ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜାନୁଆରୀ ୧୭ ଦିନ ରାଜ୍ୟରେ ଛୁଟି ଘୋଷଣା

author img

By ETV Bharat Odisha Team

Published : Jan 14, 2024, 10:45 PM IST

Odisha Govt Announces Jan 17 As Holiday : ଜାନୁଆରୀ ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତକୁ ନେଇ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟରେ ଛୁଟି ଘୋଷଣା
ରାଜ୍ୟରେ ଛୁଟି ଘୋଷଣା

ଭୁବନେଶ୍ବର : ଜାନୁଆରୀ ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ ସାରା ଓଡ଼ିଶା ହୋଇଯାଇଛି ଉତ୍ସବମୁଖର । ଏହି କାର୍ଯ୍ୟକ୍ରମରେ ଭକ୍ତଙ୍କ ଯୋଗଦାନ ସୁଯୋଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏଣୁ ଆସନ୍ତା ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିବ ।

ଜାନୁଆରୀ ୧୭ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ । ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି କାର୍ଯ୍ୟକ୍ରମରେ ଭକ୍ତଙ୍କ ଯୋଗଦାନ କରିବା ସୁଯୋଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜାନୁଆରୀ ୧୭ ତାରିଖ ଦିନଟିକୁ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି । ଆଉ ତିନି ଦିନ ପରେ ଲୋକାର୍ପଣ ହେବ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’। ସେନେଇ ଉତ୍ସବ ମୁଖର ସମଗ୍ର ଓଡ଼ଶା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହେବ ଏହି ଐତିହ୍ୟ ପ୍ରକଳ୍ପ ।

ଏହା ମଧ୍ୟ ପଢ଼ନ୍ତୁ... 'ଅର୍ପଣ ରଥରେ ନବୀନ ବାବୁ ଓ ଅନ୍ୟର ଫଟୋ ଲାଗିବା ଜଗନ୍ନାଥ ସଂସ୍କୃତିର ଅପମାନ'

ଏହି ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଯଜ୍ଞ ପାଇଁ ପୂଜାନୀତି ଆରମ୍ଭ ହେବ । ଏପଟେ ଯଜ୍ଞମଣ୍ଡପ ଓ ପରିକ୍ରମା ମାର୍ଗ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ପୁରୀ ଶ୍ରୀକ୍ଷେତ୍ର ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି । ଚତୁଃପାର୍ଶ୍ବରେ ଜୟ ଜଗନ୍ନାଥ ଧ୍ୱନିରେ ଗୁଞ୍ଜରିତ ହେଉଛି । ସହରରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଗତ ଶୁକ୍ରବାରଠାରୁ ଆଦ୍ୟପର୍ବ ଯଜ୍ଞର ବିଭିନ୍ନ ପୂଜାନୀତି ଆରମ୍ଭ କରାଯାଇଛି । ଶନିବାର ଅଙ୍କୁର ପୂଜନ ଓ ମଣ୍ଡଳକଟା ଯାଇଥିବାବେଳେ, ରବିବାର ହୋଇଛି ମଣ୍ଡଳ ସ୍ଥାପନ, ଯଜ୍ଞ ଅଧିବାସ, ଧ୍ୱଜା ସ୍ଥାପନ, ତୋରଣ ସ୍ଥାପନ ଆଦି କାର୍ଯ୍ୟ । ଶୋତ୍ରିୟ ବ୍ରାହ୍ମଣ ଏହି ନୀତିକାନ୍ତି ସମାପନ କରିଛନ୍ତି । ଏପଟେ ଅପେକ୍ଷାରେ ରହିଛି ଲୋକାର୍ପଣ । ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଲୋକାର୍ପଣ ଦିନ ଅଧିକ ଭକ୍ତଙ୍କ ସମାବେଗ ହେବ ବୋଲି ଆକଳନ କରାଯାଉଛି । ସାରା ବିଶ୍ବ ଦେଖିବ ଶ୍ରୀ ମନ୍ଦିରର ପରିକ୍ରମା ପ୍ରକଳ୍ପ । ଏପଟେ ବଡ଼ଦାଣ୍ଡରେ ଏକରଙ୍ଗୀ କୋଠା ସାଙ୍ଗକୁ ଆଖି ଝଲସାଇବା ଦେବା ଭଳି ଆଲୋକୀକରଣ କରାଯାଇଛି । ଏହା ସହ ରାସ୍ତାଘାଟ, କାନ୍ଥ ଓ ପ୍ରାଚୀରେ ଜୀବନ୍ତ ଲାଗୁଥିବା ଚିତ୍ର ଶିଳ୍ପୀ କରାଯାଇଛି । ଦେଖିଲେ ଲାଗୁଛି ସତେ ଯେଭଳି ପୁରୀ ସହର ସମସ୍ତଙ୍କୁ ସ୍ୱାଗତ କରିବା ଲାଗି ଚାହିଁ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.