁ ଆରମ୍ଭ ହୋଇଥିବା ମହାଯଜ୍ଞ ଆଜି ପୂର୍ଣ୍ଣାହୁତି ହେବ । ଆଚାର୍ଯ୍ୟ ବ୍ରାହ୍ମଣମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି । ଲୋକାର୍ପଣ ଉତ୍ସବ ପାଇଁ ଆଜି ସକାଳୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ତେବେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଥିବା ବେଳେ ନିମନ୍ତ୍ରିତ ଅତିଥିମାନେ ଆସି ପୁରୀରେ ପହଞ୍ଚି ସାରିଛନ୍ତି । ସେହିପରି ସମଙ୍ଗ ପାର୍କିଂ, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ଏବଂ ଶ୍ରୀମାର୍ଗ ରାସ୍ତା ମଧ୍ୟ ଭକ୍ତଙ୍କୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆଜି ସକାଳୁ ପ୍ରଥମେ ସୂର୍ଯ୍ୟପୂଜା ପରେ ମହାଯଜ୍ଞ, ବେଦ ପାରାୟଣ, ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ । ଅପରାହ୍ନ 1ଟା 20ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.